fbpx

କ୍ରିକେଟରଙ୍କ ପତ୍ନୀଙ୍କୁ ଭାଉଜ ଡାକି ଏମିତି କହି ଦେଇଥିଲେ MS Dhoni: ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ: ମହେନ୍ଦ୍ର ସିଂହ ଧୋନି କ୍ରିକେଟ୍ ଦୁନିଆରେ ଏକ ଅତି ପରିଚିତ ନାଁ । କିଏ ତାଙ୍କୁ ଖାଲି ଧୋନି କୁହେ ତ ଆଉ କେହି କୁହନ୍ତି ଏମଏସ । ଅନେକ ତାଙ୍କୁ ମାହି ମଧ୍ୟ ଡାକନ୍ତି । ହେଲେ କ୍ରିକେଟ୍ ପ୍ରେମୀଙ୍କ ପାଇଁ ସେ ହେଲେ କ୍ୟାପ୍ଟେନ୍ କୁଲ୍ । ଥଣ୍ଡା ମିଜାଜ୍ ସହ ଉନ୍ନତ କ୍ରିକେଟ୍ ମସ୍ତିଷ୍କ ପାଇଁ ସାରା ବିଶ୍ୱର କ୍ରିକେଟରଙ୍କ ଦୃଷ୍ଟିରେ ସେ ଜଣେ ଚତୁର ଏବଂ ଦକ୍ଷ ଅଧିନାୟକ ଭାବେ ପରିଚିତ । ହେଲେ ଜଣେ ଭଦ୍ର ଖେଳାଳି ଏବଂ ଭଲ ମଣିଷ ଭାବେ ପରିଚିତ ଧୋନିଙ୍କ ବ୍ୟକ୍ତିତ୍ୱର ଏହି ଦିଗଟି ହୁଏତ ଅନେକ ଲୋକଙ୍କୁ ଚକିତ କରିପାରେ । ଜଣେ ପୂର୍ବତନ କ୍ରିକେଟରଙ୍କ ପତ୍ନୀଙ୍କୁ ଧୋନି ଏମିତି କିଛି କହିଥିଲେ ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏ ସମ୍ପର୍କରେ ନିଜେ ସେହି କ୍ରିକେଟର ଜଣକ ମୁହଁ ଖୋଲିଛନ୍ତି । ତାଙ୍କ ସହ ଧୋନିଙ୍କର ଖୁବ୍ ଭଲ ବନ୍ଧୁତ୍ୱ ଥିଲା ଏବଂ ତାଙ୍କ ପତ୍ନୀଙ୍କୁ ଧୋନି ଭାଉଜ ବୋଲି ଡାକୁଥିଲେ । କିନ୍ତୁ ଦିନେ ଧୋନି ତାଙ୍କ ସ୍ତ୍ରୀଙ୍କୁ ଏଭଳି ଗୋଟିଏ କଥା କହିଥିଲେ ଯାହା ଜାଣିବା ପରେ ସେ ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ ।

