fbpx
BJD SKY
BJD SKY

‘Love Marriageରେ ହେଉଛି ଅଧିକ ଛାଡପତ୍ର’: ମେଡିଟେସନ କରିବାକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ

BJD

ନୂଆଦିଲ୍ଲୀ: ଏକ ସର୍ଭେରୁ ଜଣାଯାଇଛି ଯେ, ଦେଶରେ ଅଧିକାଂଶ ଛାଡପତ୍ର ‘ପ୍ରେମ ବିବାହ’ରେ ହେଉଛି । ଏ ନେଇ ସୁପ୍ରିମକୋର୍ଟ ମଧ୍ୟ ସୂଚନା ଦେଇଛନ୍ତି । ବୁଧବାର ଏକ ମାମଲାର ଶୁଣାଣୀ ସମୟରେ ଜଷ୍ଟିସ ବି.ଆର ଗବଇ ଏବଂ ଜଷ୍ଟିସ ସଞ୍ଜୟ କରୋଲଙ୍କୁ ନେଇ ଗଠିତ ବେଞ୍ଚ ଏହି ସୂଚନା ଦେଇଛନ୍ତି । ଦୁଇ ଦମ୍ପତ୍ତିଙ୍କ ବିବାହ ପରେ ବିଚ୍ଛେଦକୁ ନେଇ ଟ୍ରୋନ୍ସଫର ପିଟିସନ ଉପରେ ଶୁଣାଣି କରୁଥିଲେ ମାନ୍ୟବର କୋର୍ଟ । ତୁରନ୍ତ ବିବାହ ବିଚ୍ଛେଦ କରିବା ପାଇଁ ସୁପ୍ରିମ କୋର୍ଟ ନିଜର ବିଶେଷାଧିକାର ବ୍ୟବହାର କରିପାରିବେ ବୋଲି କୋର୍ଟ କହିଛନ୍ତି ।

ତେବେ ମାମଲାର ଶୁଣାଣି ସମୟରେ ଓକିଲ କୋର୍ଟରେ କହିଥିଲେ ଯେ, ଏହା ଏକ ପ୍ରେମ ବିବାହ । ଏହାପରେ ଜଷ୍ଟିସ ଗବଇ କହିଛନ୍ତି ଯେ, ‘ଅଧିକାଂଶ ଛାଡପତ୍ର ବା ବିବାହ ବିଚ୍ଛେଦ ପ୍ରେମ ବିବାହ(Love Marriage)ରେ ହିଁ ହୋଇଥାଏ । ତେଣୁ ଦମ୍ପତ୍ତିମାନଙ୍କୁ କୋର୍ଟ ମେଡିଟସନ କରିବା ପାଇଁ ପରାମର୍ଶ ଦେଇଛନ୍ତି । ତେବେ ଏହାକୁ ସ୍ୱାମୀ ବିରୋଧ କରିଛନ୍ତି । ଏହାସହିତ କୋର୍ଟ କହିଥିଲେ, ଯେ ସେ ଚାହିଁଲେ କାହାର ଅନୁମତି ବିନା ଏହି ଛାଡପତ୍ର କରାଇ ଦେଇପାରିବେ । ସୂଚନା ଅନୁସାରେ, ମେ’ ୨ ତାରିଖରେ ସୁପ୍ରିମକୋର୍ଟ ନେଇଥିବା ନିଷ୍ପତ୍ତିରେ କୁହାଯାଇଛି ଯେ, ସମ୍ବିଧାନର ଦାରା ୧୪୨(୧) ଅନୁଯାୟୀ ତୁରନ୍ତ ଛାଡପତ୍ର କରି ବିବାହ ଶେଷ କରା ଯାଇ ପାରିବ । ତେବେ ବିବାହ ସମ୍ପର୍କରେ ଆଗକୁ କୌଣସି ପରିସ୍ଥିତିରେ ସୁଧାର ଆସି ପାରିବନି ବୋଲି ସ୍ପଷ୍ଟ ହୋଇଗଲେ ଏଥିରେ ଛାଡପତ୍ର ହୋଇପାରିବ ବୋଲି ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ ।

ନ୍ୟାୟମୂର୍ତ୍ତି ଏକ.କେ କୌଲଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ, ଯଦି ସୁପ୍ରିମକୋର୍ଟ ଅନୁଭବ କରନ୍ତି ଯେ ଗୋଟିଏ ବିବାହ ସମ୍ପୂର୍ଣ୍ଣ ମୃତ ଅବସ୍ଥାରେ ଅଛି ଅଥବା କୌଣସି ପରିସ୍ଥିତିରେ ଏହାକୁ ବଞ୍ଚାଇ ରଖାଯାଇ ପାରିବ ନାହିଁ ତେବେ ସମାଧାନ ରୂପରେ ଏହି ନିଷ୍ପତ୍ତି ନିଆ ଯାଇ ପାରିବ । ଏଭଳି ପରିସ୍ଥିତିରେ ଦୁଇ ଦମ୍ପତ୍ତିଙ୍କ ମଧ୍ୟରେ ବିବାହ ବିଚ୍ଛେଦକୁ ଶେଷ ଉପାୟ ଭାବରେ ଗ୍ରହଣ କରାଯିବା ସହ ଛାଡପତ୍ର କରାଇପାରିବେ ସୁପ୍ରିମକେର୍ଟ ।

Get real time updates directly on you device, subscribe now.