fbpx
BSKY
BJD SHG SKY
BJD MC SKY

ଗାଡି ସିଜ

ଆଜି ସକାଳୁ ଭୁବନେଶ୍ୱରରେ ପୁଲିସ ୮୭୪ଟି ଗାଡି ଜବତ କରିଛି । ସମସ୍ତେ ମାର୍କେଟକୁ ଗାଡି ନେଇ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବାକୁ ଆସିଥିଲେ । ସେହିପରି କଟକରେ ମଧ୍ୟ ୧୦୦ ରୁ ଅଧିକ ଗାଡି ସିଜ କରାଯାଇଛି । ଏଥିସହିତ ପୁଲିସ ବିଭିନ୍ନ ମାର୍କେଟ ଓ ଦୋକାନ ବଜାରରେ ଯାଂଚ କରୁଛି । ସାମାଜିକ ଦୂରତା ରକ୍ଷାରେ ଅବହେଳା କରୁଥିବା ଲୋକଙ୍କୁ ଲାଠି ମାଡ କରୁଥିବା ବେଳେ ଦୋକାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରୁଛି ।
ଉଲ୍ଲେଖଥାଉ କି, ଗୋଟିଏ ଦିନରେ ରାଜଧାନୀରୁ ୧୮ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ସରକାର କଡା ପଦକ୍ଷେପ ଗ୍ରହଣ କରିଛନ୍ତି । ବିନା କାରଣରେ ଏଣିକି ଘରୁ ବାହାରିଲେ, ସାମାଜିକ ଦୂରତା ନମାନିଲେ ଓ ବାହାରେ ଖଟି କଲେ ପୁଲିସକୁ ବଳପ୍ରୟୋଗ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ନିର୍ଦ୍ଦେଶ ପାଇବା ପରେ ପୁଲିସ ମଧ୍ୟ କଠୋର ହୋଇଛି । ସୋମବାର ଠାରୁ ପୁଲିସ ଅମାନିଆଙ୍କୁ ଗୋଡାଇ ଗୋଡାଇ ପିଟିବା ଆରମ୍ଭ କରିଛି ।

Get real time updates directly on you device, subscribe now.