fbpx

ଆଜି ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଅନ୍ତିମ ସଂସ୍କାର: ଜାଣନ୍ତୁ ଶେଷ ଘଣ୍ଟାର କାହାଣୀ, କ’ଣ ରହିଛି ପୋଷ୍ଟମର୍ଟମ ରିପୋର୍ଟ

ମୁମ୍ବାଇ: ବିଗବସ୍ ୧୩ର ବିଜେତା ବା ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କୁ ହାର୍ଟ ଆସିବା କାରଣରୁ ଗୁରୁବାର ଦିନ ଦେହାନ୍ତ ହୋଇଛି । ତେବେ ସିଦ୍ଧାର୍ଥ ବୁଧବାର ରାତିରେ ଶୋଇବା ପୂର୍ବରୁ କିଛି ମେଡିସିନ୍ ଖାଇଥିଲେ, କିନ୍ତୁ ପରଦିନ ସେ ଆଉ ଉଠିନଥିଲେ । ମେଡିକାଲକୁ ନେବା ପରେ ଅଭିନେତାଙ୍କ ମୃତ୍ୟୁ ସ୍ପଷ୍ଟ ହୋଇଥିଲା ।

 

ଅଭିନେତାଙ୍କ ମୃତ୍ୟୁ ପରେ ତାଙ୍କର ପୋଷ୍ଟମର୍ଟମ କରାଯାଇଥିଲା, ଯାହା ପରେ ଆଜି ଅନ୍ତିମ ସଂସ୍କାର ହେବ । ପୋଲିସର ସୂଚନା ଅନୁସାରେ, ଗୁରୁବାର ସକାଳ ୩ଟା କି ସାଢ଼େ ୩ଟା ସମୟରେ ସିଦ୍ଧାର୍ଥ ଉଠିଥିଲେ । ଅଭିନେତା ନିଜ ମା’ଙ୍କୁ ଛାତିରେ ଯନ୍ତ୍ରଣା ହେଉଥିବା କହିଥିଲେ । ମା’ ତାଙ୍କୁ ପାଣି ଦେଇ ଶୋଇବାକୁ କହିଥିଲେ ।

 

ପରଦିନ ଅଭିନେତାଙ୍କ ମା ରିତା ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଅସଫଳ ହୋଇଥିଲେ । ଫଳରେ ତାଙ୍କ ମା’ ଝିଅ, ଜ୍ୱୋଇଁଙ୍କୁ ଫୋନ କରିଥିଲେ ଓ ସେମାନେ ସିଦ୍ଧାର୍ଥଙ୍କୁ ମୁମ୍ବାଇ ସ୍ଥିତ କପୁର ମେଡିକାଲକୁ ନେଇଗଲେ, ଯେଉଁଠାରେ ଡାକ୍ତର ସିଦ୍ଧାର୍ଥଙ୍କୁ ମୃତ ଘୋଷଣା କରିଥିଲେ । ସିଦ୍ଧାର୍ଥଙ୍କୁ ସକାଳ ୯.୪୦ରେ ମେଡିକାଲକୁ ଅଣାଯାଇଥିବା ବେଳେ ପ୍ରାୟ ୧୦ଟା ୧୫ରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।

 

ତେବେ ସିଦ୍ଧାର୍ଥଙ୍କ ଶରୀରକୁ ୩ ଥର ପରୀକ୍ଷା କରାଯାଇଥିଲା । ଅଭିନେତାଙ୍କ ଶରୀରରେ କୌଣସି ଆଭ୍ୟନ୍ତରୀଣ ଆଘାତ ଚିହ୍ନ ନାହିଁ  । ଆଜି ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସକାଳ ୧୦ରୁ ୧୧ ଭିତରେ ଅଭିନେତାଙ୍କ ଅନ୍ତିମ ସଂସ୍କାର ହେବ । ଅନେକ ଟିଭି କଳାକାର ଓ ବଲିଉଡ ଜଗତର ଅଭିନେତା ସିଦ୍ଧାର୍ଥଙ୍କ ଘରେ ଉପସ୍ଥିତ ଅଛନ୍ତି । ମାତ୍ର ୪୦ ବର୍ଷ ବୟସରେ ସିଦ୍ଧାର୍ଥଙ୍କ ମୃତ୍ୟୁ ଯୋଗୁଁ ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ଶ୍ରଦ୍ଧାଞ୍ଜଳୀ ଜଣାଉଛନ୍ତି ।

Get real time updates directly on you device, subscribe now.