fbpx

ରାଜ୍ୟ ଜିଏସ୍‌ଟି ଏନଫୋର୍ସମେଣ୍ଟ ୱିଙ୍ଗ୍‌କୁ ସଫଳତା:୧୮୧୯ କୋଟି ଟଙ୍କା ଜାଲ୍‌ ବିଲ୍‌ ରାକେଟ୍‌ର କଲା ପର୍ଦ୍ଦାଫାଶ, ୨ ଗିରଫ

କଟକ (ଭାସ୍କର ନ୍ୟୁଜ୍‌): ଓଡିଶା ରାଜ୍ୟ ଜିଏସଟି ଏନଫୋର୍ସମେନ୍ଟ ୱିଙ୍ଗ୍‌ ଦ୍ୱାରା ଜାଲ୍‌ ବିଲ୍‌ ରାକେଟ ବିରୁଦ୍ଧରେ ରାଜ୍ୟବ୍ୟାପୀ କାର୍ଯ୍ୟାନୁଷ୍ଠାନ ଫଳରେ ୧୮୧୯କୋଟି ଟଙ୍କାର ଏକ ଜାଲ ବିଲ ରାକେଟ୍‌ର ପର୍ଦ୍ଦାଫାଶ ହାଇଛି । ଏଥିରେ ସମ୍ପୃକ୍ତ ଦୁଇ ଜଣ ମାଷ୍ଟରମାଇଣ୍ଡ ଅମିତ କୁମାର ଅଗ୍ରୱାଲା, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ ସତିନ୍ଦ୍ର କୁମାର ଯାଦବ ଏହି ଜାଲ୍‌ ବିଲ୍‌ ବଳରେ ୫୮.୧୪କୋଟି ଟଙ୍କାର ଜାଲ ଆଇଟିସି ଉପଭୋଗ ଓ ହସ୍ତାନ୍ତର ହୋଇଥିବା ଜଣାପଡିଛି ।

ଏହି ଜାଲ ବିଲ ରାକେଟରେ ସମ୍ପୃକ୍ତ ମାଷ୍ଟରମାଇଣ୍ଡ ଶ୍ରୀ ଅଗ୍ରୱାଲାଙ୍କୁ ଝାରସୁଗୁଡାରୁ ଗିରଫ କରାଯାଇଥିବା ବେଳେ ଶ୍ରୀ ଯାଦବଙ୍କୁ ଭୁବନେଶ୍ୱରରୁ ଗିରଫ କରାଯାଇଛି । ଏହି ଦୁଇଜଣ ଅନ୍ୟମାନଙ୍କ ସହ ମିଶି ୧୩କୋଟି ଜାଲ ବ୍ୟବସାୟୀକ ପ୍ରତିଷ୍ଠାନ ସୃଷ୍ଟି କରି କିଣା ବିଲ ମାଧ୍ୟମରେ ଏହି ଜାଲ୍‌ ଇନ୍‌ପୁଟ ଟାକ୍ସ କ୍ରେଡିଟ୍‌ ହାତେଇ ଥିବା ଜଣାଯାଇଛି । ଏହି ଜାଲ୍‌ ପ୍ରତିଷ୍ଠାନ ସୃଷ୍ଟି କରି ଜାଲ ପ୍ରତିଷ୍ଠାନ ଗୁଡିକ ପଶ୍ଚିମ ବଙ୍ଗ, ଝାରଖଣ୍ଡ, ଦିଲ୍ଲୀ ଆଦିରେ ବ୍ୟାପିଛି । ଜାଲ କ୍ରୟ ବିକ୍ରୟ ବିଲ୍‌ ମାଧ୍ୟମରେ ୩୨୩କୋଟି ଟଙ୍କାର ଜାଲ ଇନପୁଟ ଟାକ୍ସ କ୍ରେଡିଟ୍‌ ହାତେଇଥିବା ବେଳେ ପ୍ରାୟ ସେହି ପରିମାଣର ଇନପୁଟ ଟାକ୍ସ କ୍ରେଡିଟ୍‌ ରାଜ୍ୟ ତଥା ରାଜ୍ୟ ବାହାରର ବ୍ୟବସାୟୀଙ୍କୁ ହସ୍ତାନ୍ତର କରି ରାଜ୍ୟ ସରକାରଙ୍କ ବିୁଳ ରାଜସ୍ୱ କ୍ଷତି କରିଛନ୍ତି । ଅଳ୍ପ ଦିନର ବ୍ୟବଧାନ ମଧ୍ୟରେ ସେମାନେ ଏହି ଜାଲ କିଣା ବିଲ ଯୋଗାଡ କରିଥିବା ଜଣାପଡିଛି । ଅନୁସନ୍ଧାନ ସମୟରେ ଦୁଇ ଜଣଙ୍କ ଦ୍ୱାରା ନିମ୍ନପ୍ରକାର ଜାଲିଆତି ହୋଇଥିବା ଜଣା ପଡିଥିଲା । ରାଜ୍ୟ ଏନଫୋର୍ସମେଣ୍ଟ ଓି୍ୱଙ୍ଗ ବର୍ତ୍ତମାନ ଶୁଦ୍ଧା ୨୩ଜଣ ଠକ ବ୍ୟବସାୟୀଙ୍କୁ ଜାଲ୍‌ ବିଲ୍‌ କାରବାରରେ ଜାଲ ଇନପୁଟ ଟାକ୍ସ କ୍ରେଡିଟ୍‌ ଉପଲବ୍ଧ ଏବଂ ହସ୍ତାନ୍ତର କରିଥିବା ଅଭିଯୋଗରେ ଗିରଫ କରିଛି ।

Get real time updates directly on you device, subscribe now.