fbpx

ଏଠି ନିଜେ ଜଙ୍ଗଲ ହିଁ ଗିଳି ନିଏ ସମସ୍ତ ଧୂଆଁ? ଜାଣନ୍ତୁ କିପରି ଭୂଟାନ ହୋଇଛି ଶୂନ ଅଙ୍ଗାରକାମ୍ଳ ଦେଶ…

ସାରା ଦୁନିଆରେ ଅନେକ କିଛି ଅଦ୍ଭୁତ ଏବଂ ଆଶ୍ଚର୍ଯ୍ୟଜନକ ଜିନିଷ ଦେଖିବାକୁ ମିଳିଥାଏ । ସେହିପରି ଦୁନିଆରେ ଏମିତି ଏକ ଜଙ୍ଗଲ ରହିଛି ଯାହା ଖୁବ ରହସ୍ୟମୟୀ । ଏହି ଜଙ୍ଗଲ ସବୁ ଧୂଆଁ ନିଜେ ଗିଳିଯାଏ । ଗଛ ପେଟକୁ ଚାଲିଯାଇଥାଏ ଏଠାକାର ସବୁ ଅଙ୍ଗାରକାମ୍ଳ । ଅହରହ ଅଞ୍ଚଳକୁ ପ୍ରଦୂଷଣରୁ ବଞ୍ଚାଏ ଜଙ୍ଗଲର ସବୁ ଗଛ । ଯେଉଁଥିପାଇଁ ସାରା ଅଞ୍ଚଳ ସୁରକ୍ଷିତ ହୋଇ ରହିଥାଏ ।

ଏହି ସମୟରେ ପୁରା ଅଞ୍ଚଳ ଏବେ ଜଳବାୟୁ ପ୍ରଦୂଷଣ ସହ ଘାଣ୍ଟି ହେଉଛି । ବିଭିନ୍ନ ଦେଶ ମାନଙ୍କରେ ଏବେ ଅଙ୍ଗାରକାମ୍ଳର ମାତ୍ରାକୁ କେମିତି କମ କରିବେ ସେ ଦିଗରେ କାମ କରୁଛନ୍ତି । କିନ୍ତୁ ଏମିତି କିଛି ଦେଶ ଅଛନ୍ତି ଯେଉଁଠାରେ ଏଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁନାହିଁ । ଅର୍ଥାତ ସେହି ଦେଶ ଗୁଡିକୁ ଅଙ୍ଗାରକାମ୍ଳକୁ କମ କରିବାର ଚିନ୍ତା ହିଁ ନାହିଁ । ଏହା ଏଥିପାଇଁ ସମ୍ଭବ ହୋଇଛି କାରଣ ସେହି ଦେଶରେ ଖରାପ ଅଙ୍ଗାରକାମ୍ଳ ହିଁ ନାହିଁ ।

ବିଶ୍ୱରେ ଏମିତି ୩ଟି ଦେଶକୁ ଶୂନ ଅଙ୍ଗାରକାମ୍ଳର ଦେଶ ବୋଲି ଘୋଷଣା କରାଯାଇଛି । ଏହି ଦେଶ ଗୁଡ଼ିକ ହେଉଛନ୍ତି ଭୁଟାନ, ସୁରିନାମ, ଏବଂ ପାନାମା । ଯେଉଁ ସମୟରେ ସାରା ବିଶ୍ୱ ଏବେ ଜଳବାୟୁ ପରିବର୍ତ୍ତନ ସହ ସଂଘର୍ଷ କରୁଛି, ସେହି ସମୟରେ ଏହି ୩ଟି ଦେଶ ବିଶ୍ୱ ଆଗରେ ଏକ ଉଦାହରଣ ହୋଇ ଛିଡ଼ା ହୋଇଛନ୍ତି । ଆସନ୍ତୁ ଜାଣିବା କିପରି ଏହି ୩ଟି ଦେଶରେ ଏହା ସମ୍ଭବ ହୋଇପାରିଛି ।

ଭୁଟାନ:

