fbpx

ଦାରୁଣ ଦୁଃଖଦାୟକ ଘଟଣା: ମାଆ ଓ ୨ ଛୁଆ ଜୀଅନ୍ତା ଜଳିଗଲେ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଥାରେ ଅଛି ବିଧିର ବିଧାନ କେ କରିବ ଆନ । ଉପରବାଲା ଯାହାକୁ ଚାହିଁବ ତାକୁ ନେଇଯିବ ଆଉ ଯାହାକୁ ଚାହିଁବ ତାକୁ ମାରିଦେବ । ଏପରି ଏକ ଯନ୍ତ୍ରଣାଦାୟକ ଘଟଣା ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଉଚ୍ଚାଗାଁରେ ଘଟିଯାଇଛି । ମାଆ ଓ ୨ ଛୁଆ ଜୀବନ୍ତ ଅବସ୍ଥାରେ ନିଅାଁରେ ଜଳିଯାଇଛନ୍ତି । ଗତକାଲି ବିଳମ୍ବିତ ରାତ୍ରିରେ ଅଗ୍ନିକାଣ୍ଡ ଘଟି ଏହି ଦୁଃଖପୂର୍ଣ୍ଣ ଘଟଣା ଘଟିଯାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଜଣାପଡ଼ିଛି ଯେ, ମହିଳାଙ୍କ ସମେତ ୫ ବର୍ଷର ଝିଅ ଓ ୩ ମାସର ଶିଶୁପୁତ୍ର ନିଆଁରେ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ରାତ୍ରିରେ ସମସ୍ତ ପରିବାର ସଦସ୍ୟ ଶୋଇଥିବା ସମୟରେ ଏହି ଅଘଟଣ ଘଟିଥିଲା । ଘଟଣାଟି ଅକସ୍ମାତ ଘଟିଥିବାରୁ କେହି ନିଜକୁ ନିଆାଁ ଦାଉରୁ ବଞ୍ଚାଇବାରେ ସକ୍ଷମ ହୋଇ ନଥିଲେ । ସମସ୍ତେ ଶୋଇଥିବା ସମୟରେ ନିଆାଁ ଲାଗିଥିବା ମହିଳାଙ୍କ ସ୍ୱାମୀ କହିଛନ୍ତି ।

ତେବେ ନିଆଁ ଲାଗିବା ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା । ତେବେ ନିଅାଁ ଲାଗିବାର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ଅନ୍ୟପକ୍ଷରେ ସନ୍ଦେହରେ ସ୍ୱାମୀଙ୍କୁ ପୋଲିସ ଅଟକ ରଖିବା ସହ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.