fbpx
BSKY
BJD MC SKY
BJD YOUTH SKY

କଂଗ୍ରେସ ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ତେଜନା: ରୋକିବା ପାଇଁ ପୁଲିସ କଲା ଲାଠିଚାର୍ଜ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଶଜାପୁରରୁ ଆସିଛି ବଡ ଖବର । ଭୋଟ ଗଣନା ସମୟରେ ଏଠାରେ ଆଜି ବିଜେପି ଏବଂ କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି । ତେବେ ସେହି କାରଣରୁ ପୁଲିସ କର୍ମୀମାନଙ୍କ ଉପରେ ଲାଠିଚାର୍ଜ ମଧ୍ୟ କରିଥିବା ସୂଚନା ମିଳିଛି ।

ଆଜି ମଧ୍ୟପ୍ରଦେଶରେ ଭୋଟ ଗଣନା ସମୟରେ ବିଜେପି ଏବଂ କଂଗ୍ରେସ କର୍ମୀମାନେ ଏକାଠି ହୋଇ ଉତ୍ତେଜନାମୂଳକ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ତେବେ କିଛି ସମୟ ମଧ୍ୟରେ ସେଠାରେ ଉଭୟ ଦଳର କର୍ମୀଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇ ପରେ ଉତ୍ତେଜନାର ରୂପ ଧାରଣ କରିଥିଲା । ତେବେ ମାମଲା ଏତେ ଗମ୍ଭୀର ହୋଇଗଲା ଯେ ପୋଲିସକୁ ଲାଠିଚାର୍ଜକରିବାକୁ ପଡିଲା। ଶଜାପୁର ଏଏସପି ଟି. ଏସ୍. ବାଗେଲଙ୍କ ଅନୁଯାୟୀ ଗଣନା ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି । କିନ୍ତୁ କିଛି ବିଜେପି ଏବଂ କଂଗ୍ରେସ ସମର୍ଥକ ଉତ୍ତେଜନାମୂଳକ ସ୍ଲୋଗାନ ଦେଉଥିଲେ । ତେଣୁ ଘଟଣାର ଗମ୍ଭୀରତାକୁ ଦେଖି ପୋଲିସ ତୁରନ୍ତ ସେଠାରେ ପହଞ୍ଚି ସେମାନଙ୍କୁ ଅଟକାଇଥିଲା ।

Get real time updates directly on you device, subscribe now.