fbpx
BJD SKY
BJD SKY

୭୦ କେଜିର ଡେଡ୍ ଲିଫ୍ଟ ଉଠାଇଲେ ଦିଶା ପଟାନୀ: ଦେଖନ୍ତୁ ଏକ୍ସରସାଇଜର ଭିଡିଓ

BJD

ମୁମ୍ବାଇ: ବଲିଉଡର ସେକ୍ସ ସାଇରନ୍ ଦିଶା ପଟାନୀ ପୁଣି ଥରେ ଚର୍ଚ୍ଚାରେ । ସବୁ ଥର ପରି ନିଜର ହଟନେସ, ବୋଲ୍ଡ ଅନ୍ଦାଜ କିମ୍ବା ପ୍ରେମ ସମ୍ପର୍କକୁ ନେଇ ନୁହେଁ ବରଂ ନିଜର ଏକ୍ସରସାଇଜକୁ ନେଇ । ନିଜର ହଟ୍ ଫିଗର ପାଇଁ ଜିମରେ ଝାଲ ବୁହାଉଥିବାର ନଜର ଆସିଛନ୍ତି ଦିଶା ପଟାନୀ । ଏପରିକି ଦିଶା ଏହାର ଭିଡିଓ ମଧ୍ୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି ।

ଏହି ଭିଡିଓରେ ଦିଶା ପଟାନୀ କଡା ଅଭ୍ୟାସ କରିଥିବାର ନଜର ଆସିଛନ୍ତି । ପ୍ରଥମେ ଦୁଇ ସେଟର ୭୦ କେଜି ଲେଖାଏଁ ଓଜନ ଉଠାଇଥିବା ବେଳେ ୩୦ କେଜି ଓଜନ ସହିତ ହିପ୍ ଥ୍ରଷ୍ଟ କରିଛନ୍ତି । ଏହା ପରେ ସମାନ ୭୦ କେଜି ଓଜନ ଉଠାଇ ଡେଡ ଲିଫ୍ଟ କରିଛନ୍ତି । ତେବେ ଦିଶାଙ୍କ ଏହି ଭିଡିଓକୁ ଲାଇକ କରିଛନ୍ତି ବୟଫ୍ରେଣ୍ଡ ଟାଇଗର ଶ୍ରଫଙ୍କ ମା ଆୟେଶା ଶ୍ରଫ୍ । ୱା ଦିଶୁ ବୋଲି ଲେଖିଛନ୍ତି ଟାଇଗରଙ୍କ ମା’ । ଆୟେଶାଙ୍କ ବ୍ୟତିତ ଏଲି ଆବ୍ରାହାମ ଓ ଖୁସବୁ ପଟାନୀ ଦିଶାଙ୍କ ଭିଡିଓକୁ ପସନ୍ଦ କରିଛନ୍ତି ।

Get real time updates directly on you device, subscribe now.