fbpx

ତୃତୀୟ ମ୍ୟାଚରୁ ବାଦ ପଡିଲେ କିଙ୍ଗ କୋହଲି: ସିରିଜ ଅଧାରୁ କାହିଁକି ଦଳ ଛାଡିଲେ ବିରାଟ?

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରୁ ବାଦ ପଡିଛନ୍ତି ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି । ଯାହାକୁ ନେଇ ଏବେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏପରିକି ଅନେକ ପ୍ରଶଂସକଙ୍କୁ ଆହତ ସମସ୍ୟା ମଧ୍ୟ ଏକ ଚିନ୍ତା ପାଲଟି ଯାଇଛି । ବିରାଟ ଆହତ ହୋଇ ଦଳ ଛାଡିଥିବା ମଧ୍ୟ ଅନୁମାନ କରାଯାଉଥିବା ବେଳେ ପ୍ରକୃତ କାରଣ ଏବେ ସାମନାକୁ ଆସିଛି । ତୃତୀୟ ତଥା ଶେଷ ଟି-୨୦ରୁ ଷ୍ଟାର ଖେଳାଳିଙ୍କୁ ବିଶ୍ରାମ ଦେବା ପାଇଁ ନିଷ୍ପତ୍ତି ନେଇଛି ଟିମ ମ୍ୟାନେଜମେଣ୍ଟ । ତେବେ ରବିବାର ମ୍ୟାଚ ଶେଷ ହେବା ପରେ ମୁମ୍ବାଇକୁ ଫେରି ଆସିଛନ୍ତି ବିରାଟ ।

ଦ୍ୱିତୀୟ ଟି-୨୦ରେ ବିଜୟୀ ହୋଇ ସିରିଜ ଉପରେ କବଜା କରିଛି ଟିମ ଇଣ୍ଡିଆ । ଏ ନେଇ ବିସିସିଆଇର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ବିରାଟଙ୍କୁ ଶେଷ ଟି-୨୦ ମ୍ୟାଚରୁ ବିଶ୍ରାମ ଦିଆଯାଇଥିବା ସେ ପ୍ରକାଶ କରିଛନ୍ତି । ତେବେ ତୃତୀୟ ମ୍ୟାଚ ଖେଳିବା ପରେ ଭାରତୀୟ ଦଳ ମୁମ୍ବାଇ ଯିବେ, ଏବଂ ଏଠାରେ ଦଳ ସହ ପୁଣି ଯୋଡି ହେବେ ବିରାଟ । ତେବେ ମୁମ୍ବାଇରୁ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଯିବେ ଟିମ ଇଣ୍ଡିଆର ସଦସ୍ୟ ।

ଭାରତର ପୂର୍ବ ଅଧିନାୟକ ବିରାଟ କୋହଲି ଦ୍ୱିତୀୟ ଟି-୨୦ ମ୍ୟାଚରେ ୨୮ ବଲରେ ୪୯ ରନର ଏକ ଅପରାଜିତ ଇନିଂସ ଖେଳିଥିଲେ । ତେବେ ଜବରଦସ୍ତ ବ୍ୟାଟିଂରେ ଏହି ମ୍ୟାଚକୁ ୧୬ ରନରେ ଜିତିବା ସହ ସିରିଜ ହାତେଇଛି ଟିମ ଇଣ୍ଡିଆ । ଏହାପୂର୍ବରୁ ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ଏବଂ ଟି-୨୦ ସିରିଜରୁ ମଧ୍ୟ ବିଶ୍ରାମ ଦିଆଯାଇଥିଲା ।

Get real time updates directly on you device, subscribe now.