fbpx

ସାମ୍ନା ସାମ୍ନି ଧକ୍କା ହେଲା ଦୁଇ ବିମାନ,ବହୁ ଲୋକ ମୃତ

AAKASH

କାଲିଫର୍ନିଆ: ଆମେରିକାର କାଲିଫର୍ନିଆ ରାଜ୍ୟରେ ଦୁଇଟି ଛୋଟ ବିମାନ ଆକାଶ ମାର୍ଗରେ ମୁହାଁମୁହିଁ ଧକ୍କା ହୋଇଥିଲା ଯାହା ଫଳରେ ଏକାଧିକ ଆହତ ହୋଇଛନ୍ତି । ଦୁଇଟି ବିମାନ ସ୍ଥାନୀୟ ବିମାନବନ୍ଦରରେ ଅବତରଣ କରିବାକୁ ଚେଷ୍ଟା କରିବା ବେଳେ ଏହି ଘଟଣା ଘଟିଥିଲା। ୱାଟସନଭିଲ ସହରରେ ଏହି ଦୁର୍ଘଟଣା ହୋଇଛି ।

ଟାଉନ୍ ଟ୍ୱିଟର ମାଧ୍ୟମରେ ଏହି ସୂଚନା ଦିଆଯାଇଛି । ପୋଷ୍ଟ କରାଯାଇଥିବା ଏକ ବିବୃତ୍ତିରେ କହିଛନ୍ତି ଯେ “ବିମାନ ଅବତରଣ କରିବାକୁ ଚେଷ୍ଟା କରୁ ଥିବା ବେଳେ ଏହି ଘଟଣା ଘଟିଛି । ସ୍ଥିତି ବର୍ତମାନ ସାଙ୍ଘାତିକ ରାହିଛି ଏହି ଘଟଣାରେ ଏକାଧିକ ମୃତ୍ୟୁ ହେବାର ଖବର ଆସିପାରେ ବୋଲି କୁହା ଯାଇଛି ।”ବର୍ତ୍ତମାନ ଘଟଣାର ତଦନ୍ତ ଚାଲିଛି। ଦିନସାରା ଅଧିକ ସୂଚନା ଉପଲବ୍ଧ ହେବ ବୋଲି ବିବୃତ୍ତିରେ କୁହାଯାଇଛି।

Get real time updates directly on you device, subscribe now.