fbpx

ତାଳଚେର-ଅନୁଗୁଳ ରୁଟ୍‌ରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ ଘଟଣା: ଆଜି ଆଉ ୪ ଟ୍ରେନ୍‌ ବାତିଲ୍

ଅନୁଗୋଳ (ଭାସ୍କର ନ୍ୟୁଜ୍‌) : ସୋମବାର ବିଳମ୍ବିତ ରାତିରେ ତାଳଚେରରୋଡ୍‌ ଠାରୁ ଅନୁଗୋଳ ଅଭିମୁଖେ ଯାଉଥିବା ଏକ ଗହମ ବୋଝେଇ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଥିଲା। ଲଗାଣ ବର୍ଷା ଯୋଗୁ ଭୋଗବେରଣୀ ନିକଟସ୍ଥ ଏକ ପୋଲ ଦବିଯିବାରୁ ଏହି ଦୁର୍ଘଟଣା ଘଟିଥିଲା। ତେବେ ଏଥିରେ କାହାର ମୃତ୍ୟୁ ଘଟିନାହିଁ । ମାଲବାହୀ ଟ୍ରେନ୍‌ଟି ଲାଇନଚ୍ୟୁତ ହେବା ଫଳରେ ଢେଙ୍କାନାଳ-ସମ୍ବଲପୁର ମଧ୍ୟରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଏଥିଯୋଗୁଁ ବୁଧବାର ଆଉ ୪ଟି ଟ୍ରେନକୁ ବାତିଲ କରାଯାଇଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।

ବୁଧବାର ରାଉରକେଲା-ଭୁବନେଶ୍ୱର ଇଣ୍ଟରସିଟି ସ୍ପେଶାଲକୁ ଉଭୟ ରାଉରକେଲା ଓ ଭୁବନେଶ୍ୱରର ବାତିଲ କରାଯାଇଛି । ସେହିପରି ଭୁବନେଶ୍ୱର-ବଲାଙ୍ଗୀର ଇଣ୍ଟରସିଟିକୁ ମଧ୍ୟ ଉଭୟ ଦିଗରୁ ବାତିଲ କରାଯାଇଛି ବୋଲି ପୂର୍ବତଟ ରେଳପଥର ବରିଷ୍ଠ ଅଧିକାରୀ କହିଛନ୍ତି । ଅପରପକ୍ଷେ ବୁଧବାର ପୁରୀ-ବିକାନିର ସ୍ପେଶାଲ ନିୟମିତ ରାସ୍ତା (ରୁଟ୍‌) ପରିବର୍ତ୍ତନ କରି ଜଖପୁରା-ଜରୋଲି-ଚକ୍ରଧରପୁର ହୋଇ ଚଳାଚଳ କରିବ । ରାଉରକେଲା-ପୁରୀ ସ୍ପେଶାଲକୁ ଆଂଶିକ ବାତିଲ କରାଯାଇଛି । ଯାହା ରାଉରକେଲା-ସମ୍ବଲପୁର ମଧ୍ୟରେ ଚାଲିବ । ସମ୍ବଲପୁରରୁ ପୁରୀ ମଧ୍ୟରେ ବାତିଲ ରହିବ ବୋଲି ସୂଚନା ଦିଆଯାଇଛି ।

ମଙ୍ଗଳବାର ୧୨ଟି ଟ୍ରେନ୍‌ ବାତିଲ ହେବା ସହ ୮ଟିର ଚଳାଚଳ ରୁଟ୍‌ ପରିବର୍ତ୍ତନ କରାଯାଇଥିଲା । ରାଉରକେଲାଭୁବନେଶ୍ୱର ଇଣ୍ଟରସିଟି କେବଳ ସମ୍ବଲପୁରରୁ ରାଉରକେଲା ମଧ୍ୟରେ ଚାଲିଥିବା ବେଳେ ସମ୍ବଲପୁରରୁ ଭୁବନେଶ୍ୱର ମଧ୍ୟରେ ଆଂଶିକ ବାତିଲ ହୋଇଥିଲା ।

Get real time updates directly on you device, subscribe now.