fbpx

(Video) ‘Jhalak Dikhhla Jaa 11’ର ବିଜେତା ହେଲେ ମନୀଷା ରାନୀ, ଟ୍ରଫି ଜିତିବା ସହ ପାଇଲେ ଏତିକି ଟଙ୍କା

ମୁମ୍ବାଇ: ସାଢେ ୩ ମାସ ଧରି ଚାଲିଥିବା ରିଆଲିଟି ଶୋ ‘ଝଲକ ଦିଖଲା ଜା ୧୧’ ସିଜନ ୧୧କୁ ତାର ୱିନର ମିଳିଯାଇଛି । ୱାଇଲ୍ଡକାର୍ଡ ପ୍ରତିଯୋଗୀ ମନୀଷା ରାନୀ ସୋନୀ ଟିଭିର ଡାନ୍ସ ରିଆଲିଟି ଶୋ’ର ଟ୍ରଫିକୁ ନିଜ ନାମରେ କରିଛନ୍ତି । ଦମଦାର ଡ୍ୟାନ୍ସରେ ମନୀଷା ‘ଝଲକ ଦିଖଲା ଜା ୧୧’ର ଟ୍ରଫି ଜିତିଛନ୍ତି । ଏଥିସହ ସେ ଟ୍ରଫି ଜିତିଥିବା ଦ୍ୱିତୀୟ ୱାଇଲ୍ଡକାର୍ଡ ପ୍ରତିଯୋଗୀ ହୋଇ ଇତିହାସ ମଧ୍ୟ ସୃଷ୍ଟି କରିଛନ୍ତି । ସେ ୱାଇଲ୍ଡ କାର୍ଡ ଜରିଆରେ ଶୋ’ରେ ପ୍ରବେଶ କାରିଥିଲେ ଏବଂ ଡ୍ୟାନ୍ସ ସ୍କିଲରେ ସମସ୍ତଙ୍କ ହୃଦୟ ଜିତିଥିଲେ ।

ଯେବେଠାରୁ ମନୀଷା ରାନୀ ଶୋ’ରେ ଏଣ୍ଟ୍ରି କରିଥିଲେ ସେବେଠାରୁ କେବଳ ଦର୍ଶକମାନେ ନୁହେଁ ଜଜ ଫରାହ ଖାନ, ମଲାୟିକା ଆରୋଡା ଖାନ ଏବଂ ଅରଶଦ ବାରସୀ ମଧ୍ୟ ତାଙ୍କ ଡାନ୍ସିଂ ସ୍କିଲକୁ ପସନ୍ଦ କରୁଥିଲେ । ଟପ ୩ରେ ମନୀଷା ରାନୀ, ଅନ୍ଦ୍ରିଜା ସିହ୍ନା ଏବଂ ଶୋଏବ ଇବ୍ରାହିମ ଥିଲେ । ଶୋ ର ଶେଷ ଲଢେଇ ଟିଭି ଆକ୍ଟର ଶୋଏବ ଇବ୍ରାହିମ ଏବଂ ମନୀଷାଙ୍କ ମଧ୍ୟରେ ହୋଇଥିଲା । ଏହା ବ୍ୟତୀତ ବଲିଉଡ କଳାକାର ସାରା ଅଲି ଖାନ, ବିଜୟ ବର୍ମା, ହୁମା କୁରେଶୀ ନିଜର ଆସୁଥିବା ଫିଲ୍ମ ପର୍ଡର ମୁବାରକକୁ ପ୍ରମୋଟ କରିବା ଲାଗି ଫାଇନାଲରେ ଉପସ୍ଥିତ ଥିଲେ ।

ଅରଶଦ ବାରସୀ, ଫରାହ ଖାନ ଏବଂ ମଲାଇକା ଅରୋଡା ଏହି ସିଜନରେ ଜଜ ଭାବେ ଥିଲେ । ‘ଝଲକ ଦିଖଲା ଜା ୧୧’କୁ ଗୌହର ଖାନ ଏବଂ ଋତୁୱିକ ଧନଜାନୀ ହୋଷ୍ଟ କରିଥିଲେ । ତେବେ ମନୀଷା ରାନୀ ‘ଝଲକ ଦିଖଲା ଜା ୧୧’ର ଟ୍ରଫି ଜିତିବା ସହ ୩୦ ଲକ୍ଷ ଟଙ୍କା ପାଇଛନ୍ତି । ଏଥିସହ ତାଙ୍କ କୋରିଓଗ୍ରାଫର ଆଶୁତୋଷ ପାୱାରଙ୍କୁ ପୁରଷ୍କାର ସ୍ୱରୂପ ୧୦ ଲକ୍ଷ ଟଙ୍କା ମିଳିଛି ।

Get real time updates directly on you device, subscribe now.