fbpx
BJD SKY
BJD SKY

BIG BREAKING: ବାତ୍ୟା ପାଇଁ ସତର୍କ ରହିବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

BJD

ଓଡିଶା ଭାସ୍କର: ବାତ୍ୟା ପାଇଁ ସତର୍କ ରହିବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆସୁଥିବା ‘ମିଚାଉଁ’ ବାତ୍ୟା ନେଇ ସେ ପରାମର୍ଶ ଦେଇଛନ୍ତି। ଯେଉଁ ଦଳ ସରକାରରେ ଥାଉ ନା କାହିଁକି ସହଯୋଗ ପାଇଁ ସେ ପରାମର୍ଶ ଦେଇଛନ୍ତି। ଏଥିପାଇଁ ଆନ୍ଧ୍ର, ଓଡିଶା, ତାମିଲନାଡୁ ଓ ପୁଡୁଚେରୀରେ ସେ ସହଯୋଗ କରିବାକୁ କହିଛନ୍ତି। ଏହା ସହ ବାତ୍ୟା ସହଯୋଗ ପାଇଁ ଆଗେଇ ଆସିବାକୁ ସେ ବିଜେପି କାର୍ୟ୍ୟକର୍ତ୍ତାଙ୍କୁ କହିଛନ୍ତି। ସମସ୍ତଙ୍କ ଧନ ଜୀବନକୁ ସୁରକ୍ଷିତ କରିବା ଲାଗି କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି। ଏଠାରେ କହି ରଖୁଛୁ ଯେ, ଆଜି ୩ଟି ରାଜ୍ୟରେ (ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ) ବିଜେପି ବିଜୟ ହାସଲ କରିବା ପରେ ଦିଲ୍ଲୀ ସ୍ଥିତ ମୁଖ୍ୟାଳୟରୁ ବିଜେପି କାର୍ୟ୍ୟକର୍ତ୍ତାଙ୍କୁ ମୋଦୀ ସମ୍ବୋଧନ ଦେଇଥିଲେ। ଏହି ସମୟରେ ସେ ଆସୁଥିବା ବାତ୍ୟାକୁ ଧ୍ୟାନ ଦେଇ ପରାମର୍ଶ ଦେଇଥିଲେ।

ସୂଚନା ଥାଉକି, ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ବାତ୍ୟା ‘ମିଚାଉଁ’କୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶ ତତ -ସଂଲଗ୍ନ ଉତ୍ତର ତାମିଲନାଡୁ- ପୁଡୁଚେରୀ ଉପକୂଳ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଗତ ୬ ଘଣ୍ଟା ମଧ୍ୟରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ବାତ୍ୟା ‘ମିଚାଉଁ’ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୮ କିଲୋମିଟର ବେଗରେ ଅଗ୍ରସର ହେଉଛି। ଏହା ସମାନ ଅଞ୍ଚଳରେ ୧୨.୨ ଡ଼ିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୮୨ ଡ଼ିଗ୍ରୀ ପୂର୍ବ ଦ୍ରାଘିମା ପାଖରେ , ପୁଡୁଚେରୀର ପ୍ରାୟ ୨୪୦ କିଲୋମିଟର ପୂର୍ବ, ଚେନ୍ନାଇର ୨୧୦ କିଲୋମିଟର ପୂର୍ବ-ଦକ୍ଷିଣ ପୂର୍ବ, ନେଲୋରର ୩୩୦ କିଲୋମିଟର ଦକ୍ଷିଣ-ପୂର୍ବ, ବାପାଟଲାର ୪୪୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଏବଂ ମଛଲିପଟନମ ଠାରୁ ୪୫୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ ରହିଛି।

ଏହା ପରବର୍ତୀ ସମୟରେ ନିଜ ଗତିର ଦିଗ ଉତ୍ତର ପଶ୍ଚିମ ଦିଗରେ ବଜାୟ ରଖିବା ସହ ୪ ତାରିଖ ପୂର୍ବାହ୍ନ ବେଳକୁ ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ର ସମୁଦ୍ର ମଧ୍ୟରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ନିକଟସ୍ଥ ହେବା ସମ୍ଭାବନା ରହିଛି । ଏହା ପରେ ଉତ୍ତର ଦିଗରେ ଗତିକରିବା ସହ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳକୁ ପ୍ରାୟ ସମାନ୍ତରାଳ ଭାବେ ଗତିକରି ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳର ନେଲୋର ଏବଂ ମଛଲିପଟନମ ମଧ୍ୟରେ ୫ ଡିସେମ୍ବର ପୂର୍ବାହ୍ନରେ ଏକ ଭୀଷଣ ବାତ୍ୟା ଭାବେ ସର୍ବାଧିକ ସ୍ଥାୟୀ ପବନ ବେଗ ଘଣ୍ଟା ପ୍ରତି ବେଗ ୯୦ ରୁ ୧୦୦ କିଲୋମିଟର ତଥା ଝଟକା ପବନ ୧୧୦ କିମି ବେଗରେ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି ।

Get real time updates directly on you device, subscribe now.