fbpx
BJD SKY
BJD SKY

IPL-2024ରେ ଓପନିଙ୍ଗ କରିବେ MS Dhoni? ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚା ଜୋରଦାର

BJD

ଓଡ଼ିଶା ଭାସ୍କର: ଆଇପିଏଲ-୨୦୨୪ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ଏମ.ଏସ ଧୋନୀଙ୍କୁ ନେଇ ଏବେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଚଳିତବର୍ଷ ଏକ ନୂଆ ଭୂମିକାରେ ନଜର ଆସିବେ କ୍ୟାପଟେନ କୁଲ୍ ମାହି । ଷ୍ଟାର ଓପନର ଡିଭନ୍ କନୱେ ଦଳରୁ ବାଦ୍ ପଡ଼ିବା ପରେ ଧୋନୀ ଋତୁରାଜଙ୍କ ସହ ଓପନିଙ୍ଗ କରିବେ ବୋଲି ଅନୁମାନ କରାଯାଉଛି । ସୋସିଆଲ ମିଡିଆରେ ମାହି କରିଥିବା ପୋଷ୍ଟ ଏବେ ସମସ୍ତଙ୍କ ଦ୍ୱନ୍ଦ୍ୱ ଆହୁରି ବଢାଇ ଦେଇଛି । ଏବେ କୋଟି କୋଟି ପ୍ରଶଂସକଙ୍କ ହୃଦସ୍ପନ୍ଦନ ମାହିଙ୍କର ଏହି ଫେସବୁକ ପୋଷ୍ଟ ।

MS Dhoni

ସୋମବାର ସନ୍ଧ୍ୟାରେ ଧୋନୀ ନିଜ ଫେସବୁକରେ ଏକ ପୋଷ୍ଟ କରିଛନ୍ତି । ଯାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଆଇପିଏଲ-୨୦୨୪ ଜଣେ ଖେଳାଳି ଭାବେ ମାହିଙ୍କ ଶେଷ ସିଜନ ହେବ ବୋଲି ଆଶଙ୍କା କରାଯାଉଥିବା ବେଳେ ଏହି ପୋଷ୍ଟ ଅନ୍ୟ କିଛି ଇସାରା ଦେଉଛି । ଧୋନୀ ନିଜ ଫେସବୁକରେ ଏକ ପୋଷ୍ଟ ଲେଖିଛନ୍ତି ଯେ, ‘ଏକ ନୂଆ ସିଜନରେ ନୂଆ ଭୂମିକାକୁ ଆଉ ଅପେକ୍ଷା କରିପାରିବି ନାହିଁ, ଅପେକ୍ଷା କରନ୍ତୁ!(“Can’t wait for the new season and the new ‘role’. Stay tuned!”)’ ମାହିଙ୍କ ଏହି ପୋଷ୍ଟ ଏବେ ସବୁ କ୍ରିକେଟପ୍ରେମୀଙ୍କ ପାଇଁ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି । ତେଣୁ ଆସନ୍ତା ସିଜନରେ ମାହି ଦଳ ତରପରୁ ଓପନିଙ୍ଗ କରିବା ପାଇଁ ନିଷ୍ପତ୍ତି ନେଇ ପାରନ୍ତି ବୋଲି ଆଲୋଚନା ହେଉଛି ।

 

ତେବେ ବର୍ତ୍ତମାନ ଧୋନୀଙ୍କ ଦଳରେ, ଓପନର ଖେଳାଳି ପାଇଁ ଅନେକ ବିକଳ୍ପ ରହିଛି । ଅଜିଙ୍କ୍ୟା ରାହାଣେ, ରଚିନ ରବିନ୍ଦ୍ର ଏବଂ ମିଚେଲ ସାଣ୍ଟନର ଓପନର ଭାବେ ଦଳରେ ସ୍ଥାନ ପାଇପାରନ୍ତି । କିନ୍ତୁ ଏହା ଧୋନୀଙ୍କ ଶେଷ ସିଜନ ହୋଇପାରେ, ତେଣୁ ସେ ଦଳ ତରଫରୁ ଓପନିଙ୍ଗ କରିବାକୁ ଚିନ୍ତା କରିପାରନ୍ତି ।

MS Dhoni

ଏହାବ୍ୟତୀତ ପୁଣିଥରେ ଅଧିନାୟକ ପଦ ଛାଡ଼ି ଖେଳାଳି ଭାବରେ ଆଇପିଏଲ-୨୦୪ରେ ସାମିଲ ହୋଇପାରନ୍ତି ଧୋନୀ । ୨୦୨୨ରେ ଆଇପିଏଲର କିଛି ଦିନ ପୂର୍ବରୁ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ହସ୍ତାନ୍ତ କରିବା ପାଇଁ ବଡ଼ ଘୋଷଣା କରିଥିଲେ ମାହି । କିନ୍ତୁ ଜାଡେଜା ଏହି ଭାର ସମ୍ଭାଳି ନ ପାରି ଅଧା ସିଜନରୁ ଧୋନୀଙ୍କ ଏହି ଦାୟିତ୍ୱ ପେର।।ଇ ଦେଇଥିଲେ । ତେଣୁ ଧୋନୀ ଚଳିତବର୍ଷ ମଧ୍ୟ ଏହିଭଳି କିଛି ଘୋଷଣା କରିପାରନ୍ତି ବୋଲି ମଧ୍ୟ ଆଶଙ୍କା ରହିଛି । ତେବେ ଋତୁରାଜ ଗାଏକ୍ୱାଡଙ୍କୁ ଧୋନୀ ନିଜ ଉତ୍ତରାଧିକାରୀ ଭାବରେ ଦାୟିତ୍ୱ ହସ୍ତାନ୍ତର କରିପାରନ୍ତି ।

MS Dhoni

Get real time updates directly on you device, subscribe now.