fbpx

ମୋବାଇଲରେ ପର୍ଣ୍ଣ ଭିଡିଓ ଦେଖୁଥିବା ବେଳେ ଧରାପଡିଗଲେ ସାଂସଦ

ସଂସଦରେ ବଜେଟ ଅଧିବେଶ ଚାଲିଥିବା ବେଳେ ମୋବାଇଲରେ ପର୍ଣ୍ଣ ଭିଡିଓ ଦେଖି ଧରାପଡିଲେ ସାଂସଦ । ଥାଇଲ୍ୟାଣ୍ଡ ସଂସଦରେ ସାଂସଦଙ୍କ ପର୍ଣ୍ଣ ଭିଡିଓ ଦେଖୁଥିବା ନେଇ ରେଡ୍ ହ୍ୟାଣ୍ଡରେ ଧରାପଡିଛନ୍ତି ।

ସମ୍ପୃକ୍ତ ସାଂସଦଙ୍କ ନାମ ହେଉଛି ରୋନାଥେପ ଅନୁବତ୍ । ପର୍ଣ୍ଣ ଭିଡିଓ ଦେଖୁଥିବା ନେଇ ତାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । କୁହାଯାଉଛି ଯେ, ବଜେଟ ଅଧିବେଶନ ସମୟରେ ରୋନାଥେପ ମୋବାଇଲ ବାହାର କରି ହଠାତ୍ ଟେବୁଲ ତଳେ କିଛି ଦେଖିବାକୁ ଆରମ୍ଭ କଲେ । ଏହା ପରେ ଗ୍ୟାଲେରୀରେ ବସିଥିବା ସାମ୍ବାଦିକମାନଙ୍କ ନଜର ତାଙ୍କ ଉପରେ ପଡିଥିଲା । ଏହାପରେ କ୍ୟାମେରାମ୍ୟାନ ସାଂସଦଙ୍କ ଫଟୋ ଉଠାଇଥିଲା, ଯେଉଁଥିରେ ସ୍ପଷ୍ଟ ଦେଖାଗଲା ସେ ସାଂସଦ ରୋନାଥେପ ତାଙ୍କ ମୋବାଇଲରେ ଅଶ୍ଲୀଳ ଚିତ୍ର ଦେଖୁଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ସାଂସଦଙ୍କ ବିରୋଧରେ କୌଣସି ଅଭିଯୋଗ ହୋଇନାହିଁ ।

Get real time updates directly on you device, subscribe now.