fbpx
BJD SKY
BJD SKY

ଟ୍ରେନ୍‌ରେ ଯୁବତୀଙ୍କ ସହ ନାଚିବା ପଡିଲା ମହଙ୍ଗା : ସସ୍‌ପେଣ୍ଡ ହେଲେ ପୋଲିସ ବାବୁ

BJD

ନୂଆଦିଲ୍ଲୀ: ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ଜଣେ ଯୁବତୀ ଚଳନ୍ତା ଟ୍ରେନରେ ନାଚୁଥିବା ଦେଖିବାକୁ ମିଳିଥିଲା। ନାଚୁଥିବା ସମୟରେ ଯୁବତୀ ଜଣକ ତାଙ୍କ ପଛରେ ଜଣେ ପୁଲିସ କର୍ମଚାରୀ ଛିଡ଼ା ହୋଇଥିବା ସେ ଜାଣି ପାରି ନଥିଲେ। ହଠାତ ପୁଲିସ କର୍ମଚାରୀଙ୍କୁ ଦେଖି ଯୁବତୀ ଜଣକ ଭୟ କରି କିଛି ସମୟ ରହିଯାଇଥିଲେ। ଏହାପରେ ସେ ସ୍ବାଭାବିକ ହୋଇ ନିଜେ ନାଚିବା ସହିତ ପୁଲିସ କର୍ମଚାରୀଙ୍କୁ ନଚାଇଥିଲେ। ଭିଡିଓଟି ଭାଇରାଲ୍‌ ହେବା ପରେ ଏହି ପୋଲିସ କର୍ମଚାରୀଙ୍କ ବିରୋଧରେ ମାମଲା ଦାୟର ହୋଇଛି ।

ଟ୍ରେନ୍‌ରେ ନାଚି ରିଲ୍ସ କରୁଥିଲେ ଯୁବତୀ । ତାଙ୍କ ସହ ନାଚିଥିଲେ ଜଣେ ପୋଲିସ କର୍ମଚାରୀ । ସେ ପୁଣି ବର୍ଦ୍ଦିରେ ଅର୍ଥାତ୍‌ ଡ୍ୟୁଟିରେ ଥିବେ ଅବସ୍ଥାରେ । ତେବେ ଏହି ଭିଡିଓଟି ସୋଶିଆଲ ମିଡିଆରେ ଭାଇରାଲ୍‌ ହେବା ପରେ ଏନେଇ ପୋଲିସ କର୍ମଚାରୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ଏହି ପୋଲିସ କର୍ମଚାରୀ ଜଣକ ହେଉଛନ୍ତି ଏସ୍‌ ଏଫ୍‌ ଗୁପ୍ତା ।ତେବେ ଏହି ଘଟଣା ଡିସେମ୍ବର ୬ ତାରିଖରେ ହୋଇଥିବା ବେଳେ । ଉକ୍ତ ଯୁବତୀ ଜଣକ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଥିଲେ । ଡିସେମ୍ବର ୬ ତାରିଖ ରାତି ପ୍ରାୟ ୧୦.୧୫ ମିନିଟ୍‌ ହେବ । ଏହି ସମୟରେ ଏସ୍‌ଏଫ୍‌ ଗୁପ୍ତା ମହିଳାଙ୍କ ସୁରକ୍ଷା ପାଇଁ ସେହି ଟ୍ରେନ୍‌ରେ ଜଣେ ମାତ୍ର ସୁରକ୍ଷାକର୍ମୀ ଭାବେ ନିୟୋଜିତ ଥିଲେ। ତେବେ ଜଣେ ମହିଳା ସେହି ସମୟରେ ରିଲ୍ସ କରି ଟ୍ରେନ୍‌ରେ ନାଚୁଥିଲେ । ଯାହାର ଭିଡିଓ ଦେଖିବାକୁ ମିଳୁଛି । ଯୁବତୀ ଜଣକ ରିଲ୍ସ କରି ନାଚୁଛନ୍ତି ଆଉ ସେହି ସମୟରେ ପୋଲିସ କର୍ମଚାରୀଙ୍କ ସହ ଧକ୍କା ହୋଇଯାଉଛି ପରେ ମହିଳା ଜଣକ ହସି ହସି ପୁଣି ରିଲ୍ସ କରିବା ଆରମ୍ଭ କରିଦେଉଛନ୍ତି । ଧକ୍କା ଲାଗିବା ସମୟରେ ପୋଲିସ କର୍ମଚାରୀ ମଧ୍ୟ ଯୁବତୀ ପଡ଼ିଯାଉଥିବା ବେଳେ ସତର୍କତାର ସହ ରିଲ୍ସ କରିବାକୁ କହିଥିଲେ କିନ୍ତୁ କିଛି ସମୟ ପରେ ଯୁବତୀଙ୍କ ସହ ଠୁମ୍‌କା ଲଗାଇଥିଲେ ପୋଲିସ କର୍ମଚାରୀ । ପରେ ଏହି ଭିଡିଓ ସୋଶିଆଲ ମିଡିଆ ପ୍ଲାଟ୍‌ଫର୍ମରେ ଖୁବ୍‌ ଭାଇରାଲ୍‌ ହୋଇଥିଲା ।

ଏହି ଘଟଣା ଉପରେ ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରି ଡିସେମ୍ବର ୮ରେ ଏସ୍‌ଏଫ୍‌ ଗୁପ୍ତାଙ୍କ ବିରୋଧରେ GRP ସୁରକ୍ଷାକର୍ମୀ ଏକ ଡିଫଲ୍ଟ ରିପୋର୍ଟ ଦାୟର କରିଛି। ଭବିଷ୍ୟତରେ ଯେପରି ଏମିତି ଘଟଣାର ପୁନରାବୃତ୍ତି ନ ହେବ ସେହି ଉଦ୍ଦେଶ୍ୟରେ ଏହି ରିପୋର୍ଟ GRP ଉକ୍ତ ସୁରକ୍ଷାକର୍ମୀଙ୍କ ବିରୋଧରେ ଏହି ରିପୋର୍ଟ ଦାଖଲ କରିଛି। ତେବେ ଏହି ଘଟଣା ପରେ ୟୁନିଫର୍ମରେ ଏବଂ ଡ୍ୟୁଟିରେ ଥିବାବେଳେ ସମସ୍ତ କର୍ମଚାରୀଙ୍କୁ ସୁଟିଂ, ଭିଡିଓ ଓ ଫଟୋ ପାଇଁ ପୋଜ୍ ନ ଦେବା କିମ୍ବା ସେଲଫି ନ ନେବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ପୋଲିସ କର୍ମଚାରୀଙ୍କ ଏଭଳି କାର୍ଯ୍ୟକଳାପ କେତେଦୂର ଯୁକ୍ତିଯୁକ୍ତ ।

Get real time updates directly on you device, subscribe now.