fbpx

୬ ବର୍ଷର ପୁଅକୁ ଝାମ୍ପି ନେଲା ଚିତା; ମା’ କଲା ଏମିତି କାମ ଶୁଣିଲେ ଆପଣଙ୍କ ହୋସ ଉଡିଯିବ

ନୂଆଦିଲ୍ଲୀ: ଗୋଟିଏ ମାଆ ନିଜ ଛୁଆ ପାଇଁ କିଛି ବି କରିପାରେ । କଥାରେ ଅଛି ନିଜ ଛୁଆର ଜୀବନ ବଂଚାଇବାକୁ ସେ ଯମ ସହିତ ମଧ୍ୟ ଲଢିବାକୁ ଡରେ ନାହିଁ । ଏମିତି ଗୋଟିଏ ମାଆ ବାଘ ମୁହଁରୁ ନିଜ ପୁଅକୁ ଫେରାଇ ଆଣିଲା । ମଧ୍ୟ ପ୍ରଦେଶର ସିଧି ଜିଲ୍ଲାରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଛଅ ବର୍ଷର ନିରୀହ ଶିଶୁକୁ ଏକ ଚିତାବାଘ ଉଠାଇ ନେଇଥିଲା । ଆଉ ନିଜ ପୁଅକୁ ଏବଳିନ ବାଘ ଟେକି ନେଉଥିବାର ଦେଖି ମାଆ ପ୍ରାୟ ଏକ କିମି ବାଘର ପିଛା କରିଥିଲା । ପରେ ବାଘ ସହ ଲଢି ନିଜକୁ ପୁଅକୁ ଉଦ୍ଧାର କରିପାରିଛି । ଘଟଣାରେ ମାଆ ପୁଅ ଦୁହେଁ କ୍ଷତାକ୍ତ ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।
ସିଧି ଜିଲ୍ଲାର କୁସମୀ ବ୍ଲକର ଟମସାର ରେଞ୍ଜରେ ଥିବା ବାଡିଝାରିଆ ଗାଁର ଚାରିପଟେ ଜଙ୍ଗଲରେ ପରିପୂର୍ଣ୍ଣ। ଏହି ଅଞ୍ଚଳରେ ବନ୍ୟଜନ୍ତୁମାନେ ମଧ୍ୟ ରହୁଛନ୍ତି। ଗତ ରବିବାର ସନ୍ଧ୍ୟା ୭ଟାରେ ଏହି ଅଞ୍ଚଳର କିରଣ ବୈଗା ନାମକ ଜଣେ ମହିଳା ତାଙ୍କର ୬ ବର୍ଷର ଶିଶୁ ପୁତ୍ରକୁ ଧରି ବସିଥିଲେ। ଏହି ସମୟରେ ଏକ ଚିତାବାଘ ପଛପଟୁ ଆସି ଶିଶୁ ପୁତ୍ରକୁ ଝାମ୍ପି ନେଇ ଜଙ୍ଗଲ ଭିତରକୁ ଚାଲିଯାଇଥିଲେ।
ଆଖି ଆଗରେ ନିଜ ପୁଅକୁ ବାଘ ଝାମ୍ପି ନେବା ଦେଖି କିରଣ ସଙ୍ଗେସଙ୍ଗେ ବାଘର ପିଛା କରିଥିଲେ। ଅନ୍ଧାର ରାତିରେ ପ୍ରାୟ ୧ କି.ମି ପିଛା କରିବା ପରେ କିରଣ ବାଘ ସହ ଲଢି ନିଜ ପୁଅକୁ ରକ୍ଷା କରିଥିଲେ। କିରଣ ଯେକୌଣସି ଉପାୟରେ ବାଘ ସହ ଲଢି ଶିଶୁ ପୁତ୍ରକୁ ଉଦ୍ଧାର କରିଛନ୍ତି। ତେବେ ଉଭୟ ମାଆ ଓ ପୁଅ ବାଘ ଆକ୍ରମଣରେ ଆହତ ହୋଇଛନ୍ତି। ଶିଶୁଙ୍କୁ ଉଦ୍ଧାର କରିବା ପରେ କିରଣ ବେହୋସ ହୋଇଯାଇଥିଲେ। ପାଟି ଶୁଣି ଗ୍ରାମବାସୀମାନେ ସେମାନଙ୍କୁ ଉଦ୍ଧାର କରିଛନ୍ତି। ଦୁହିଁଙ୍କୁ ଏବେ କୁସମୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Get real time updates directly on you device, subscribe now.