fbpx

ବିରଳ ଘଟଣା: ଦୁଇଟି ମୁଣ୍ଡ ଥିବା ଏକ ବାଛୁରୀକୁ ଜନ୍ମ ଦେଲା ମାଆ ଗାଈ, ଦେଖିବା ପାଇଁ ଲୋକଙ୍କ ଭିଡ଼

ନୂଆଦିଲ୍ଲୀ: ଅନେକ ସମୟରେ ଆମ ସମାଜରେ କିଛି ଅଜବ ଧରଣର ଘଟଣା ଦେଖିବାକୁ ମିଳିଥାଏ । ବେଳେବେଳେ ଦୁଇଟି ମୁଣ୍ଡ, ଦୁଇଟି ହାତ ଓ ଦୁଇଟି ଗୋଡ଼ ଥିବା ଜୀବ ଜନ୍ମ ନେଇଥାନ୍ତି । ଏଭଳି ଘଟଣା ଉଭୟ ମଣିଷ ଓ ଜୀବଜନ୍ତୁଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥାଏ । ତେବେ ଏହା ମଧ୍ୟରେ ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗାଈଠାରୁ ଦୁଇଟି ମୁଣ୍ଡ ଥିବା ଏକ ବାଛୁରୀ ଜନ୍ମ ନେଇଛି ।

ସୂଚନା ମୁତାବକ, ଆମେରିକାର ନେବାଡ଼ାରେ ଏପରି ଏକ ବିରଳ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗାଈଠାରୁ ଏକ ଅଜବ ଧରଣର ବାଛୁରୀ ଜନ୍ମ ନେଇଛି । ଜନ୍ମ ନେଇଥିବା ବାଛୁରୀର ଦୁଇଟି ମୁଣ୍ଡ ରହିଥିବା ଦେଖିବାକୁ ମିଳିଛି । ନିଜ ଆଖିରେ ନ ଦେଖିବା ପର୍ଯ୍ୟନ୍ତ ଏହି ଘଟଣାକୁ କେହି ବିଶ୍ୱାସ କରିପାରୁ ନାହାନ୍ତି । ତେଣୁ ଏହି ବାଛୁରୀକୁ ଦେଖିବା ପାଇଁ ଏବେ ଲୋକଙ୍କର ଭିଡ଼ ଲାଗିଛି ।

ଜଣେ ୩୮ ବର୍ଷୀୟ ମହିଳା କୃଷକଙ୍କର ଫାର୍ମରେ ମାଆ ଗାଈ ଏପରି ଏକ ବିରଳ ବାଛୁରୀକୁ ଜନ୍ମ ଦେଇଥିଲା । ତେବେ ଡେଲିଭରି ସମୟରେ ମାଆ ଗାଈକୁ ବହୁତ କଷ୍ଟ ସ୍ୱୀକାର କରିବାକୁ ପଡ଼ିଥିଲା । ଏହାପରେ ବିଶେଷଜ୍ଞଙ୍କୁ ଚିକିତ୍ସା ପାଇଁ ଡକା ଯାଇଥିଲା । ତେବେ ଏହାପରେ ସତ୍ୟତା ଜଣାପଡ଼ିଥିଲା । ଛୁଆର ଗୋଟିଏ ମୁଣ୍ଡ ଓ ଆଗପଟର ଗୋଟିଏ ଗୋଡ଼ ଗର୍ଭର ଏକ ସ୍ଥାନରେ ଫଶି ରହିଥିଲା । ତେଣୁ ଛୁଆଟି ବହୁତ ଛୋଟ ଥିବାରୁ ମାଆ ତାକୁ ଜନ୍ମ ଦେବାରେ ସମସ୍ୟା ଅନୁଭବ କରିଥିଲା । ତେବେ ୨୫୦୦ ଘଟଣା ମଧ୍ୟରୁ ଏପରି ଗୋଟିଏ ବିରଳ ଘଟଣା ଘଟିଥାଏ ବୋଲି କୁହାଯାଉଛି । ସାଧାରଣ ଭାବେ ଏପରି ଅବସ୍ଥାରେ ଜନ୍ମଲାଭ କରୁଥିବା ବାଛୁରୀ ଅଧିକ ଦିନ ପର୍ଯ୍ୟନ୍ତ ବଞ୍ଚିପାରନ୍ତି ନାହିଁ । ଅଳ୍ପଦିନ ମଧ୍ୟରେ ସେମାନଙ୍କର ମୃତ୍ୟୁ ଘଟିଥାଏ ।

Get real time updates directly on you device, subscribe now.