fbpx

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବଡ଼ ଦାୟିତ୍ୱ: IPU ଉପ-ସଭାପତି ଭାବରେ ମନୋନୀତ

ଭୁବନେଶ୍ୱର: ଭୁବନେଶ୍ୱର ନବ ନିର୍ବାଚିତ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ମିଳିଛି ଏକ ବଡ଼ ଦାୟିତ୍ୱ । ଏସିଆ ପାସିଫିକ୍ ଗ୍ରୁପର ଉପ-ସଭାପତି ଭାବରେ ତାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଆଇପିୟୁ କାର୍ଯ୍ୟକାରୀ କମିଟି ଦ୍ୱାରା ଅପରାଜିତାଙ୍କ ନାଁରେ ମୋହର ବାଜିଥିବା କୁହାଯାଇଛି । ବାଚସ୍ପତି ଓମ୍ ବିର୍ଲାଙ୍କ ଜରିଆରେ ଏ ନେଇ ସଳୂଚପା ପାଇଥିବା କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଗତ ମାର୍ଚ୍ଚ ମାସରେ ଜେନିଭାରେ ଆଇପିୟୁ ଆସେମ୍ବଲିରେ ଭାଗ ନେଇଥିଲେ ସାଂସଦ ଅପରାଜିତା । ଏସିଆ ପାସିଫିକ ଗ୍ରୁପ ସାଂସଦକୁ ନେଇ ଆଇପିୟୁ- ଇଣ୍ଟର ପାର୍ଲିଆମେଣ୍ଟାରୀ ୟୁନିୟନ୍ ଗଠିତ ହୋଇଛି ।

Get real time updates directly on you device, subscribe now.