fbpx
BJD
BJD SKY
BJD SKY

ପୁଣି ବଢ଼ିଲା ସୁନା ଦର: ଜାଣନ୍ତୁ, ମାର୍କେଟରେ ଆଜି କେତେ ରହିଛି ରେଟ୍

ଓଡିଶା ଭାସ୍କର: ବର୍ତ୍ତମାନ ଦେଶରେ ଜାରି ରହିଛି ବାହାଘର ସିଜନ। ଫଳରେ ବଜାରରେ ସୁନା ଦର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ବିଭିନ୍ନ ଦର ରହିଥିବା ବେଳେ ସବୁ ସହରରେ କିଛି କିଛି ସୁନା ଦର ବୃଦ୍ଧି ପାଇଛି। ଯଦି ଆପଣ ବାହାଘର ଲାଗି ସୁନା କିଣିବାକୁ ଯୋଜନା ରଖିଛନ୍ତି ତାହେଲେ ସୁନାର ମୂଲ୍ୟ ଜାଣିବା ନିହାତି ଆବଶ୍ୟକ। ତେବେ ସୁନାଗହଣା କିଣିବା ଆଗରୁ ଜାଣି ରଖନ୍ତୁ ଆଜି ବଜାରରେ ସୁନା ଦର କେତେ ରହିଛି।

ତେବେ ମଙ୍ଗଳବାର ରାଜଧାନୀ ଦିଲ୍ଲୀରେ ସୁନା ମୂଲ୍ୟ ୮୦୦ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମ ପିଛା ରେକର୍ଡ ୬୫,୦୦୦ ଟଙ୍କା ଛୁଇଁଛି । ସେହିଭଳି ରୁପା ମଧ୍ୟ ୯୦୦ ଟଙ୍କା ବୃଦ୍ଧି ପାଇ କିଲୋଗ୍ରାମ ପିଛା ୭୪,୦୦୦ ଟଙ୍କାରେ ପହଞ୍ଚିଛି। ସେହିପରି ଦେଶର ପ୍ରମୁଖ ସହରମାନଙ୍କରେ ମଧ୍ୟ ସୁନା ଦର ବୃଦ୍ଧି ପାଇଛି। ମୁମ୍ବାଇ, ବାଙ୍ଗାଲୋର ଏବଂ କୋଲକାତାରେ ୨୪ କ୍ୟାରେଟ ସୁନାର ମୂଲ୍ୟ ୬୪,୮୫୦ ଟଙ୍କା ହୋଇଥିବା ବେଳେ ଚେନ୍ନାଇରେ ଏହାର ମୂଲ୍ୟ ୬୫,୬୨୦ ଟଙ୍କାରେ ପହଞ୍ଚିଛି।

ସୂଚନା ଯୋଗ୍ୟ, ସୁନାର ଶୁଦ୍ଧତା ଯାଞ୍ଚ କରିବାପାଇଁ ସରକାର ଏକ ଆପ ଉପସ୍ଥାପନ କରିଛନ୍ତି। ଗ୍ରାହକମାନେ ‘ବିଏସ କେୟାର ଆପ’ ମାଧ୍ୟମରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହା ସହ ଗ୍ରାହକମାନେ ଘରେ ବସି ସୁନା ମୂଲ୍ୟ ମଧ୍ୟ ସହଜରେ ଜାଣିପାରିବେ। ଏଥିପାଇଁ କେବଳ ୮୯୫୫୬୬୪୪୩୩ ନମ୍ବରରେ ଏକ ମିସ କଲ ଦେବାକୁ ପଡିବ ଏବଂ ୟୁଜରଙ୍କ ଫୋନରେ ଏକ ମେସେଜ ଆସିବ, ଯେଉଁଥିରେ ସର୍ବଶେଷ ମୂଲ୍ୟ ଯାଞ୍ଚ କରିହେବ।

Get real time updates directly on you device, subscribe now.