fbpx

ସହମତିରେ ସମ୍ବନ୍ଧ ରଖାଯିବାର ବୟସ ୧୮ରୁ ହେବ ୧୬ , ହାଇକୋର୍ଟ କହିଲେ ଇଣ୍ଟରନେଟ୍ ଯୁଗରେ ଶୀଘ୍ର ବଡ ହୋଇ ଯାଉଛନ୍ତି ପିଲାମାନେ

ଗ୍ୱାଲିଅର: ମଧ୍ୟପ୍ରଦେଶ ହାଇକୋର୍ଟର ଗ୍ୱାଲିୟର ଖଣ୍ଡପୀଠ ଏକ ଗୁରୁତ୍ୱପୂର୍ଣ୍ଣ କଥା ଉପରେ ଜୋର ଦେଇଛନ୍ତି । କୋର୍ଟ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି ଯୁବକ ଯୁବତୀଙ୍କ ମଧ୍ୟରେ ପରସ୍ପର ସହମତିରେ ସମ୍ବନ୍ଧ ରଖାଯିବାର ବୟସକୁ ୧୮ରୁ ୧୬ ବର୍ଷ କରାଯିବା ଉପରେ ବିଚାର କରାଯାଉ । ଏହା ପଛରେ ଯୁକ୍ତି ଦର୍ଶାଯାଇଛି ଯେ, ଆଜିକାଲି ପିଲାମାନେ ଶୀଘ୍ର ବଡ ହୋଇ ଯାଉଛନ୍ତି ।

ଗ୍ୱାଲିଅର ଖଣ୍ଡପୀଠ କହିଛି ଏବେର ସମୟରେ ଇଣ୍ଟରନେଟ୍ କାରଣରୁ କିଶୋରମାନେ ମାନସିକ ସ୍ତରରେ ଶୀଘ୍ର ଯୁବକ ହୋଇଯାଉଛନ୍ତି । ଏପରି ସ୍ଥିତିରେ ସେମାନଙ୍କ ଦ୍ୱାରା ନିଆଯାଉଥଇବା ଭୁଲଖ ପଦକ୍ଷେପ ସେମାନଙ୍କ ଭବିଷ୍ୟତକୁ ଅନ୍ଧକାରମୟ କରି ଦେଉଛି । ବହୁ କିଶୋର ଏବଂ ନବଯୁବକ ୧୮ ବର୍ଷରୁ କମ୍ ବାଳିକାଙ୍କ ସହ ସମ୍ବନ୍ଧ ରଖି ଦେଉଛନ୍ତି ଓ ପରେ ପୋଲିସ ସେମାନଙ୍କ ବିରୁଦ୍ଧରେ ପକ୍ସୋ ଆଇନ ଏବଂ ବଳାକ୍ରାର ପରି ଅଭିଯୋଗରେ କେସ୍ ରୁଜୁ କରୁଛି । ବିପରୀତ ଲିଙ୍ଗଙ୍କ ପ୍ରତି ଆକର୍ଷଣ କାରଣରୁ ରଖାଯାଇଥିବା ସମ୍ବନ୍ଧକୁ ନେଇ ପୁଅମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଉଛି ଯେତେବେଳେ କି ସେ ନିଜ ଅଜ୍ଞାନତାବଶତ ଏପରି କାର୍ଯ୍ୟ କରିଛି । ଏହି କାରଣରୁ ବହୁ କିଶୋର ଅନ୍ୟାୟରେ ଦଣ୍ଡିତ ହେଉଛନ୍ତି ଓ ସେମାନଙ୍କର ସାରା ଜୀବନ ନଷ୍ଟ ହୋଇ ଯାଉଛି ।

ଗ୍ୱାଲିଅର ଥାଟୀପୁର ଥାନା କ୍ଷେତ୍ରରେ ରହୁଥିବା ରାହୁଲ ଜାଟବଙ୍କ ବିରୁଦ୍ଧରେ ୧୪ ବର୍ଷୀୟା ଜଣେ ନାବାଳିକାକୁ ବଳାକ୍ରାର କରିବା ନେଇ ମାମଲା ରୁଜୁ ହୋଇଥିଲଶ । ୧୭ ଜୁଲାଇ ୨୦୨୦ରେ ରାହୁଲ ଜାଟବକୁ ଗିରଫ କରାଯାଇଥିଲା । ସେବେଠାରୁ ସେ ଜେଲ୍ରେ ବନ୍ଦ ଅଛି । ତେବେ ଘଟଣାଟି ଥିଲା ରାହୁଲଙ୍କ କୋଚିଂ କ୍ଲାସକୁ ପୀଡିତା ବାଳିକା ପଢିବାକୁ ଯାଉଥିଲା । କିନ୍ତୁ ଘଟଣା ଦିନ ରାହୁଲଙ୍କ କୋଚିଂକୁ ବାଳିକା ପଢିବାକୁ ଯାଇଥିବା ବେଳେ ସେଦିନ ସେଠାରେ ଅନ୍ୟମାନେ ଅନୁପସ୍ଥିତ ଥିଲେ । ବାଳିକା ଏକାକୀ ଥଇବାରୁ ରାହୁଲ ତାଙ୍କୁ ଜୁସ୍ ପିଆଇଥିଲା ଓ ସେ ବେହୋସ ହୋଇଯିବା ପରେ ତାକୁ ବଳାକ୍ରାର କରିଥିଲା । ଏହାପରେ ସେ ବାଳିକାର ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରି ତାକୁ ବ୍ଲାକ ମେଲ୍ କରି ଆସୁଥିଲା । କିନ୍ତୁ ରାହୁଲର ଓକିଲ ଯୁକ୍ତି କରିଥିଲେ ଯେ, ପୂର୍ବରୁ ବି ବାଳିକା ଅନ୍ୟ ଜଣେ ସଂପର୍କୀୟଙ୍କ ନାମରେ ଏପରି ଅଭିଯୋଗ କରିଥିଲା । ରାହୁଲ ବାଳିକାର ସହମତି ଭିତ୍ତିରେ ସମ୍ବନ୍ଧ ସ୍ଥାପନ କରିଛି ବୋଲି ଓକିଲ ଯୁକ୍ତି କରିଥିଲେ । ତେଣୁ ତାଙ୍କ ମହକିଲ ନିର୍ଦ୍ଦୋଷ ବୋଲି ସେ କୋର୍ଟକୁ କହିଥିଲେ । ସବୁ ଶୁଣିବା ପରେ ହାଇକୋର୍ଟ ଏବେ ରାହୁଲ ବିରୁଦ୍ଧରେ ହୋଇଥିବା ଏଫଆଇଆରକୁ ନିରସ୍ତ୍ର କରି ଦେଇଛନ୍ତି ଓ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି ଇଣ୍ଟରନେଟ୍ ଯୁଗରେ ପରସ୍ପର ମଧ୍ୟରେ ସମ୍ବନ୍ଧ ରଖାଯିବା ବୟସକୁ ୧୮ ରୁ ୧୬ କରିଦେବାକୁ । ଏଠାରେ ସୂଚାଇ ଦିଆଯାଇପାରେ ଯେ, ଦିଲ୍ଲୀରେ ହୋଇଥିବା ନିର୍ଭୟା କାଣ୍ଡ ପରେ ସହମତି ଭିତ୍ତିରେ ସମ୍ବନ୍ଧ ରଖାଯିବା ବୟସକୁ ବଢାଇ ୧୬ରୁ ୧୮ କରି ଦିଆଯାଇଥିଲା ।

Get real time updates directly on you device, subscribe now.