fbpx

(Video) ପ୍ରେମିକ ସହ ମୁଁ ସେକ୍ସ କରୁଥିଲି, ମୋ ପୁଅ ଦେଖିଦେଲା, ତେଣୁ ତାକୁ ମାରିଦେଲି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିର ସମାଜ ବହୁତ ତଳକୁ ଖସି ଗଲାଣି । ଏଠି ବିବାହିତା ମହିଳା ପର ପୁରୁଷ ସହ ରାତି ବିତାଉଛି ଆଉ ବିବାହତ ପୁରୁଷ ଗଣ୍ଡା ଗଣ୍ଡା ସୁନ୍ଦରୀ ଯୁବତୀଙ୍କୁ ହୋଟେଲ୍, ନେଇ ପୁଳା ପୁଳା ଟଙ୍କା ଉଡ଼ାଉଛି । କଥା ସେତିକିରେ ସରିନାହିଁ । ଦୁନିଆର ସବୁଠାରୁ ବଡ଼ ମମତାଦାତ୍ରୀ ମାଆ ବି ପରକୀୟା ପ୍ରୀତିରୁ ବାଦ୍ ପଡ଼ିନାହିଁ । ପ୍ରେମରେ ପାଗଳ ହୋଇ ମାଆ ଶେଷରେ ତା’ର ଜନ୍ମକଲା ପୁଅକୁ ମଧ୍ୟ ରାସ୍ତାରୁ ହଟାଇବାକୁ ପଛାଇ ନାହିଁ ।

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ମାଟିଆପଡ଼ା ଗ୍ରାମରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ସୂଚନା ଅନୁଯାୟୀ, ଦିହିଡ଼ିପୁର ଗ୍ରାମରେ ଜଣେ ମହିଳା ମାଟିଆପଡ଼ା ଗ୍ରାମର ସୁକାନ୍ତ ନାଥ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ମହିଳାଙ୍କ ୩ଟି ସନ୍ତାନ ରହିଥିବା ବେଳେ ତାଙ୍କ ସ୍ୱାମୀ ସୁକାନ୍ତ କାମ କରିବାକୁ ବାହାରକୁ ଯାଆନ୍ତି । ତେବେ ସ୍ୱାମୀଙ୍କ ଅନୁପସ୍ଥିତିରେ ମହିଳା ଜଣଙ୍କର ଗୁପ୍ତିରା ଗ୍ରାମର ଲକ୍ଷ୍ମୀଧର ନାମକ ଜଣେ ଯୁବକଙ୍କୁ ଭଲ ପାଇ ବସିଥିଲେ ।

ଧୀରେଧୀରେ ମହିଳାଙ୍କର ଲକ୍ଷ୍ମୀଧରଙ୍କ ସହ ପ୍ରେମ ସମ୍ପର୍କ ଅଧିକ ନିବିଡ଼ ହେବାରେ ଲାଗିଥିଲା ଓ ଦୁହେଁ ଅନ୍ୟତ୍ର ରହିବାକୁ ନିଷ୍ପପତ୍ତି ନେଇଥିଲେ । ବଡ଼ପୁଅ ଓ ଝିଅଙ୍କ ଘରେ ଛାଡ଼ିଦେଇ ଦୁହେଁ ନିଜ ପ୍ରେମକୁ ପାଇବାକୁ ଚେଷ୍ଟା କରିଥିଲେ । ମାତ୍ର ଏଥିରେ କଣ୍ଟା ସାଜିଥିଲା ୩ ବର୍ଷର ସାନ ପୁଅ । ସାନପୁଅକୁ ନେଇ ପ୍ରେମିକ ଲକ୍ଷ୍ମୀଧରଙ୍କ ସହ ମହିଳାଙ୍କର ଅନେକ ସମୟରେ ଝଗଡ଼ା ହେଉଥିଲା । ଶେଷରେ ବାତ୍ସଲ୍ୟ ମମତାକୁ ଭୁଲିଯାଇ ମହିଳା ଜଣଙ୍କ ପ୍ରେମ ପାଇଁ ନିଜ ପୁତ୍ରର ଜୀବନ ନେବାକୁ ପଛାଇ ନଥିଲା । ଛୋଟ ଶିଶୁର ଆଖି ଆଗରେ ମହିଳା ଜଣଙ୍କ ଅନ୍ୟ ପୁରୁଷ ସହ ଖରାପ ସମ୍ପର୍କ ରଖୁଥିଲେ । ତେଣୁ କାଳେ ପିଲାଟି କାହାକୁ କହିଦେବ, ଏଇ ଆଶଙ୍କା ସନ୍ଦେହ କରି ମାଆ ତା’ ଛୁଆକୁ ସବୁଦିନ ପାଇଁ ହଟାଇ ଦେଇଥିଲା । ପରେ କାହାକୁ କିଛି ନ ଜଣାଇ ଶିଶୁ ପୁତ୍ରକୁ ପୋତି ଦେଇଥିଲେ । ପରେ ଏହି ଘଟଣାରେ ପୋଲିସ ମୃତ ଶିଶୁପୁତ୍ରର ଶବକୁ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ପଚରା ଉଚରା ଜାରି ରଖିଛି । ପଟ୍ଟାମୁଣ୍ଡାଇ ପୋଲିସ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଅଭିଯୁକ୍ତଙ୍କ ବୟାନ ରେକର୍ଡ କରିଥିଲା ।

Get real time updates directly on you device, subscribe now.