fbpx

ମୁଣ୍ଡଳି ବ୍ୟାରେଜ୍‌ରେ ମହାନଦୀ ଜଳସ୍ତର ବୃଦ୍ଧି, ଦୁଇ କୂଳ ଛୁଇଁଛି ବନ୍ୟାଜଳ

ବାରଙ୍ଗ ( ଭାସ୍କର ନ୍ୟୁଜ୍‌): ଲଘୁଚାପ ବର୍ଷା ହେବା ଫଳରେ ଶୁଖିଲା ପଡିଥିବା ମହାନଦୀ ଏବେ ଫୁଲିଉଠିଛି । ମୁଣ୍ଡଳି ଠାରେ ପୂର୍ବରୁ ଜଳସ୍ତର ବହୁତ କମଥିଲା । ବର୍ତ୍ତମାନ ମୁଣ୍ଡଳି ବ୍ୟାରେଜ୍‌ ଠାରେ ଜଳସ୍ତର ବୃଦ୍ଧି ଘଟି ଦୁଇ କୂଳ ଛୁଇଁଛି । ତେବେ ମଙ୍ଗଳବାର ସନ୍ଧ୍ୟା ୬ଟା ସୁଦ୍ଧା ମୁଣ୍ଡଳି ବ୍ୟାରେଜ୍‌ ଗେଟ୍ ଦେଇ ପ୍ରତି ସେକଣ୍ଡ୍‌ରେ ୬ ଲକ୍ଷ ୭୪ ହଜାର ଘନଫୁଟ ବନ୍ୟା ଜଳ ପ୍ରବାହିତ ହେଉଥିବା ଜଣାପଡିଛି । ହୀରାକୁଦ ଜଳଭଣ୍ଡାରୁ ଛଡ଼ା ଯାଇଥିବା ବନ୍ୟାଜଳ ବର୍ତ୍ତମାନ ସୁଦ୍ଧା ମୁଣ୍ଡଳିରେ ପହଞ୍ଚି ନାହିଁ। ଆଉ ୪୮ ଘଣ୍ଟା ମଧ୍ୟ ହୀରାକୁଦ ଡ୍ୟାମ୍‌ରୁ ଛାଡ଼ା ଯାଇଥିବା ମୁଣ୍ଡଳିରେ ପହଞ୍ଚିବ ଏହା ଫଳରେ ମହାନଦୀର ଜଳସ୍ତର ଆହୁରୀ ବଢ଼ିବ।

Get real time updates directly on you device, subscribe now.