fbpx

ଗଲାଥର ଅଷ୍ଟପ୍ରହରୀ ଏଥର ମଶାଲ୍ ଶୋଭାଯାତ୍ରା ।

କେବେ ବୁଝିବେ ଲୋକେ ? କଣ କରିବାକୁ କୁହାଯାଉଛି କରୁଛନ୍ତି କଣ ? ଗତ ଥର ଜନତା କର୍ଫ୍ୟୁ ବେଳେ ଘରେ ରହି ତାଳି ବଜାଇବାକୁ ପ୍ରଧାନମନ୍ତ୍ରୀ ଅପିଲ୍ କରିଥିଲେ । ହେଲେ ଲୋକେ ରାସ୍ତା ଉପରକୁ ଆସି କିର୍ତ୍ତନ କରିବା ଆରମ୍ଭ କରିଦେଇଥିଲେ । ସମାଲୋଚନା ହେଲୋ । ତୁଣ୍ଡ ବାଇଦ ହେଉ,ଗଣମଧ୍ୟମ ହେଉ ଅଥବା ସୋସିଆଲ୍ ମିଡିଆ । ନିଜ ଭୁଲକୁ ନିଜେ ଦେଖିଲେ ଲୋକେ । ଗତକାଲିର ଦୀପଦାନ କାର୍ଯ୍ୟକ୍ରମରେ ଅନ୍ତତ ଏହାର ପୁନରାବୃତ୍ତି ନହେବା ନେଇ ଆଶା କରାଯାଉଥିଲା । କିଛି ବୁଝିଲେ , କିଛି ରହିଲେ ତଥାପି ଅବୁଝା । ଗଲାଥର ଅଷ୍ଟପ୍ରହରୀ କରିଥିଲେ ଏଥର ମଶାଲ୍ ଶୋଭାଯାତ୍ରା କରିଦେଲେ । ଅବଶ୍ୟ ଗତଥରଠୁ ଭିନ୍ନତା ହେଲା ଲୋକଙ୍କ ମୁଁହରେ ଗୋ ଗୋ କରେନାର ନାରାଥିଲା । ଆଉ ଏଥର ସଭିଏଁ ମାସ୍କ ପିନ୍ଧିଥିଲେ ।ଦେଶର ବଭିନ୍ନ ପ୍ରାନ୍ତରୁ ଆସଥିବା ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

 

Get real time updates directly on you device, subscribe now.