fbpx

ଲଞ୍ଚ ହେଲା Moto G71 5G: ୨୦ ହଜାରରୁ କମରେ ମିଳିବ 50 MP କ୍ୟାମେରା ସହ ଶକ୍ତିଶାଳୀ ପ୍ରୋସେସର

ନୂଆଦିଲ୍ଲୀ: ଭାରତରେ ଲଞ୍ଚ ହୋଇଛି Moto G71 5G, ଏହାର ଖାସ୍ କଥା ହେଉଛି ଯେ ଏହା ୨୦ ହଜାରରୁ କମ ଦାମରେ ଭାରତରେ ଲଞ୍ଚ ହୋଇଛି । ଏହି ଡିଭାଇସରେ Snapdragon 695 SoC ରହିଛି, ଯାହା ଭାରତରେ ପ୍ରଥମ । ଏହି ନୂଆ ୫ଜି ଫୋନ ଭାରତରେ iQOO Z3 5G, Relame 8s 5G, Lava Agni 5G, Redmi Note 11T 5G ଫୋନକୁ ଟକ୍କର ଦେବ । କମ୍ପାନୀ ଏହି ଫୋନକୁ ସିଙ୍ଗିଲ ଭ୍ୟାରିଏଣ୍ଟରେ ଲଞ୍ଚ କରିଛି । ତେବେ ଏହାର ବିଶେଷତ୍ୱ ହେଉଛି ଏହାର ପ୍ରୋସେସର, ଆଣ୍ଡ୍ରଏଡ୍ ୧୧ ଏବଂ ୫୦ ମେଗାପିକ୍ସଲ କ୍ୟାମେରା ।

ଏଭଳି ରହିଛି ଫିଚର୍ସ:

Moto G71 5G ରେ ୬.୪ ଇଞ୍ଚର ଫୁଲ Full HD+ ଡିସପ୍ଲେ ଦିଆଯାଇଛି । ଯେଉଁଥିରେ ୧୦୮୦x ୨୪୦୦ ରେଜୋଲ୍ୟୁସନ ଦେଖିବାକୁ ମିଳିବ । ଏହାର ଡିସପ୍ଲେର ରିଫ୍ରେଶ ରେଟ୍ ୬୦ ହର୍ଟଜ ରହିଛି । କ୍ୟାମେରା ବିଷୟରେ କହିଲେ ଫୋନରେ ଟ୍ରିପଲ ରିୟର କ୍ୟାମେରା ରହିଛି । ଯାହାର ପ୍ରାଇମେରୀ କ୍ୟାମେରା 50 MP ହୋଇଥିବାବେଳେ 8 MPର ଅଲ୍ଟ୍ରୱାଇଡ+ ଡେପ୍ଥ ସେନ୍ସର ଏବଂ ଏକ ମାଇକ୍ରୋ ଭିଜନ କ୍ୟାମେରା ଦିଆଯାଇଛି । ସେହିଭଳି ସେଲ୍ଫୀ ପାଇଁ ଫୋନରେ 16 MP ର କ୍ୟାମେରା ରହିଛି । ଫୋନରେ 5000 mAh ର ବ୍ୟାଟେରୀ ରହିଥିବାବେଳେ 33W ର ଚାର୍ଜିଂ ସୁବିଧା ଦେଖିବାକୁ ମିଳିବ । ଫିଙ୍ଗରପ୍ରିଣ୍ଟ ସେନ୍ସର ଭଳି ଅନ୍ୟାନ୍ୟ ଫିଚର୍ସ ମଧ୍ୟ ରହିଛି ଏହି ସ୍ମାର୍ଟଫୋନରେ ।

Moto G71 5G କୁ 6 GB + 128 GB ଷ୍ଟୋରେଜ ଅପ୍ସନ ସହ ଲଞ୍ଚ କରାଯାଇଛି । ଏହାର ଦାମ ୧୮,୯୯୯ ଟଙ୍କା ରହିଛି । ଏହି ଫୋନର ପ୍ରଥମ ସେଲ ଫ୍ଲିପକାର୍ଟରେ ୧୯ ଜାନୁଆରୀରେ କରାଯିବ ।

 

Get real time updates directly on you device, subscribe now.