fbpx

ମନ୍ତ୍ରୀଙ୍କ ସହ ସେଲଫି ନେଲେ ୧୦୦ ଟଙ୍କା ଦେବାକୁ ପଡ଼ିବ, ଏମିତି କୋଉଠି…

ଭୋପାଳ: ମନ୍ତ୍ରୀ ଲଗାଇଲେ ବଡ଼ ଅଜବ ସର୍ତ୍ତ । ତାଙ୍କ ସହ ସେଲଫି ନେବାକୁ ହେଲେ ଦେବାକୁ ପଡ଼ିବ ୧୦୦ ଟଙ୍କା । ଏଭଳି ସର୍ତ୍ତ ରଖିଛନ୍ତି ମଧ୍ୟପ୍ରଦେଶର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଊଷା ଠାକୁର । ସର୍ବଦା ନିଜ ବୟାନକୁ ନେଇ ଚର୍ଚ୍ଚାରେ ରହୁଥିବା ମନ୍ତ୍ରୀ ଶ୍ରୀମତୀ ଠାକୁର ପ୍ରଭାରୀ ରହିଥିବା ଖଣ୍ଡବା ଜିଲ୍ଲା ଗସ୍ତ ବେଳେ ଏଭଳି ସର୍ତ୍ତ ଘୋଷଣା କରିଥିବା ଜଣାପଡ଼ିଛି ।

ଗତ ଶନିବାର ମନ୍ତ୍ରୀ ଖଣ୍ଡବା ଜିଲ୍ଲା ଗସ୍ତ କରିଥିଲେ ଓ ସେଠାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ ଅବସରରେ ଏଭଳି ଅଜବ ସର୍ତ୍ତ ସମ୍ପର୍କରେ ଘୋଷଣା କରିଥିଲେ । ଏଥିସହ ସେ ଯୁକ୍ତି ଦର୍ଶାଇଥିଲେ ଯେ ସେଲଫି ନେବା ଫଳରେ ଅଯଥାରେ ବହୁତ ସମୟ ନଷ୍ଟ ହୋଇଯାଉଛି । ଫଳରେ ତାଙ୍କର ଜରୁରି କମାରେ ବିଳମ୍ବ ଘଟୁଛି । ତେଣୁ ସେଲଫି ନେବା ପାଇଁ ଯେଭଳି କମ୍ ଲୋକ ତାଙ୍କୁ ଅନୁରୋଧ କରିବେ ସେଥିପାଇଁ ସେ ଏଭଳି ସର୍ତ୍ତ ଘୋଷଣା କରିଥିଲେ । ଖାଲି ସେତିକି ନୁହେଁ, ସ୍ୱାଗତ କାଳର ବିଧି ସଂସ୍କୃତି ସମ୍ପନ୍ନ ହେବା ପାଇଁ ମଧ୍ୟ ମନ୍ତ୍ରୀ ମତବ୍ୟକ୍ତ କରିଥିଲେ । ଫୁଲମାଳ କିମ୍ବା ବୁକେ ବଦଳରେ ଶ୍ରୀଫଳ(ନଡ଼ିଆ) କିମ୍ବା ପୁସ୍ତକ ଦେଇ ସ୍ୱାଗତ କରାଯିବା ସପକ୍ଷରେ ମତ ଦେଇଥିଲେ ମନ୍ତ୍ରୀ ।

Get real time updates directly on you device, subscribe now.