fbpx

୧୯ରେ ଆସୁଛି ଆଉ ଏକ ଲଘୁଚାପ, ୧୭ରୁ ବର୍ଷା ସମ୍ଭାବନା

ଭୁବନେଶ୍ବର (ଭାସ୍କର ନ୍ୟୁଜ୍): ଲଘୁଚାପ ଘନୀଭୂତ ହୋଇ ଅବପାତ ଓ ପରେ ଭୀଷଣ ଅବପାତ ରୂପ ନେବା ପରେ ଗତ ୩ ଦିନ ଧରି ଓଡ଼ିଶାରେ ପ୍ରବଳ ବର୍ଷିଛି  । ଗତ ୨୪ ଘଣ୍ଟା ହେବ ଛତିଶଗଡ଼ରେ ମଧ୍ୟ ପ୍ରବଳ ବର୍ଷା ହୋଇଛି  । ବୁଧବାର ସକାଳ ଯାଏଁ ଛତିଶଗଡ଼ରେ ଲଗାଣ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି । ଅନ୍ୟପଟେ ଓଡ଼ିଶାରେ ଆଜି ରାଜ୍ୟରେ ପାଗ ଭଲ ରହିବ । ଅଳ୍ପ କେତେକ ଜାଗାରେ ହାଲୁକାରୁ ସ୍ୱଳ୍ପ ବର୍ଷା ହୋଇପାରେ । କାଁ ଭାଁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ବଡ଼ ବର୍ଷା ଏବେ ନାହିଁ ।

ପାଣିପାଗ ସୂଚନା ମୁତାବିକ, ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ପାଗ ପ୍ରାୟତଃ ଏଭଳି ରହିବ । ଆସନ୍ତା ୧୯- ୨୦ ତାରିଖବେଳକୁ ଲଘୁଚାପ ନେଇ ଯେଉଁ ପୂର୍ବାନୁମାନ କରାଯାଇଥିଲା, ତାହାର ସମ୍ଭାବନା ଏବେ ଅନିଶ୍ଚିତତାରେ । ଯଦି ୧୭ ତାରିଖବେଳକୁ ଘୂର୍ଣ୍ଣିବଳୟ ହୁଏ, ତାହା ଅଧିକ ଘନୀଭୂତ ହେବ କି ନାହିଁ, ବର୍ତ୍ତମାନର ଲଘୁଚାପ ଯିବା ପରେ ସ୍ପଷ୍ଟ କହିହେବ ।

 

Get real time updates directly on you device, subscribe now.