fbpx

ରାଜସ୍ଥାନ ବିଜୟରେ ମୁମ୍ବାଇକୁ ଲାଗିଲା ଝଟକା, ପ୍ରଥମ ଟିମ୍ ଭାବେ IPL 2022ରୁ ବାହାରେ

Advertisement

ମୁମ୍ବାଇ: ଆଜିର ଆଇପିଏଲ ମ୍ୟାଚ୍ ରେ ରାଜସ୍ଥାନ ରୟାଲ୍ସ ୬ ୱିକେଟ୍ ରେ ପଞ୍ଜାବ କିଙ୍ଗସ୍ କୁ ହରାଇଛି । ଏହା ସହ ମୁମ୍ବାଇ ଇଣ୍ଡଆନ୍ସକୁ ବଡ଼ ଝଟକା ଲାଗିଛି । ଆଇପିଏଲ ୨୦୨୨ରୁ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଖେଳୁଥିବା ମୁମ୍ବାଇ ପ୍ରଥମ ଟିମ୍ ଭାବେ ପ୍ଲେଅଫ ଦୌଡ଼ରୁ ବାଦ ପଡ଼ିଛି । ମୁମ୍ବାଇ ଏପର୍ଯ୍ୟନ୍ତ ୧୦ ମ୍ୟାଚ୍ ରୁ ୨ଟିରେ ବିଜୟ ସହିତ ପଏଣ୍ଟ ତାଲିକାର ୧୦ମ ସ୍ଥାନରେ ରହିଛି ।

ତେବେ ମୁମ୍ବାଇ ଯଦି ବାକି ୪ ମ୍ୟାଚ୍ ରେ ବିଜୟ ହାସଲ କରେ ତେବେ ୧୨ ପଏଣ୍ଟ ପାଇବ । ଅନ୍ୟପଟେ ଆଜିର ବିଜୟ ସହିତ ରାଜସ୍ଥାନ ୧୪ ପଏଣ୍ଟ ସହ ତୃତୀୟ ସ୍ଥାନରେ ପହଞ୍ଚି ଯାଇଛି । ଗୁଜୁରାଟ ଏବଂ ଲକ୍ଷ୍ନୌ ମିଳିତ ଭାବେ ପଏଣ୍ଟ ଟେବୁଲର ଶିର୍ଷରେ ରହିଛନ୍ତି ।

ମୁମ୍ବାଇ ପାଇଁ ୧୫ତମ ସିଜିନ୍ ଆରମ୍ଭ ବହୁତ ନିରାଶାପୁର୍ଣ୍ଣ ରହିଥିଲା । ଟିମ୍ ଲଗାତାର ପ୍ରଥମ ୮ ମୁକାବିଲାରେ ପରାଜୟ ବରଣ କରିଥିଲା । ତେବେ ଗତ ଦୁଇ ମ୍ୟାଚ୍ ରେ ଦଳ ବିଜୟ ହାସଲ କରିଛି । ମୁମ୍ବାଇର ତାରକା ଖେଳାଳୀ ରୋହିତ ଶର୍ମା, ସୁର୍ଯ୍ୟକୁମାର ଯାଦବ,ଜଶପ୍ରିତ ବୁମ୍ରା ଏବଂ କିରନ ପୋଲାଡଙ୍କୁ ରିଟେନ୍ କରିଥିଲା । ଏବଂ ଇଶାନ କିଶାନ୍ ଙ୍କୁ ଟିମ୍ ନିଲାମୀରେ ୧୫.୨୫ କୋଟିରେ କିଣିଥିଲା । ତେବେ ସମସ୍ତ ଖେଳାଳୀ ଆଶା ଅନୁଯାୟୀ ପ୍ରଦର୍ଶନ କରି ପାରି ନଥିଲେ । ଯେଉଁ କାରଣରୁ ଟିମ୍ ପ୍ଲେଅଫରେ ପହଁଞ୍ଚି ପାରି ନହିଁ ।

 

 

 

 

Get real time updates directly on you device, subscribe now.