(Video) ବଧିର ନୁହେଁ ମୁଁ… IPL ପୂର୍ବରୁ New Lookରେ ନଜରକୁ ଆସିଲେ ଧୋନି
ଲମ୍ବା କେଶରେ ପୁଣି ଦେଖାଯିବେ ଧୋନି । ଭିଡିଓ ହେଉଛି ଭାଇରାଲ ।
ମୁମ୍ବାଇ: ସନ୍ଦୀପ ରେଡ୍ଡିଙ୍କ ନିର୍ଦ୍ଦେଶନାରେ ନିର୍ମିତ ହିନ୍ଦୀ ଫିଲ୍ମ ଆନିମଲ ବକ୍ସ ଅଫିସରେ ଧମାଲ କରିଥିଲା । ସେ ଫିଲ୍ମରେ ରଣବୀର ଲମ୍ବା କେଶ ରଖିଥିବା ଲୁକ୍ରେ ଏବେ ନଜର ଆସିଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ।
ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଧୋନି ରଣବୀରଙ୍କ ଲୁକ୍ ସାଙ୍ଗକୁ ତାଙ୍କ ଡାଇଲଗ କହୁଥିବାର ନଜରକୁ ଆସିଛନ୍ତି ।
ଏମଏସ୍ ଧୋନି ଇ-ମୋରାଡର ଏକ ବିଜ୍ଞାପନରେ ଅଭିନୟ କରୁଥିବାବେଳେ ସେଥିରେ ହିଁ ତାଙ୍କୁ ନୂଆ ଲୁକରେ ଦେଖିବାକୁ ମିଳିଛି । ଧୋନିଙ୍କ ସହିତ ବଲିଉଡ୍ ମୁଭି ଆନିମଲର ନିର୍ଦ୍ଦେଶକ ମଧ୍ୟ ନଜରକୁ ଆସିଛନ୍ତି । ବିଜ୍ଞାପନରେ ଡାଇଲଗ ସାଙ୍ଗକୁ ଧୋନିଙ୍କ ଷ୍ଟାଇଲ ବି ରଣବୀର କପୁରଙ୍କ ଭଳି ଦେଖିବାକୁ ମିଳିଛି ।
ଇ-ମୋଟରାଡ ଇଲେକ୍ଟ୍ରିକ ସାଇକେଲ ତିଆରି କରୁଥିବା କମ୍ପାନୀ । ଏହି ସାଇକେଲ ସିଙ୍ଗଲ ଚାର୍ଜିଂରେ ୮୦ କିଲୋମିଟରରୁ ଅଧିକ ବାଟ ଯିବାର ଦାବି କରୁଛି । ଏହି କମ୍ପାନୀ ପ୍ରିମିୟମ ସାଇକେଲ ତିଆରି କରୁଛି ।
My favourite animal is when DHONI remembers who he is 🔥 pic.twitter.com/Jgr3MDO28f
— EMotorad (@e_motorad) March 18, 2025