କୋରାପୁଟ: ଓଡ଼ିଶାରେ ପୁଣି ଏକ ଚାଞ୍ଚଲ୍ୟକର ଘଟଣା। କାଠ ଫାଳିଆରେ ପିଟିପିଟି ମା’ କୁ ମାରିଦେଲା ତାର ନିଜ ଜନ୍ମକଲା ପୁଅ। ଥରେ ହେଲେ ଭାବିଲାନି ଯିଏ ତାକୁ ପାଳି ପୋଷି ଏତେ ବଡ଼ କରିଥିଲା। ଆଉ ମୁଣ୍ଡକୁ ହାତ ପାଇଯିବା ପରେ ସବୁକିଛି ଭୁଲିଗଲା।
ଆଉ ନିଜ ଜନ୍ମକଲା ମା’କୁ ଅତି ନିର୍ମମ ଭାବେ ହତ୍ୟା କଲା ପୁଅ। ମା’ର ଆକୁଳ ନିବେଦନ ମଧ୍ୟ ତାର ମନକୁ ତରଳାଇ ପାରିଲା ନାହିଁ। ଶେଷରେ ମା’କୁ କାଠ ଫାଳିଆରେ ପିଟିପିଟି ମାରିଦେଲା ପୁଅ।
ହଁ ଏପରି ଏକ ଅଭାବନୀୟ ଘଟଣା ଘଟିଛି ବୋରିଗୁମ୍ମା ବ୍ଲକ ସାନପରିଆ ଗାଁରେ। ନିଜ ମାଆକୁ କାଠ ଫାଳିଆରେ ମାଡ଼ ମାରି ହତ୍ୟା କରିଛି ପୁଅ। ହେଲେ ହତ୍ୟାକାଣ୍ଡ କାହିଁକି ହେଲା ତାହାର କୌଣସି ସୂଚନା ମିଳିପାରିନାହିଁ।