fbpx

ଛୁଆ ହାତୀ ନିଦ ନଭାଙ୍ଗିବାରୁ, ମା ହାତୀ ଏମିତି କାମ କଲା । ଦେଖନ୍ତୁ ଭିଡିଓ

ଆଜିକାଲି ଭାଇରାଲ୍ ଭିଡିଓ ଧାରାବାହିକରେ ଏକ ସୁନ୍ଦର ଶିଶୁ ହାତୀ ଭିଡିଓଟିଏ ନେଟିଜେନ ମାନଙ୍କ ଅତି ପ୍ରିୟ ହେବାରେ ଲାଗିଛି । ଏହିପରି ଏକ ପୁରୁଣା ଭିଡିଓ ଟିଏ ପୁଣିଥରେ ଇଣ୍ଟରନେଟ ଭାଇରାଲ ହୋଇଛି ଏବଂ ଗୋଟିଏ ଦିନରେ ଲକ୍ଷ ଲକ୍ଷ ଭ୍ୟୁ ହାସଲ କରିଛି | ଭାରତୀୟ ବନ ସେବା ଅଧିକାରୀ ରମେଶ ପାଣ୍ଡେ ଏହି ଭିଡିଓକୁ ନିଜ ଟ୍ୱିଟରରେ ସେୟାର କରି ଭିଡିଓରେ କ’ଣ ଘଟୁଛି ଏବଂ କାହାଣୀଟି କୌତୁହଳପୂର୍ଣ୍ଣ ବୋଲି ବର୍ଣ୍ଣନା କରିଛନ୍ତି। ଏହା ମୂଳତ ପ୍ରାଗ୍ ପ୍ରାଣୀ ଉଦ୍ୟାନର ଏକ ପୁରୁଣା ଭିଡିଓ, କିନ୍ତୁ ଏହା ନିକଟରେ ଭାଇରାଲ୍ ହୋଇଥିଲା |
ଭିଡ଼ିଓ ରେ ଦିନସାରା ଖେଳିବା ପରେ ହାତୀଛୁଆ ଶୋଇପଡିଛି , ମା ହାତୀ ଆସି ଛୁଆ କୁ ଉଠେଇବାକୁ ଚେଷ୍ଟା କରୁଛି ହେଲେ ଛୁଆ ଉଠିବାକୁ ନାରାଜ । ମା ହାତୀ ଛୁଆ ଅଣ୍ଟା ହଲେଇ ତାକୁ ଉଠେଇବାକୁ ଚେଷ୍ଟା କଲା, ହେଲେ ଛୁଆ ଗଭୀର ନିଦରେ ।ହତାଶ ମାମା ହାତୀ ତା’ପରେ ଚିଡ଼ିଆଖାନା ରକ୍ଷକ ସାହାଯ୍ୟ ମାଗିବାକୁ ତାଙ୍କ ପାଖକୁ ଗଲା , ସତେ ଯେମିତି କହିଲା ‘କିଏ ୟା ନିଦ ଭାଙ୍ଗ ‘ | ଜୁ କିପରମାନେ ସେମାନଙ୍କୁ ମାମା ହାତୀ ତା ନିଜ ଶିଶୁ ଆଡକୁ ନେଇଯାଏ | ଏହାପରେ ଚିଡ଼ିଆଖାନା ଜଣେ ରକ୍ଷକ ଛୁଆ ହାତୀଙ୍କୁ ହଲେଇ ଚାଲନ୍ତି ଆଉ ହାତୀ ଛୁଆ ଉଠିପଡ଼ି ମା ଆଡ଼କୁ ଦୌଡ଼ି ଚାଲିଯାଏ ।
ହାତୀମାନେ ସ୍ୱଭାବରେ ବୁଦ୍ଧିମାନ ତଥା ସାମାଜିକ ପ୍ରାଣୀ ଅଟନ୍ତି ଏବଂ ଦେଖିବା ପାଇଁ ଆକର୍ଷଣୀୟ। ହାତୀ ମେରେ ସାଥି ସିନେମା ରେ ମଧ୍ୟ ହାତୀ ମଣିଷ ସମ୍ପର୍କ କୁ ବିଗତ ଦିନରେ ସୁନ୍ଦର୍ ଚିତ୍ରିତ କରା ଯାଇଥିଲା ।

Get real time updates directly on you device, subscribe now.