ନୂଆଦିଲ୍ଲୀ: ପ୍ରବଚକ ତଥା ମୋଟିଭେଶନାଲ ସ୍ପିକର ଜୟା କିଶୋରୀ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି । ଫଟୋରେ ସେ ପୋଜ୍ ଦେଇ ବସିଥିବାର ନଜରକୁ ଆସିଛି । ଯାହାକୁ ଦେଖିବା ପରେ ସମସ୍ତେ ଭାବୁଚନ୍ତି ଜୟା କିଶୋରୀ ମଡେଲିଂ ଆରମ୍ଭ କରିଦେଇଛନ୍ତି । ଏ ନେଇ ଜୟା କିଶୋରୀଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଏ ଘଟଣା ପୂର୍ବରୁ ଜୟା କିଶୋରୀ ଦାମୀ ହ୍ୟାଣ୍ଡ ବ୍ୟାଗ୍ ଓ ଆଇଫୋନ୍ ପାଇଁ ସମାଲୋଚନାର ଶିକାର ହୋଇଥିଲେ ।
ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଏକ୍ସରେ ଅନେକ ୟୁଜର୍ସ ଜୟାଙ୍କ ଗ୍ଲାମରସ୍ ଫଟୋ ଶେୟାର କରିବାରେ ଲାଗିଛନ୍ତି । ବହୁ ୟୁଜର ଜୟା କିଶୋରୀଙ୍କ ଏ ଫଟୋକୁ ଏଆଇ ଦ୍ୱାରା କରାଯାଇଥିବା କହିଛନ୍ତି । ଫଟୋକୁ ନିରିଖି ଦେଖିବା ପରେ ଫଟୋରେ ଦେଖାଯାଉଥିବା ଜୟା କିଶୋରୀଙ୍କ ଦୁଇଯିଯାକ ହାତ ଅଲଗା ଦେଖାଯାଉଛି । ଯେଉଁ କାରଣରୁ ଜୟା କିଶୋରୀଙ୍କ ଏ ଫଟୋ ଏଆଇ ଦ୍ୱାରା ତିଆରି କରାଯାଇଥିବା ଆଲୋଚନା ହେଉଛି ।
କିଛିଦିନ ତଳେ ଜୟା କିଶୋରୀଙ୍କର ଗୋଟିଏ ଫଟୋ ଭାଇରାଲ ହୋଇଥିଲା । ଯେଉଁତିରେ ସେ ଲଗ୍ଜୁରୀ ବ୍ରାଣ୍ଡର ବ୍ୟାଗ୍ ଧରି ଏୟାରପୋର୍ଟ ବାହାରେ ଛିଡ଼ା ଥିବା ଦେଖିବାକୁ ମିଳିଥିଲା । ବ୍ୟାକକୁ ନେଇ ତାଙ୍କୁ ସମାଲୋଚନା କରାଯାଇଥିଲା । ପରବର୍ତ୍ତୀ ସମୟରେ ସେ ସ୍ପଷ୍ଟୀକରଣ ଦେଇ କହିଥିଲେ ଯେ, ବ୍ୟାଗରେ କୌଣସି ପ୍ରକାର ଚମଡା ବ୍ୟବହାର କରାଯାଇ ନାହିଁ । ବରଂ ଏହା ତାଙ୍କ ଅର୍ଡରରେ ତିଆରି ହୋଇଥିବା ଏକ କଷ୍ଟମାଇଜ୍ଡ ବ୍ୟାଗ୍ ।