fbpx
BJD SKY
BJD SKY

ଜେପି ନଡ୍ଡାଙ୍କ ଲୋକ କହି, ଠକି ନେଲେ ଲକ୍ଷ ଲକ୍ଷ ଟଙ୍କା, ଦିଲ୍ଲୀରେ ଦୁଇ ଗିରଫ

BJD

ନୂଆଦିଲ୍ଲୀ: ନିଜକୁ ବିଜେପିର ପଦାଧିକାରୀ କହି ନେତା, ଅଧିକାରୀ ଏବଂ ଠିକାଦାର ମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେବା କଥା ସାମ୍ନାକୁ ଆସିଛି । ଏଥିରେ ପୋଲିସ ଦୁଇ ଅପରାଧୀଙ୍କୁ ଗିରଫ କରିଛି । ଦିଲ୍ଲୀରୁ ଗିରଫ ହୋଇଥିବା ପ୍ରବୀଣ କୁମାର ବିଜେପି ନେତା ମାନଙ୍କୁ ଶିକାର କରୁଥିଲେ । ସେ ନେତା ମାନଙ୍କୁ ବଡ ବଡ ପଦବୀ ଦେବାର ଆଶା ଦେଉଥିଲେ । ଯେଉଁ ନେତା ମାନେ ଏମାନଙ୍କ ଫାଶରେ ପଡୁଥିଲେ, ସେମାନଙ୍କ ଠାରୁ ପ୍ରବୀଣ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲା । ଅନ୍ୟପଟେ ଲକ୍ଷ୍ନୌରୁ ଗିରଫ ହୋଇଥିବା ବ୍ୟକ୍ତି ନିଜକୁ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ OSD କହିଥିଲେ ଏବଂ ଠିକାଦାର ଓ ଅଧିକାରୀମାନଙ୍କୁ ଠକିଥିଲେ ।

ସୂଚନା ଅନୁଯାୟୀ, ମାଇ ୯ ତାରିଖ ଦିନ ବିଜେପି କାର୍ଯ୍ୟାଳୟ ପକ୍ଷରୁ ଦିଲ୍ଲୀ ପୋଲିସ ନିକଟରେ ଏହି ମାମଲା ଦାଖଲ କରାଯାଇଥିଲା । ସେଥିରେ ଅଭିଯୋଗ ଥିଲା ଯେ, କିଛି ଲୋକ ବିଜେପିର ପଦାଧିକାରୀ କହି ନେତା, ଅଧିକାରୀ ଏବଂ ଠିକାଦାରୀଙ୍କ ସହିତ ପ୍ରତାରଣା କରିଛନ୍ତି । ଅଲଗା ଅଲଗା ରାଜ୍ୟରେ ଏପରି ଲୋକ ନିଜକୁ ବିଜେପିର ରାଷ୍ଟ୍ରୀୟ ପଦାଧିକାରୀ କହୁଛନ୍ତି । ଅଭିଯୋଗ ହୋଇଛି ଯେ, ଏହି ବ୍ୟକ୍ତମାନେ ମାଧ୍ୟ ଠକେଇର କିଛି ମାମଲା କରିବାରେ ସଫଳ ହୋଇଛନ୍ତି । ଏଥିରେ ପାର୍ଟୀ କାର୍ଯ୍ୟାଳୟ ପକ୍ଷରୁ ପ୍ରମାଣ ମଧ୍ୟ ଦିଆଯାଇଛି ।

ତଦନ୍ତ ସମୟରେ ପୋଲିସକୁ ପ୍ରବୀଣ କୁମାର ନାମରେ ଏକ ଫୋନ ନମ୍ବର ମିଳିଥିଲା । ହେଲେ ପୋଲିସଙ୍କୁ ତାଙ୍କର କୌଣସି ପତ୍ତା ମିଳିନଥିଲା । ଏହାପରେ ଅପରାଧୀ ଜଣକ ମୟୂର ବିହାରରେ ଭେଟିବା ପାଇଁ ଯାଇଥିଲେ ସେତିକିବେଳେ ସାଧା କପଡାରେ ଥିବା ପୋଲିସ ମାନେ ତାକୁ ଘେରିଝାଇଥିଲେ । ଧରପଡିବା ପରେ ସେ ନିଜର ଦୋଷ ସ୍ୱୀକାର କରିବା ସହ ବଡ ବଡ ନେତାଙ୍କ ସହ ଫଟୋ ଛୋଟ ନେତା ମାନଙ୍କୁ ଦେଖାଇ ବୋଲା ବନାଉଥିଲେ । ଏହିପରି ସେ ନେତା ମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିଲେ ।

କେବଳ ଏତିକି ନୁହେଁ, ପୋଲିସକୁ ପିୟୁଷ ଶ୍ରୀ ବାସ୍ତବକୁ ମଧ୍ୟ ଧରିନେଇଥିଲେ । ଏଥିରେ ପୋଲି ବିଜନେସ ମ୍ୟାନ ହୋଇ ପିୟୁଷ ସହ କଥା ହୋଇଥିଲେ । ଏହାପରେ ସେ ତାଙ୍କ ସହ ଭେଟିବାକୁ ରାଜି ହୋଇଯାଇଥିଲେ । ପଚରାଉଚରା ବେଳେ ପିୟୁଷ ପୋଲିସକୁ କହିଥିଲେ ଯେ, ସେ ନିଜକୁ ଜେପ୍ପି ନଡ୍ଡାର OSD, କହି ନେତାଙ୍କ ଠାରୁ ୪୫ ଲକ୍ଷ ଟଙ୍କା ଠକେଇ କରିଛନ୍ତି । ତେବେ ଘଟଣାସ୍ଥଳରେ ପୋଲିସ ଏହି ଦୁଇ ଜଣଙ୍କୁ ଗିରଫ କରିଥିଲେ । ସୂଚାନ ମୁତାବକ ଏହି ମାମଲରେ ୧ କୋଟି ଟଙ୍କାର ଠକେଇ ହୋଇଥିଲା ।

Get real time updates directly on you device, subscribe now.