fbpx

ଆହତ ପରେ କମବ୍ୟାକ କଲେ ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ: ଦଳ ପାଇଁ ପାଲଟିଲେ ସଙ୍କଟମୋଚକ

ନୂଆଦିଲ୍ଲୀ: ବାଂଲାଦେଶରେ ଖେଳାଯାଉଥିବା ମହିଳା ଏସିଆ କପରେ ଭାରତ ଏବଂ ୟୁଏଇ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲା ଭାରତ । ଫଳରେ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୭୮ ରନ ସଂଗ୍ରହ କରି ନେଇଛି ଟିମ ଇଣ୍ଡିଆ । ତେବେ ଏହି ମ୍ୟାଚ ପାଇଁ ଦଳରେ ୪ଟି ପରିବର୍ତ୍ତନ ହୋଇଛି । ନିୟମିତ ଅଧିନାୟକ ହରମନପ୍ରୀତ କୌରଙ୍କୁ ଏହି ମ୍ୟାଚରେ ବିଶ୍ରାମ ଦିଆଯାଇଥିବା ବେଳେ ତାଙ୍କ ସ୍ଥାନରେ ସ୍ମୃତି ମନ୍ଧାନା ଦଳର ନେତୃତ୍ୱ ନେଇଛନ୍ତି । ସେହିପରି ଶେଫାଳୀ ବର୍ମା, ମେଘନା ସିଂହ ଏବଂ ରାଧା ଯାଦବ ମଧ୍ୟ ଏହି ମ୍ୟାଚରେ ସୁଯୋଗ ପାଇ ନାହାନ୍ତି । ଏମାନଙ୍କ ସ୍ଥାନରେ ମ୍ୟାଚରେ ଏଣ୍ଟ୍ରି କରିଛନ୍ତି ସ୍ନେହ ରାଣା, ରେଣୁକା ସିଂହ ଏବଂ ପୂଜା ବସ୍ତ୍ରକାର ।

ତେବେ ଦଳ ତରଫରୁ ଋଚା ଘୋଷ ଏବଂ ଏସ ମେଘନା ପାଳି ଆରମ୍ଭ କରିଥିଲେ । କିନ୍ତୁ ପ୍ରଥମ ଓଭରରେ ପାଭିଲିୟନ ଫେରିଥିଲେ ଋଚା । ତାଙ୍କ ପରେ ଏସ ମେଘନା ଏବଂ ଡି ହେମଲତା ମଧ୍ୟ ଆଉଟ ହୋଇଥିଲେ । ତେବେ ମାତ୍ର ୨୦ ରନରେ ୩ଟି ୱିକେଟ ହରାଇ ସଙ୍କଟରେ ପଡିଯାଇଥିଲା ଟିମ ଇଣ୍ଡିଆ । କିନ୍ତୁ ଦଳ ପାଇଁ ସଙ୍କଟମୋଚକ ସାଜିଥିଲେ ଦିପ୍ତୀ ଶର୍ମା । ତାଙ୍କ ସହ ଜେମିମା ରୋଡ୍ରିଗ୍ସ ସୁନ୍ଦର ପାଳି ଖେଳି ଦଳକୁ ୧୭୮ ରନର ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇଛନ୍ତି । ଚତୁର୍ଥ ୱିକେଟ ପାଇଁ ୮୧ ବଲରୁ ଉଭୟଙ୍କର ୧୨୮ ରନର ଦମଦାର ପାର୍ଟନରସିପ ଆଜି ଦଳକୁ ଏକ ଫାଇଟିଙ୍ଗ ଟୋଟାଲରେ ପହଞ୍ଚାଇଛି ।

ତେବେ ଏହି ମ୍ୟାଚରେ ଦିପ୍ତୀ ଶର୍ମା ୫୬ ରନ କରିଥିବା ବେଳେ ୬୮ ରନର ଧୂଆଧାର ପାଳି ଖେଳିଛନ୍ତି ଜେମିମା ରୋଡ୍ରିଗ୍ସ । ଆହତ ସମସ୍ୟାରୁ ମୁକୁଳିବା ପରେ ଏସିଆ କପରେ ଏକ ଜବରଦସ୍ତ କମବ୍ୟାକ କରିଛନ୍ତି । ୩ଟି ୱିକେଟ ହରାଇବା ପରେ ପ୍ରଥମେ ଦିପ୍ତୀ ଏବଂ ଜେମିମାଙ୍କ ଯୋଡି ହଠାତ ଗିୟର ବଦଳାଇବା ସହ ଦମଦାର ବ୍ୟାଟିଂ ଆରମ୍ଭ କରିଥିଲେ । ଫଳରେ ଟିମ ଇଣ୍ଡିଆ ଆଜି ୟୁଏଇ ସାମନାରେ ୧୭୯ ରନର ଏକ ବିରାଟ ବିଜୟ ଲକ୍ଷ ରଖିପାରିଛି ।

Get real time updates directly on you device, subscribe now.