fbpx
BJD SKY
BJD SKY

ପିଅନ, ମାଳି, ଜଗୁଆଳି ଚାକିରି ପାଇଁ M.Tech, MBA, MCA ପିଲା ଆଗ୍ରହୀ: ଆବେଦନ ସଂଖ୍ୟା ୫୫ ଲକ୍ଷ ଟପିଲା

BJD

ନୂଆଦିଲ୍ଲୀ: ଆମ ସମାଜରେ କାହାକୁ ୧୦ ହଜାର ଟଙ୍କାର ଚାକିରି ମିଳୁନାହିଁ ତ ଆଉ କିଏ କୋଟି କୋଟି ଟଙ୍କାର ପ୍ୟାକେଜକୁ ହାତଛଡ଼ା କରୁଛି । ତେବେ ଅନେକ ସମୟରେ କିଛି ଉଚ୍ଚଶିକ୍ଷିତ ଯୁବକ ସାଧାରଣ ଚାକିରି କରିବାକୁ ଆବେଦନ କରିଥାନ୍ତି । ପୂର୍ବରୁ ଏଭଳି କିଛି ମାମଲା ସାମ୍ନାକୁ ଆସିଥିଲା । ତେବେ ଏହା ମଧ୍ୟରେ ପୁଣି ଏକ ବଡ଼ ଖବର ଦେଖିବାକୁ ମିଳିଛି ।

ନିକଟରେ କେନ୍ଦ୍ର ସରକାରଙ୍କ ଷ୍ଟାଫ୍ ସିଲେକ୍ସ କମିଶନ (ଏସଏସସି) ଅଧିନରେ ଏମଟିଏସର ଚତୁର୍ଥ ଶ୍ରେଣୀ କର୍ମଚାରୀ ପାଇଁ ଆବେଦନ ପ୍ରକ୍ରିୟା ଚାଲିଥିଲା । ଏଥିରେ ଆବେଦନ କରିବା ପାଇଁ ସର୍ବନିମ୍ନ ଯୋଗ୍ୟତା ଦଶମ ପାସ୍ ରହିଥିବା ବେଳେ ପ୍ରାର୍ଥୀଙ୍କୁ ପିଅନ, ଜଗୁଆଳି, ଗେଟକିପର ଓ ମାଳି ପଦରେ ନିଯୁକ୍ତି ଦିଆଯିବ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ପଦ ପାଇଁ ସାରା ଦେଶରେ ପାଖାପାଖି ୫୫ ଲକ୍ଷ ପ୍ରାର୍ଥୀ ଆବେଦନ କରିଛନ୍ତି ।

ପିଅନ ଚାକିରି କରିବା ପାଇଁ ବି.ଟେକ, ଏମବିଏ, ଏମ.ଟେକ, ବି.ଏଡ, ଏମଏସସି, ବିବିଏ ଡିଗ୍ରୀଧାରୀ ପ୍ରାର୍ଥୀମାନେ ଆବେଦନ କରିଛନ୍ତି । ସରକାରୀ ଚାକିରିର ଚାହିଦା କେତେ ଏଥିରୁ ସ୍ପଷ୍ଟ ଅନୁମେୟ ହେଉଛି । ଏସଏସସି ପକ୍ଷରୁ ୧୦,୮୮୦ଟି ଏମଟିଏସ ପଦ, ୫୨୯ଟି ସିବିଆଇସି ପଦ ପୂରଣ ପାଇଁ ଗତ ଜାନୁଆରୀ ମାସ ୧୮ରୁ ଫେବୃଆରୀ ୨୪ ମଧ୍ୟରେ ଆବେଦନ କରାଯାଇଥିଲା । ଏଥିପାଇଁ ବୟସ ସୀମା ୧୮ରୁ ୨୭ ବର୍ଷ ରହିଥିବା ବେଳେ ନିୟମ ଅନୁଯାୟୀ କୋହଳ ସୁବିଧା ରହିଥିଲା । ମେ ମାସ ୨ ତାରିଖରୁ ଟିୟର-୧ କମ୍ପ୍ୟୁଟର ପରୀକ୍ଷା ଆରମ୍ଭ ହୋଇ ଜୁନ ମାସ ୨୦ ତାରିଖରେ ସରିବ । ତେବେ ପିଅନ ମାଳି ପଦ ପାଇଁ ଏତେ ସଂଖ୍ୟକ ଉଚ୍ଚଶିକ୍ଷିତ ପ୍ରାର୍ଥୀ ଆବେଦନ କରିବା ଘଟଣାକୁ ନେଇ ଏବେ ଚାରିଆଡ଼େ ବେଶ୍ ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.