fbpx

ଏ କି’ ନୃଶଂସତା! ପରକୀୟା ପ୍ରୀତି ପାଇଁ ଛୁଆକୁ ମାରିଲା ମା…

ପଟାମୁଣ୍ଡାଇ: ପରକୀୟା ପ୍ରୀତି ପାଇଁ ବଳିପଡ଼ିଗଲା ଅଢ଼େଇ ବର୍ଷର ପୁଅ । ପରକୀୟା ପ୍ରୀତି ପାଇଁ ତଳେ କଚାଡ଼ି ମାରିଦେଲେ ମା’ ଆଉ ପ୍ରେମିକ । ପୁଅର କାନ୍ଦ ପିଶାଚିନୀ ମାଆର ହାତକୁ ରୋକି ପାରିଲା ନାହିଁ । ପରକିୟା ପ୍ରିତିରେ ଅନ୍ଧ ହୋଇ ଶେଷରେ ସନ୍ତାନକୁ ବଳିପକାଇଦେଲା । ପରକୀୟା ପ୍ରେମ ପାଇଁ ପ୍ରେମିକ ସହ ମିଶି ପୁଅକୁ ମାଆ ଓ କଚାଡ଼ି କଚାଡ଼ି ମାରିଦେଲେ ଅଢେଇ ବର୍ଷର ପୁଅକୁ। ଖାଲି ସେତିକି ନୁହେଁ କାହାରିକୁ ନଜଣେଇଁ ମୃତ ଛୁଆକୁ ମାଟିରେ ପୋତିଦେଲେ।ଏମିତି ଏକ ଘଟଣା ଦେଖିବାକୁ ମିଳିଛି ପଟାମୁଣ୍ଡାଇ ଅଞ୍ଚଳରେ ।

ସବୁଠାରୁ ବଡ଼ କଥା ହେଉଛି କି ଏହି ଘଟଣା ଯେତେବେଳେ ପ୍ରଘଟ ହୋଇଥିଲା । ସେତେବେଳେ ଛୁଆର ମାଆ ଶସ୍ମିତା ନାଥ ଆସି ପଟାମୁଣ୍ଡାଇ ଥାନାରେ ପ୍ରେମିକ ବିରୁଦ୍ଧରେ ଅଭିଯୋଗ କରିଥିଲେ । ଶସ୍ମିତା କହିଥିଲେ ଯେ ଟ୍ୟୁସନ ସାର୍ ଲକ୍ଷ୍ମୀଧର ବାଇ ଛୁଆକୁ ମାରି ଦେଇଛି । ଏହାପରେ ତଦନ୍ତ ଜାରି ରହିଥିଲା । ପୋଲିସ ସନ୍ଦେହକୁ ଆସିଥିଲେ ଖୋଦ୍ ଶସ୍ମିତା ଏବଂ ତାଙ୍କ ପ୍ରେମିକ ଲକ୍ଷ୍ମୀଧର ।  ଆଉ ଉଭୟଙ୍କୁ ପଚରାଉଚାର ପରେ ଜଣାପଡ଼ିଥିଲା ଏମିତି ସାଂଘାତିକ କଥା ।

ସୂଚନା ଅନୂଯାୟୀ, ମାଟିଆପଡ଼ା ଗାଁର ଶସ୍ମିତା ନାଥଙ୍କ ସ୍ୱାମୀ ସୁକାନ୍ତନାଥ ବାହାର ରାଜ୍ୟରେ ରହୁଛନ୍ତି । ତେବେ ଶସ୍ମିତା ତାଙ୍କ ଛୁଆକୁ ପାଠ ପଢ଼ାଇବା ପାଇଁ ପଟ୍ଟାମୁଣ୍ଡାଇ ବଜାର ଚୁନଡିଅରେ ଭଡ଼ା ରହୁଥିଲେ ।  ସ୍ବାମୀଙ୍କ ସାଙ୍ଗ ଗୋପ୍ତିରା ଗାଁର ଲକ୍ଷ୍ମୀଧର ବାଇ ଭଡ଼ା ଘରକୁ ଟ୍ୟୁସନ କରିବାକୁ ଆସୁଥିଲେ ଏବଂ ସେହିଠାରେ ଦୁହିଁଙ୍କ ମଧ୍ୟରେ ଗଢିଉଠିଥିଲା ପ୍ରେମ ସମ୍ପର୍କ । ଆଉ ଏହି ପରକୀୟା ପ୍ରେମ ପାଇଁ ଉଭୟ ରଚିଥିଲେ ଏଭଳି ବର୍ବର କାଣ୍ଡ । ଏବେ ପ୍ରେମିକ ଓ ପ୍ରେମିକା ପୋଲିସ ହେପାଜତରେ। ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.