fbpx

ଜ୍ୱାଳାମୁଖୀ ବିସ୍ଫୋରଣରେ ଚାଲିଗଲା ୧୧ ପର୍ବତାରୋହୀଙ୍କ ଜୀବନ, ବହୁ ପର୍ବତାରୋହୀ ନିଖୋଜ

ନୂଆଦିଲ୍ଲୀ:ଇଣ୍ଡୋନେସିଆର ପଶ୍ଚିମ ସୁମାତ୍ରା ସ୍ଥିତ ମାଉଣ୍ଟ ମେରାପୀ ଜ୍ୱାଳାମୁଖୀରେ ବିସ୍ଫୋରଣରେ ୧୧ ଜଣ ପର୍ବତାରୋହୀଙ୍କ ମୃତ୍ୟୁ ହୋଇଛି । ଅନ୍ୟପକ୍ଷରେ ବହୁ ପର୍ବତାରୋହୀ ଏବେ ବି ନିଖୋଜ ଅଛନ୍ତି । ଉଦ୍ଧାର କାର୍ଯ୍ୟ ଯୁଦ୍ଧ ସ୍ତରରେ ଜାରି ରହିଛି । ଉଦ୍ଧାରକାରୀ ଦଳଙ୍କ ସୂଚନା ଅନୁଯାୟୀ ୩ ଜଣ ପର୍ବତାରୋହୀଙ୍କ ଶବ ଜ୍ୱାଳାମୁଖୀ ନିକଟରେ ମିଳିଥିଲା । ଅନ୍ୟପକ୍ଷରେ ଏବେବି ବହୁ ପର୍ବତାରୋହୀ ନିଖୋଜ ଅଛନ୍ତି ।

ପେଦାଙ୍ଗ ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଏଜେନ୍ସିର ମୁଖ୍ୟ ଅବଦୁୁଲ ମଲ୍ଲିକ କହିଛନ୍ତି ୩ ଜଣ ପର୍ବତାରୋହୀଙ୍କୁ ଜୀବିତ ଉଦ୍ଧାର କରାଯାଇଛି ଓ ୧୧ ଜଣଙ୍କ ଶବ ଉଦ୍ଧାର କରାଯାଇଛି । ସେ କହିଛନ୍ତି ଶନିବାର ଏହି ଘଟଣା ଘଟିବା ସମୟରେ ମୋଟ ୭୫ ପର୍ବତାରୋହୀ ମାଉଣ୍ଟ ମେରାପୀ ଉପରେ ଥିଲେ । ଜ୍ୱାଳାମୁଖୀ ବିସ୍ଫୋରଣ ପରେ ୩୦୦୦ମିଟର ପର୍ଯ୍ୟନ୍ତ ଧୂଳି ଓ ଧୂଆଁମୟ ହୋଇଯାଇଥିଲା । ନିକଟବର୍ତ୍ତୀ ବହୁ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା ।

ମିିଳିଥିବା ସୂଚନା ଅନୁଯାୟୀ ପର୍ବତ ଉପରକୁ ଚଢିବାର ୨ଟି ରାସ୍ତା ଜ୍ୱାଳାମୁଖୀ ବିସ୍ପୋରଣ ଘଟିବା ସ୍ଥାନର ପାଖାପାଖି ଅଟେ ଯାହାକୁ ଏବେ ବନ୍ଦ କରି ଦିଆଯାଇଛି । ଏହା ସହିତ ଜ୍ୱାଳାମୁଖୀ ମୁହାଣ ଠାରୁ ୩ କିଲୋମିଟର ଦୂରରେ ଥିବା ଗାଁଗୁଡିକୁ ଖାଲି କରି ଦିଆଯାଇଛି । ଏହା ସହିତ ଲୋକମାନଙ୍କୁ ଚଷମା ବ୍ୟବହାର କରିବାକୁ କୁହାଯାଇଛି । ବିସ୍ଫୋରଣ ପରେ ଜ୍ୱାଳାମୁଖୀରୁ ଲାଭା ନିର୍ଗତ ହେବାର ଆଶଙ୍କା ରହିଛି । ଏଠାରେ ସୂଚାଇ ଦିଆଯାଇପାରେ କି ମାଉଣ୍ଟ ମେରୋପୀ ଜ୍ୱାଳାମୁଖୀ ଜାନୁୟାରୀରୁ ସକ୍ରିୟ ରହିଛି ।

Get real time updates directly on you device, subscribe now.