ଧୋନିଙ୍କ ଭଳି ମଣିଷ ଏଭଳି କିଛି ଚାହୁଁଥିବେ ବୋଲି ସେ ଭାବି ପାରୁନଥିଲେ । ଏକ ସାକ୍ଷାତକାରରେ ଏଇ କଥାର ଖୁଲାସା କରିଛନ୍ତି ଭାରତୀୟ ଦଳର ପୂର୍ବତନ କ୍ରିକେଟର ୱାସିମ୍ ଜାଫର । ସେ କହିଛନ୍ତି ମୁଁ ୨୦୦୫ରେ ଦଳକୁ ଫେରିଥିଲି । ସେତେବେଳେ ଧୋନି ଟିମ୍ ଇଣ୍ଡିଆକୁ ନୂଆ ନୂଆ ଆସିଥିଲେ । ଆମେ ସବୁ ଅଧିକାଂଶ ପଛ ସିଟ୍ରେ ବସୁଥିଲୁ । ଧୋନି, ଦିନେଶ କାର୍ତ୍ତିକ, ଆରପି ସିଂ ସହ ମୁଁ ଆଉ ମୋ ସ୍ତ୍ରୀ ପଛ ସିଟ୍ରେ ଏକା ସାଙ୍ଗରେ ବସିଥିଲୁ । ମୋ ସ୍ତ୍ରୀ ଆୟେଶା ସାଙ୍ଗରେ ଧୋନି ଅଧିକ କଥା ହେଉଥିଲେ । ମହେନ୍ଦ୍ର ସିଂ ଧୋନି ମୋ ସ୍ତ୍ରୀଙ୍କୁ ଭାଉଜ ଡାକୁଥିଲେ । ଆଉ ସେ ଦୁଇଜଣ ବହୁତ ସମୟ ଧରି ପରସ୍ପର ସହ କଥା ହେଉଥିଲେ । ଏହି ସମୟରେ ଧୋନି ଥରେ ଏମିତି ଗୋଟିଏ କଥା କହିଥିଲେ ଯାହା ଶୁଣିବା ପରେ ଆୟେଶାଙ୍କୁ ଅଜବ ଲାଗିଥିଲା । ଆଉ ସେ ଏହି କଥାଟିକୁ ମୋତେ କହିଦେଇଥିଲେ । ଯାହା ଶୁଣି ମୁଁ ଧୋନିଙ୍କୁ କଣ କହିବି କିଛି ଭାବି ପାରୁନଥିଲି । କିନ୍ତୁ ମୁଁ ଚୁପ୍ ରହିଥିଲି । ହେଲେ ତା’ପରେ ମଧ୍ୟ ଅନେକ ସମୟରେ ସେ ଯେତେବେଳେ ମୋ ସ୍ତ୍ରୀଙ୍କ ସହ କଥା ହେଉଥିଲେ ବାରମ୍ବାର ସେହି କଥାଟିକୁ କହୁଥିଲେ ।

ଆୟେଶାଙ୍କ କହିବା ଅନୁସାରେ ଧୋନି ତାଙ୍କୁ କହିଥିଲେ କି ଭାଉଜ ମୋର କେବଳ ୩୦ ଲକ୍ଷ ଟଙ୍କା ଦରକାର । ଆଉ ସେତିକି ରୋଜଗାର ହୋଇଗଲେ ମୋର ଆଉ କିଛି ଦରକାର ନାହିଁ । ଜାଫର କହିଛନ୍ତି କି ଧୋନିଙ୍କୁ ଲାଗୁଥିଲା ୩୦ ଲକ୍ଷ ଟଙ୍କା ହୋଇଗଲେ ସେ ଆରାମରେ ଜୀବନ ବିତାଇପାରିବେ । ରାଞ୍ଚିରେ ଘରଟିଏ କରି ସେଇଠି ରହିବାକୁ ତାଙ୍କର ଇଚ୍ଛା ଥିଲା । ଅନ୍ୟ ସହରରେ ରହିବାକୁ ତାଙ୍କର ଇଚ୍ଛା ନଥିଲା । ସେ ଅନେକ ସମୟରେ କହୁଥିଲେ କିଛି ବି ହୋଇଯାଉ ମୁଁ ରାଞ୍ଚି କେବେବି ଛାଡିବିନି । ଦଳରେ ନୂଆ ଥିବାରୁ ତାଙ୍କୁ ଲାଗୁଥିଲା କି ୩୦ ଲକ୍ଷ ଟଙ୍କା ସାରା ଜୀବନ ପାଇଁ ଯଥେଷ୍ଟ ହୋଇଯିବ । ସେ ନିଜ ସହର ସହ ଅଧିକ ଯୋଡି ହୋଇ ରହିଥିଲେ । ଆଜି ସେ ସଫଳତାର ଶିଖର ଛୁଇଁ ସାରିଛନ୍ତି । ତଥାପି ସେ ନିଜ ସହର ସହ ସେମିତି ଯୋଡି ହୋଇ ରହିଛନ୍ତି । ସବୁ କଥାକୁ ଅତି ସହଜରେ ସେ ସମସ୍ତଙ୍କ ସାମନାରେ ରଖିପାରନ୍ତି । ଧୋନିଙ୍କ ଏହି ଗୁଣ ମୋତେ ବହୁତ ପସନ୍ଦ ବୋଲି କହିଛନ୍ତି ଭାରତ ପାଇଁ ୩୧ଟି ଟେଷ୍ଟ ଏବଂ ଦୁଇଟି ଦିନିକିଆ ଖେଳିଥିବା ୱାସିମ୍ ଜାଫର ।

Get real time updates directly on you device, subscribe now.