fbpx
BJD SKY
BJD SKY

ବିଶ୍ୱର ଅନ୍ୟତମ କୁଖ୍ୟାତ ଡ୍ରଗ ମାଫିଆ: ୧.୫ କି.ମିର. ଦୀର୍ଘ ସୁଡ଼ଙ୍ଗ ତିଆରି କଲା, ଜେଲରୁ ଫେରାର ହୋଇଗଲା

BJD

ନୂଆଦିଲ୍ଲୀ: ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ବହୁ କୁଖ୍ୟାତ ଅପରାଧି ରହିଛନ୍ତି । ତେବେ ଅନେକ ଅପରାଧୀ କୌଣସି ବଡ଼ଧରଣର ଅପରାଧ କରିବା ସମୟରେ ଏପରି ବୁଦ୍ଧିର ପ୍ରୟୋଗ କରିଥାନ୍ତି ଯେ ତାହାକୁ ସମସ୍ତେ ସହଜରେ ବୁଝିପାରନ୍ତି ନାହିଁ । ତେବେ ଏଭଳି ଜଣେ ଡ୍ରଗ ମାଫିଆ ହେଉଛି ମେକ୍ସିକୋର ଡ୍ରଗ ଭଗବାନ ଜୋଆକ୍ୱିନ ‘ଏଲ ଚାପୋ’ ଗୁଜମୈନ । ବିଶ୍ୱର ଡ୍ରଗ ମାଫିଆଙ୍କ ମଧ୍ୟରେ ଚାପୋର ନାମ ନିଶ୍ଚିତ ଭାବେ ସର୍ବାଗ୍ରେ ରହିବ ।

ଚାପୋ ଗ୍ୟାଙ୍ଗ ସୁଡ଼ଙ୍ଗ ତିଆରି କରିବାରେ ବେଶ୍ ନିପୁଣତା ଲାଭ କରିଥିଲେ । ସେ ପ୍ରତି ମାସରେ କୋଟି କୋଟି ଡଲାରର ଡ୍ରଗ ଯୋଗାଣ କରୁଥିଲା । ସେ ଏହି ଧନ୍ଦାରେ ଏତେ ପ୍ରତିଷ୍ଠା ଲାଭ କରିଥିଲା ଯେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ଲିଷ୍ଟରେ ବି ତା’ ନାମ ଆସିଥିଲା । ତା’ର ଏହି କଳାଧନ୍ଦା ପାଇଁ ହଜାର ହଜାର ନିରୀହ ଲୋକଙ୍କ ଜୀବନ ଚାଲିଯିବା ସହ ସେ ଜେଲରୁ ମଧ୍ୟ ଫେରାର ହେବାରେ ସଫଳ ହୋଇଥିଲା ।

୧୯୫୭ ମସିହା ଏପ୍ରିଲ ମାସ ୪ ତାରିଖରେ ଉତ୍ତର-ପଶ୍ଚିମ ମେକ୍ସିକୋର ସିନାଲୋଆ ପ୍ରାନ୍ତର ଏକ ଗରିବ ପରିବାରରେ ଚାପୋ ଜନ୍ମଗ୍ରହଣ କରିଥିଲା । ୨୦୦୯ରେ ସେ ଫୋର୍ବସ ମ୍ୟାଗାଜିନରେ ବିଶ୍ୱର ଧନୀ ଲିଷ୍ଟ ତାଲିକାରେ ୭୦୧ତମ ସ୍ଥାନରେ ରହିଥିଲା । ୧୯୨୪ରେ ଆମେରିକାରେ ହେରୋଇନକୁ ସମ୍ପୂର୍ଣ୍ଣ ଭାବେ ବ୍ୟାନ କରାଯିବା ପରେ ସେ ପଡ଼ୋଶୀ ଦେଶ ମେକ୍ସିକୋ ଉପରେ ଆଖି ପକାଇଥିଲା । ସେଠାରେ ଲୋକମାନେ ଡ୍ରଗସ ତିଆରି କରି ଆମେରିକାରେ ବିକ୍ରି କରିବା ଅ।।ରମ୍ଭ କରିଦେଇଥିଲେ ।

୧୯୮୦ ଦଶକ ବେଳକୁ ଆମେରିକାରେ କ୍ରେକ କୋକୀନର ଚାହିଦା ଅଚାନକ ବଢ଼ିବାରେ ଲାଗିଥିଲା । ଅନ୍ୟ ଡ୍ରଗସ ତୁଳନାରେ ଏହା ବହୁତ ଶସ୍ତା ଥିଲା । ଏହି ସମୟରେ ଚାପୋ ସିନାଲୋଆ କାର୍ଟେଲ ତିଆରି କରିଥିଲା । କ୍ରମେ ତା’ର ନେଟୱାର୍କ ଆମେରିକାଠାରୁ ଆରମ୍ଭ କରି ୟୁରୋପ ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା । ଚାପୋ ଯେତିକି କ୍ରୁର ଥିଲା, ସେତିକି ଚତୁର ଥିଲା । ସେ ଗୋଟିଏ ବର୍ଷରେ ୨୫ ହଜାର କୋଟି ଟଙ୍କାର ଡ୍ରଗ କାରବାର କରିପାରୁଥିଲା । ତାକୁ ୧୯୯୩ରେ ପ୍ରଥମ ଥର କରାଯାଇଥିଲେ ହେଁ ସେ ଜେଲ ଅଧିକାରୀଙ୍କୁ ଲାଞ୍ଚ ଦେଇ ସେ ଫେରାର ହୋଇଯାଇଥିଲା । ।

ଏହାପରେ ୨୦୧୪ରେ ତାକୁ ଦ୍ୱିତୀୟ ଥର ଗିରଫ କରି ମେକ୍ସିକୋର ସବୁଠାରୁ ସୁରକ୍ଷିତ ଜେଲ ଆଲଟିପାନୋରେ ରଖାଯାଇଥିଲା । ମାତ୍ର ସେଠାରେ ସେ କିଛିଦିନ ରହିବା ପରେ ୨୦୧୫ରେ ଜେଲ ତଳେ ଏକ ସୁଡ଼ଙ୍ଗ କରି ସେ ଫେରାର ହୋଇଯାଇଥିଲା । ଚାପୋ ଓ ତା’ର ସାଥୀମାନେ ୧.୫ କିମିର ଏକ ଦୀର୍ଘ ସୁଡ଼ଙ୍ଗ ତିଆରି କରି ଫେରାର ହେବାରେ ସକ୍ଷମ ହୋଇଥିଲେ । ମେକ୍ସିକୋରେ ଚାପୋକୁ ରୋକିବା ଅସମ୍ଭବ ଥିଲା । ତେଣୁ ୨୦୧୭ରେ ତାକୁ ଆମେରିକାକୁ ପ୍ରତ୍ୟର୍ପଣ କରାଯାଇଥିଲା । ୨୦୧୯ଠାରୁ ଆମେରିକାରେ ବର୍ତ୍ତମାନ ସେ ବନ୍ଦୀ ଜୀବନ ବିତାଉଛି । ସେ କେତେ ଦିନ ପର୍ଯ୍ୟନ୍ତ ଜେଲରେ ରହିବ ସେନେଇ କିଛି କୁହାଯାଇ ପାରିବ ନାହିଁ ।

Get real time updates directly on you device, subscribe now.