fbpx
BJD SKY
BJD SKY

ଅଭାବନୀୟ: ନିଜ ହାତରେ ୬ ସନ୍ତାନଙ୍କୁ କୂଅରେ ଫିଙ୍ଗି ହତ୍ୟା କଲା ମା’

BJD

ନିଷ୍ଠୁର ସାଜିଲା ମମତାମୟୀ ମା’ । ସ୍ନେହ ବଦଳରେ ଦେଲା ମୃତ୍ୟୁ । ଆଉ ନିଜ ହାତରେ କରିଦେଲା ଛଅ ଛଅଟି କଅଁଳ ଶିଶୁଙ୍କ ହତ୍ୟା । ମହାରାଷ୍ଟ୍ରର ରାୟଗଡ଼ରେ ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି, ଯେଉଁଠାରେ ଜଣେ ମା’ ନିଜର ୬ ନାବାଳିକା ଶିଶୁଙ୍କୁ କୂଅରେ ଫିଙ୍ଗି ହତ୍ୟା କରିଛି । କୁହାଯାଉଛି ମହିଳା ଜଣକ ଘରୋଇ କଳିକୁ ନେଇ ଏହି ଭୟଙ୍କର କାଣ୍ଡ କରିଛନ୍ତି ।

ମାମଲା ମୁମ୍ବାଇଠାରୁ ୧୦୦ କିମି ଦୂର ମହାଡ ତାଲୁକାରେ ଖାରାବଳୀ ଗ୍ରାମର । ଜଣେ ପୋଲିସ ଅଧିକାରୀଙ୍କ କହିଛନ୍ତି ଯେ ମୃତ ଶିଶୁଙ୍କ ମଧ୍ୟରେ ୫ ଝିଅ ରହିଛନ୍ତି । ସୂଚନା ଅନୂଯାୟୀ, ମହିଳାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକ ମାରପିଟ୍ କରୁଥିଲେ । ଆଉ ଏଥିରେ ରାଗିଯାଇ ସେ ନିଜ ପିଲାଙ୍କୁ କୂଅରେ ଫିଙ୍ଗିଦେଇଥିଲେ ଆଉ ଏଥିରେ ସମସ୍ତ ୬ ଶିଶୁଙ୍କର ମୃତ୍ୟୁ ହୋଇଥିଲା । ମୃତ ଶିଶୁଙ୍କ ବୟସ ୧୮ ମାସରୁ ୧୦ ବର୍ଷ ମଧ୍ୟରେ ଥିଲା ।

ତେବେ ଖବର ପାଇ ପୋଳିସ ଘଟଣା ସ୍ଥଳରେ ପହଞ୍ଚି ପୋଲିସ୍ ପିଲାଙ୍କ ଶବକୁ ଉଦ୍ଧାର କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ସେପଟେ ମହିଳାଙ୍କୁ ପୋଲିସ ପଚରାଉଚରା କରିବା ସହ ମାମଲା ଯାଞ୍ଚ କରୁଛି ।

Get real time updates directly on you device, subscribe now.