fbpx
BSKY
BJD SHG SKY
BJD YOUTH SKY

ମାଉଣ୍ଟ ଏଲ୍‌ବ୍ରଶ ଶୃଙ୍ଗରେ ତ୍ରିରଙ୍ଗା ଉଡାଇଲେ ବାଲିପାଟଣା ବୋହୂ

ବାଲିପାଟଣା (ଭାସ୍କର ନ୍ୟୁଜ୍‌): କଥାରେ ଅଛି ଦୃଢ ଇଚ୍ଛାଶକ୍ତି ସାମ୍ନାରେ ସବୁ ବାଧା ବିଘ୍ନ ଏବଂ ପ୍ରତିବନ୍ଧକ ତୁଛ ପଡିଥାଏ । ଏହାକୁ ଇୟୁରୋପ ମହାଦେଶ ମସ୍କୋର ମାଉଣ୍ଟ ଏଲବ୍ରଶ ପର୍ବତ ଶୃଙ୍ଗକୁ ସଫଳତା ପୂର୍ବକ ଆରୋହଣ କରି ଭାରତର ତ୍ରୀରଙ୍ଗା ଉଡାଇ ପ୍ରମାଣ କରି ଦେଖାଇଛନ୍ତି କଟକ ଜିଲ୍ଲା ବାଦାମବାଡି ନିବାସୀ ସ୍ୱର୍ଗତ ରତିକାନ୍ତ ମହାନ୍ତିଙ୍କ ସୁପୁତ୍ରୀ ଏବଂ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ନିବାସୀ ଅତି ସୁପରିଚିତ ଅବସରପ୍ରାପ୍ତ ହାଇସ୍କୁଲ୍‌ ପ୍ରଧାନଶିକ୍ଷତ୍ରୀ ଶ୍ରୀମତୀ ଶାନ୍ତିଲତା ପଟ୍ଟନାୟକଙ୍କ ବୋହୁ ତଥା ସନ୍ଦିପ୍‌ ପଟ୍ଟନାୟକଙ୍କ ଧର୍ମପତ୍ନୀ ଗାୟତ୍ରୀ ମହାନ୍ତି ।

ଗତ ୨୪ ତାରିଖ ଦିନ ଗାୟତ୍ରୀ ୟୁରୋପର ଶ୍ରେଷ୍ଠ ଏଲବ୍ରଶ ଶୃଙ୍ଗ ଆରୋହଣ କରିବା ପରେ ଭାରତର ତ୍ରୀରଙ୍ଗା ଉଡାଇଛନ୍ତି । ସେ ନିଜକୁ ଜଣେ ଭାରତୀୟ ଭାବେ ପରିଚୟ ଦେଇ ଦେଶର ସଂସ୍କୃତି ଏବଂ ପରମ୍ପରା ପ୍ରଚାର କରିବାର ପ୍ରୟାସ କରିଥିବା ପ୍ରକାଶ କରିଛନ୍ତି । ସେ ଏବେ ପତି ଏବଂ ପୁତ୍ରଙ୍କ ସହ ବାଙ୍ଗାଲୋର୍‌ରେ ଅବସ୍ଥାନ କରୁଛନ୍ତି । ସେ ଏକ ଘରୋଇ ସଂସ୍ଥାରେ ଚାକିରି କରୁଥିଲେ ମଧ୍ୟ ପୁତ୍ରର ସଠିକ୍‌ ଲାଳନ ପାଳନ ପାଇଁ ବୃତିକୁ ଜଳାଞ୍ଜଳି ଦେଇଥିଲେ। କିନ୍ତୁ ପର୍ବତ ଆରୋହଣର ଆଶାକୁ ମଉଳିବାକୁନ ଦେଇ ସଠିକ୍‌ ସମୟର ଉପଯୋଗ କରି ସଫଳତାର ଚାବିକାଠି ହାତ ମୁଠାକୁ ଆଣିଛନ୍ତି । ପୁର୍ବରୁ ୭ରୁ ଅଧିକ ପର୍ବତ ଆରୋହଣ କରିବା ପରେ ଗତ ୯ ଦିନ ପୂର୍ବେ ମସ୍କୋ ମିନେରାଲ ଲାଇନ ପାର ହୋଇ ବେସ୍‌ କ୍ୟାମ୍ପ ୩୮୦୦ ମିଟର ରୁ ଗତ ୨୪ ତାରିଖ ରେ ଏଲବ୍ରସ୍‌ ଶୃଙ୍ଗ ଆରୋହଣ କରିଥିଲେ । ପ୍ରାୟ ୧୧ ଘଣ୍ଟା ର ଆକ୍ଳାନ୍ତ ପରିଶ୍ରମ କରି ଶିଖରରେ ପହଞ୍ଚି ଶାଢି ପିନ୍ଧି ଭାରତର ଜାତୀୟ ତ୍ରୀରଙ୍ଗା ଉଡାଇ ଦେଶର ପରମ୍ପରାର ମାନ ଉଚ୍ଚା ରଖିଥିଲେ । ପର୍ବତାରୋହଣ ବେଳେ ପ୍ରବଳ ପବନ , ଝଡ ଏବଂ ଆମ୍ଲଜାନର ଅଭାବର ସମୁଖିନ ହୋଇ ମଧ୍ୟ ଅନ୍ୟ ଚାରି ଭାରତୀୟଙ୍କ ସହ ଶିଖରରେ ପହଞ୍ଚିବାର ସଫଳତା ହାସଲ କରିଥିଲେ । ଆଗକୁ ଆଫ୍ରିକା ଯିବାର ପୁର୍ଣ୍ଣ ପ୍ରସ୍ତୁତି କରିବାର ଯୋଜନା ରଖିଛନ୍ତି ବୋଲି ପ୍ରକାଶ କରିଛନ୍ତି । ପିତା କେବଳ ନାମ ଗାୟତ୍ରୀ ରଖିଥିଲେ କିନ୍ତୁ ସେ ନିଜ ନାମର ମୂଲ୍ୟ କୁ ସଠିକ୍‌ ଭାବେ ଉପଯୋଗ କରିଥିବା ଏବେ ବାଲିପାଟଣା ଅଞ୍ଚଳରେ ପ୍ରସଂଶା ହେଉଥିବା ପ୍ରକାଶ ।

Get real time updates directly on you device, subscribe now.