fbpx

ଖୁସିଖବର! SBI ଶସ୍ତା କଲା ଲୋନ୍

ନୂଆଦିଲ୍ଲୀ: ଦେଶର ସୁବଠାରୁ ବଡ଼ ସରକାରୀ ବ୍ୟାଙ୍କ ଏସବିଆଇ ସୁଧ ହାର ହ୍ରାସ କରି ଲୋନ୍ ଶସ୍ତା କରିଛି । ପାର୍ବଣ ଋତୁକୁ ଦୃଷ୍ଟିରେ ଏସବିଆଇ ବେସ୍ ରେଟରେ ୫ ଆଧାର ପଏଣ୍ଟ ବା ୦.୦୫% ହ୍ରାସ କରିଛି । ଏହି ରିହାତି ପରେ ଏସବିଆଇର ବେସ୍ ରେଟ୍ ୭.୪୫% ହୋଇଛି । ନୂଆ ଦରଗୁଡିକ ୧୫ ସେପ୍ଟେମ୍ବର ଅର୍ଥାତ୍ ଆଜିଠାରୁ ଲାଗୁ ହୋଇଯିବ ।

ଏସବିଆଇ ପକ୍ଷରୁ ହ୍ରାସ ହୋଇଥିବା ସୁଧ ହାରର ଲାଭ ଗ୍ରାହକମାନେ ଊଠାଇପାରିବେ । ଏସବିଆଇ ଗ୍ରାହକଙ୍କର ଏବେ ହୋମ୍ ଲୋନ୍, ଅଟୋ ଲୋନ୍, ବ୍ୟକ୍ତିଗତ ଲୋନ ସମେତ ଅନେକ ଲୋନର ମାସିକ କିସ୍ତି କମ୍ ହୋଇପାରେ ।

Get real time updates directly on you device, subscribe now.