fbpx
BJD SKY
BJD SKY

ମଣିଷର DNAକୁ ନେଇ ଆଶଙ୍କା ବ୍ୟକ୍ତ କଲେ ବୈଜ୍ଞାନିକ: ଭୂଇଁରେ ପଡ଼ିଥିବା ଆମର କେଶ, ଚର୍ମ, ଛେପରୁ ସବୁ ଡାଟା ମିଳିପାରିବ, ମନ୍ଦ ଉଦ୍ଦେଶ୍ୟରେ ବ୍ୟବହାର କରିହେବ

BJD

ନୂଆଦିଲ୍ଲୀ: ଡିଅକ୍ସି ରିବୋନ୍ୟୁକ୍ଲିକ ଏସିଡ (ଡିଏନଏ) ହେଉଛି ମଣିଷର ଶରୀରର ସେଲ ଭିତରେ ଥିବା ଏକ ଅଣୁ ଯାହାକି ଆମର ଜେନେଟିକ ସୂଚନା ଧାରଣ କରିଥାଏ । ଏଥିସହିତ ଏହା ଆମର ବିକାଶ ଓ କାର୍ଯ୍ୟ ପାଇଁ ଉତ୍ତରଦାୟୀ ରହିଥାଏ । ତେବେ ଆପଣମାନେ କେବେ ଭାବିଛନ୍ତି ଯଦି ଆପଣଙ୍କର ଡିଏନଏ କେବେ ଚୋରି ହୋଇଯିବେ, ତେବେ ଆଗକୁ କ’ଣ ଘଟିବ । ଏହାକୁ ନେଇ ବୈଜ୍ଞାନିକମାନେ ଏବେ ଚିନ୍ତା ବ୍ୟକ୍ତ କରିଛନ୍ତି ।

ଜଣେ ଚାହିଁଲେ ଆପଣଙ୍କର ଡିଟେଲ୍ସ ବାହାର କରି ବ୍ଲାକ ମାର୍କେଟରେ ବିକ୍ରି କରିଦେଇପାରେ । କାରଣ ମଣିଷ ଧରିତ୍ରୀ ବକ୍ଷରେ ନିଜର ଡିଏନଏକୁ ଛାଡ଼ିଥାଏ । ଆମ ଶରୀରରୁ ଝଡ଼ୁଥିବା କେଶ, ଚର୍ମରୁ ବାହାରୁଥିବା ଆସ୍ତରଣ ଓ ପାଟିରୁ ବାହରୁଥିବା ଛେପ ଆମ ପାଇଁ ବିପଦ ଆଣିପାରେ । ଏହିସବୁ ଜିନିଷରେ କେମିକାଲ କୋଡ ଲେଖାଯାଇଥାଏ, ଯାହାକି ଆମର ଶରକୁ ଚଳାଇବାରେ ସହାୟକ ହୋଇଥାଏ ।

ସାରା ବିଶ୍ୱରେ ବିସ୍ତାରିତ ହେଉଥିବା ଆମର ଡିଏନଏକୁ କେହି ମନ୍ଦ ଉଦ୍ଦେଶ୍ୟରେ ବ୍ୟବହାର କରିପାରେ ବୋଲି ବୈଜ୍ଞାନିକମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି । ଏକ ନୂଆ ରିସର୍ଚ୍ଚ ମୁତାବକ, ଆଜିର ଟେକ୍ନୋଲୋଜି ଏତେ ବିକାଶ ଲାଭ କଲାଣି ଯେ ମଣିଷର ଡିଏନଏକୁ ବାୟୁ, ପାଣି ବା ଜମି ଯେ କୌଣସି ସ୍ଥାନରୁ ଉଠାଇ ନେଇ ହେବ । ଲୋକଙ୍କର ବ୍ୟକ୍ତିଗତ ଡାଟାକୁ ଖରାପ ଲୋକଙ୍କ ହାତକୁ ଚାଲିଯାଇପାରେ ।

ତେବେ ଏଭଳି ଏକ ବଡ଼ଧରଣର ଚୋରିକୁ ରୋକିବା ପାଇଁ ସାରା ବିଶ୍ୱ କି ମଣିଷ ସମାଜ ପ୍ରସ୍ତୁତ ହୋଇନାହିଁ । ୟୁନିଭରସିଟି ଅଫ୍ ଫ୍ଲୋରିଡାର ଜଣେ ଜୁଲୋଜିଷ୍ଟଙ୍କ ମତରେ, ଆମେ ସମାଜର ହିତସାଧନ ପାଇଁ ଟେକନିକୁ ବିକାଶ କରୁଛେ । ମାତ୍ର ଯଦି ଏହା ମନ୍ଦଶକ୍ତିଙ୍କ ହାତରେ ପଡ଼ିଥାଏ, ତେବେ ଏହାର କ୍ଷତି ଆମ ସମସ୍ତଙ୍କୁ ସହ୍ୟ କରିବାକୁ ପଡ଼ିବ । ତେବେ ଡିଏନଏକୁ ନେଇ ସୃଷ୍ଟି ହୋଇଥିବା ଆଶଙ୍କା ପ୍ରସଙ୍ଗକୁ ସାରା ଦୁନିଆ ସମ୍ମୁଖକୁ ଆଣିବା ସହ ଏନେଇ କିଛି ନୀତି, ନିୟମ ଲାଗୁ କରିବାର ସମୟ ଆସିଯାଇଛି ।

ଧରିତ୍ରୀ ପୃଷ୍ଠରେ ବୃକ୍ଷଲତା, ଜୀବଜନ୍ତୁ ମଣିଷଙ୍କର ଡିଏନଏ ବିଭିନ୍ନ ମାଧ୍ୟମରେ ବିସ୍ତାରିତ ହେଉଛି । ଏହାକୁ ବୈଜ୍ଞାନିକମାନେ ‘ଇ’ ଡିଏନଏ ବା ପରିବେଶ ଡିଏନଏ କହୁଛନ୍ତି । ଟେକନିକ ଏତେ ବିକାଶ ଲାଭ କରିଛି ଯେ, ଯଦି ଏହି ଇ ଡିଏନଏର ଏକ ଛୋଟ ଅଂଶ ମନ୍ଦ ଶକ୍ତିଙ୍କ ହାତରେ ପଡ଼େ ତେବେ ତାହାର ସିକ୍ୱେନ୍ସିଂ କରି ପୂରା ଇକୋଲୋଜିର ଜୀବଙ୍କର ଇତିହାସ ବିଷୟରେ ଜାଣିହେବ । ଏଥିସହିତ ସେହି ସ୍ଥାନରେ କେଉଁ ସବୁ ଜୀବ ରହିଛନ୍ତି ସେ ବାବଦରେ ମଧ୍ୟ ଜାଣିବା ସମ୍ଭବ ହୋଇପାରିବ ।

Get real time updates directly on you device, subscribe now.