ଭୁଟାନ ନେଟ ଜିରୋର ଶପଥ ନେଇ ନାହିଁ । କାରଣ ତାକୁ ଏହା କରିବାର ଆବଶ୍ୟକତା ହିଁ ନାହିଁ । ଭୁଟାନର ଜଙ୍ଗଲ ଗୋଟିଏ ବର୍ଷରେ ପ୍ରାୟ ୯୦ ଲକ୍ଷ ଟନର ଅଙ୍ଗାରକାମ୍ଳ ଗ୍ରହଣ କରିବାର କ୍ଷମତା ରଖିଥାଏ । ଯେତେବେଳେ କି ଏହି ଦେଶରେ ପ୍ରତି ବର୍ଷ ଅଙ୍ଗାରକାମ୍ଳ ନିର୍ଗମନ ୪୦ ଲକ୍ଷ ଟନରୁ କମ ହୋଇଥାଏ । ଭୁଟାନ ଏହା ଏମିତି କଣ ପାଇଁ କରିପାରେ ଏହା ପଛରେ ମଧ୍ୟ କାରଣ ରହିଛି । ସେଗୁଡ଼ିକ ମଧ୍ୟରୁ ପ୍ରଥମଟି ହେଉଛି ଭୁଟାନ ଜଙ୍ଗଲକୁ ନେଇ ବହୁତ ତର୍କ ଅବଲମ୍ବନ କରେ । ଭୁଟାନର ସମ୍ବିଧାନର ମୁତାବିକ ଏହି ଦେଶରେ ଅତି କମରେ ୬୦ ପ୍ରତିଶତ ଜଙ୍ଗଲ ହେବା ନିହାତି ଆବଶ୍ୟକ । ହେଲେ ଭୁଟାନରେ ୭୨ ପ୍ରତିଶତ ଜଙ୍ଗଲ ରହିଛି । ଖାଲି ସେତିକି ନୁହେଁ ସେଠାରେ କାଠକୁ ରପ୍ତାନି କରିବା ମଧ୍ୟ ନିଷେଧ । ଅର୍ଥାତ ଭୁଟାନରୁ ବାହାର ଦେଶକୁ କାଠ ରପ୍ତାନି ହୋଇପାରିବ ନାହିଁ । ଭୁଟାନରେ ବିଦ୍ୱତ ଶକ୍ତି ନିଆରୁ ନୁହେଁ ପାଣିରୁ ଉତ୍ପାଦନ କରାଯାଏ । ସବୁଠାରୁ ବଡ଼ କଥା ହେଉଛି ଭୁଟାନ ଏକ ଛୋଟ ଏବଂ ଅଣ ଶିଳ୍ପ ରାଷ୍ଟ ।

ସୁରିନାମା:

ସୁରିନାମା ହେଉଛି ଏମିତି ଏକ ଦେଶ ଯେଉଁଠାରେ ପୃଥିବୀର ସବୁଠାରୁ ଅଧିକ ଜଙ୍ଗଲ ରହିଛି । ଏହି ଦେଶ ଦକ୍ଷିଣ ଆମେରିକାରେ ରହିଛି । ଏହି ଅଞ୍ଚଳଟି ହେଉଛି ଦକ୍ଷିଣ ଆମେରିକାର ସବୁଠାରୁ ଛୋଟ । ଯାହାର ୯୭ ପ୍ରତିଶତ ଅଂଶ ଟ୍ରପିକାଲ ଜଙ୍ଗଲ ଦ୍ୱାରା ଆଚ୍ଛାଦିତ । ଏହି ଦେଶ କୃଷି, ବକ୍ସାଇଟ, ସୁନା ଏବଂ ପେଟ୍ରୋକେମିକାଲ ଉପରେ ନିର୍ଭର କରେ । କିନ୍ତୁ ନିଜ ଜଙ୍ଗଲକୁ ରକ୍ଷା କରି ସୁରିନାମା ଅଙ୍ଗାରକାମ୍ଳ ନେଗେଟିଭ କ୍ଲବରେ ସାମିଲ ହେବାରେ ସଫଳ ହୋଇଛି । ହେକ୍ଟର ହେକ୍ଟର ଜଙ୍ଗଲ ତିଆରି କରିବା ପାଇଁ ଏହି ଦେଶର ଲୋକ ଏବଂ ସେନା ସରକାରଙ୍କର ସାଥ ଦେଲେ ଯେଉଁଥିପାଇଁ ଏହା ସମ୍ଭବ ହୋଇପାରିଲା ।

ପାନାମା:

ସେହିଭଳି ପାନାମା ମଧ୍ୟ ଅଙ୍ଗାରକାମ୍ଳ ନେଗେଟିଭ କ୍ଲବରେ ପ୍ରଥମ ଥର ପାଇଁ ସାମିଲ ହୋଇଛି । ମଧ୍ୟ ଆମେରିକିୟ ଦେଶ ହେଉଛି ପାନାମା । ଯାହା ଦକ୍ଷିଣ ଅମେରିକାର ସୀମା ଉପରେ ଅବସ୍ଥିତ । ଏହି ଦେଶ ପାହାଡ଼, ନଦୀ ଏବଂ ଟ୍ରପିକାଲ ପରିବେଶ ପାଇଁ ଜଣାଯାଏ । ଏହି ଦେଶ ଜଙ୍ଗଲ କ୍ଷୟକୁ ରୋକିବାରେ ସକ୍ଷମ ହୋଇଛି ଏବଂ ଏହି ଦେଶର ୫୭ ପ୍ରତିଶତ ଅଂଶ ଜଙ୍ଗଲରେ ଭରପୁର ରହିଛି । ପାନାମାର ଲକ୍ଷ ହେଉଛି କି ୨୦୫୦ ସୁଦ୍ଧା ସେ ତାର ୫୦ ହଜାର ହେକ୍ଟର ଜମିକୁ ଘଞ୍ଚ ଜଙ୍ଗଲରେ ପରିଣତ କରିଦେବ ।

ଯଦି ଆମେ ଭାରତ କଥା କହିବା ତେବେ ୨୦୭୦ ସୁଦ୍ଧା ଭାରତରୁ ଅଙ୍ଗାରକାମ୍ଳ ନିର୍ଗମନ ଶୂନ୍ୟ କରିବାକୁ ଲକ୍ଷ ରହିଛି ।

Get real time updates directly on you device, subscribe now.