fbpx

ଭିନ୍ନ ଜାତିରେ ପ୍ରେମ କଲା ନାବାଳିକା: ପ୍ରେମିକ ସହ ମିଶି ହତ୍ୟାକଲା ମା’

ନୂଆଦିଲ୍ଲୀ: ୧୬ ବର୍ଷର ଝିଅ ଭିନ୍ନ ଜାତିରେ ପ୍ରେମ କଲା ବୋଲି ମା’ ତାକୁ ହତ୍ୟା କରିଛି । ହାଇଦ୍ରାବାଦର ଜହିରାବାଦରୁ ଏମିତି ଏକ ଅନର କିଲିଂ ମାମଲା ସାମ୍ନାକୁ ଆସିଛି । ରବିବାର ସାଙ୍ଗାରେଡ୍ଡୀ ଅନ୍ତର୍ଗତ ହୁଗ୍ଗେଲୀ ଅଞ୍ଚଳରେ ଏହି ଘଟଣା ଘଟିଥିଲା । ପରବର୍ତ୍ତୀ ସମୟରେ ପୋଲିସ ବିଧବା ମା’ ଓ ତାର ପ୍ରେମିକକୁ ଗିରଫ କରିଛି । ନାବାଳିକା ଜଣଙ୍କ ଭିନ୍ନ ଜାତିର ଜଣେ ବ୍ୟକ୍ତିକୁ ପ୍ରେମ କରୁଥିଲା । ଏହି କାରଣରୁ ଯୁବତୀର ମା ଓ ମା’ର ପ୍ରେମିକ ଉକ୍ତ ଯୁବକକୁ ଫସାଇବାକୁ ଚେଷ୍ଟା କରିଥିଲେ ।

ପୋଲିସ ତଦନ୍ତରୁ ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଉଭୟଙ୍କୁ ଗିରଫ କରିଛି । ଯୁବତୀ ଜଣଙ୍କ ଯୁକ୍ତ ଦୁଇରେ ପଢୁଥିଲେ । ପ୍ରେମ ସମ୍ପର୍କ ବିଷୟରେ ଜାଣିବା ପରେ ମା’ ଉଭୟଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ । ତେବେ ଝିଅ ନ ମାନିବାରୁ ଅନର କିଲିଂର ପଦକ୍ଷେପ ଗ୍ରହଣ କରିଥିଲା ମା’ । ନିଜ ପ୍ରେମିକ ସହିତ ମିଶି ଝିଅର ତଣ୍ଟି ଚିପି ହତ୍ୟା କରିଥିଲା ।

Get real time updates directly on you device, subscribe now.