fbpx
BJD SKY
BJD SKY

Sunrisers Hyderabadରେ ସାମିଲ ହେଲେ ମୁମ୍ବାଇର ଖେଳାଳି: କୋଚ୍ ଭାବେ ମିଳିଲା ନୂଆ ଦାୟିତ୍ୱ

BJD

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ପାଇଁ ବର୍ତ୍ତମାନ ସମସ୍ତ ଦଳ ପ୍ରସ୍ତୁତି ପର୍ବ ଆରମ୍ଭ କରି ସାରିଛନ୍ତି । ଏହାଭିତରେ ସନରାଇଜର୍ସ ହାଇଦ୍ରାବାଦ ଏକ ବଡ଼ ପରିବର୍ତ୍ତନ କରିଛି । ଆଇପିଏଲର ନୂଆ ସିଜନ ପାଇଁ ଦଳରେ ନୂଆ ବୋଲିଂ କୋଚଙ୍କୁ ନିଯୁକ୍ତି ଦେଇଛି ସନରାଇଜର୍ସ ହାଇଦ୍ରାବାଦ । ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଖେଳାଳି ଜେମ୍ସ ଫ୍ରାଙ୍କଲିନ ଦଳରେ ନୂଆ ବୋଲିଂ କୋଚ ଭୂମିକା ନେବେ ବୋଲି ସୂଚନା ଦେଇଛି ଫ୍ରାଞ୍ଚାଇଜି । ପୂର୍ବତନ ବୋଲିଂ କୋଚ ଡେଲ ଷ୍ଟେନଙ୍କ ସ୍ଥାନରେ ଫ୍ରାଙ୍କଲିନ ପ୍ରଥମ ଥର ପାଇଁ ଏହି ଦାୟିତ୍ୱ ବହନ କରିବେ ।

ରିପୋର୍ଟ ଅନୁସାରେ, ୨୦୨୨ରେ ସନରାଇଜର୍ସ ହାଇଦ୍ରାବାଦରେ ବୋଲିଂ କୋଚ ଭାବେ ସାମିଲ ହୋଇଥିଲେ ସାଉଥ ଆଫ୍ରିକାର ଡେଲ ଷ୍ଟେନ । ତେବେ ୨୦୨୪ ଆଇପିଏଲ ଛାଡ଼ିବା ପାଇଁ ସେ ଫ୍ରାଞ୍ଚାଇଜିକୁ ସୂଚନା ଦେଇଛନ୍ତି । ଏ ନେଇ ସନରାଇଜର୍ସ ପକ୍ଷରୁ କୌଣସି ଅଫିସିଆଲ ଘୋଷଣା ହୋଇ ନଥିଲେ ମଧ୍ୟ କୋଚ୍ ଭାବରେ ଜେମ୍ସ ଫ୍ରାଙ୍କଲିନଙ୍କୁ ଦାୟିତ୍ୱ ଦିଆଯାଇଛି । ଏହି ଦଳରେ ସେ ମୁଖ୍ୟ କୋଚ୍ ଡନିଏଲ ଭିଟ୍ଟୋରୀଙ୍କ ସହ କାର୍ୟ୍ୟ କରିବେ । ଏହି ଯୋଡି ପୂର୍ବରୁ କାଉଣ୍ଟି କ୍ରିକେଟ୍ ଏବଂ ବର୍ମିଂହାମ୍ ଫିନିକ୍ସ (ଦି ହଣ୍ଡ୍ରେଡ) ପାଇଁ ଏକାଠି କାମ କରିଛନ୍ତି ଜ୍ଝ ଫ୍ରାଙ୍କଲିନ୍ ମଧ୍ୟ ନେଡେରହମରେ ମୁଖ୍ୟ ପ୍ରଶିକ୍ଷକ ଭାବରେ କାର୍ୟ୍ୟ କରିଥିଲେ ଏବଂ ବର୍ତ୍ତମାନ ଚଝଖ ରେ ଇସଲାମାବାଦ ୟୁନାଇଟେଡରେ ସହକାରୀ ପ୍ରଶିକ୍ଷକ ଭାବରେ କାର୍ୟ୍ୟ କରୁଛନ୍ତି।

୨୦୨୪ ଆଇପିଏଲରେ ଭୁବନେଶ୍ୱର କୁମାର, ପ୍ୟାଟ କମିନ୍ସଙ୍କ ସହ ମାର୍କୋ ଜାନସେନ, ଉମ୍ରାନ ମଲିକ ଏବଂ ଟି ନଟରାଜନଙ୍କ ଭଳି ବୋଲର ସାମିଲ ରହିଛନ୍ତି । ଏହାବ୍ୟତୀତ ଫଜହଲହକ ଫାରୁକୀ, ଜୟଦେବ ଉନାଦକଟ ଏ ଅନ୍ୟ ନୂଆ ଖେଳାଳି ଦଳରେ ସାମିଲ ହୋଇଛନ୍ତି । ସେହିପରି ୱାନିନ୍ଦୁ ହସରଙ୍ଗା, ୱାଶିଂଟନ ସୁନ୍ଦର ଏବଂ ଶେହବାଜ ଅହମଦଙ୍କ ଭଳି ବୋଲର ସ୍ପିନ ବିଭାଗରେ ସାମିଲ ରହିଛନ୍ତି ।

Get real time updates directly on you device, subscribe now.