fbpx

ଆଇପିଏଲ ୨୦୨୧: କିଏ ଯିବ ପ୍ଲେଅଫକୁ ମୁମ୍ବାଇ ନା କୋଲକାତା ? ଏମିତି ରହିଛି ସମୀକରଣ

ନୂଆଦିଲ୍ଲୀ : ମୁମ୍ବାଇ ଇଣ୍ଡିଆନ୍ସ ରାଜସ୍ଥାନ ରୟାଲ୍ସକୁ ଏକତରଫା ମ୍ୟାଚରେ ହରାଇବା ପରେ ପ୍ଲେଅଫ ଲଢେଇ ଆହୁରି ରୋଚକ ହୋଇ ଯାଇଛି । ମୁମ୍ବାଇ ୧୩ ମ୍ୟାଚରୁ ୬ ବିଜୟ ସହ ୧୨ ପଏଣ୍ଟରେ ରହିଛି । ଏହାର ନେଟ୍ ରନ ରେଟ୍ -୦.୦୪୮ ରହିଛି ଏବଂ ଦଳ ପଏଣ୍ଟ ତାଲିକାରେ ପଞ୍ଚମ ସ୍ଥାନରେ ରହିଛି । ଅନ୍ୟପଟେ କୋଲକାତା ନାଇଟ ରାଇଡର୍ସ(କେକେଆର) ୧୩ ମ୍ୟାଚ୍ ପରେ ୧୨ ପଏଣ୍ଟ ହାସଲ କରିଛି । କିନ୍ତୁ ଦଳ ଉନ୍ନତ ନେଟ ରନ ରେଟ୍ ଆଧାରରେ ମୁମ୍ବାଇଠୁ ଉପରେ ଚତୁର୍ଥ ସ୍ଥାନରେ ରହିଛି । କେକେଆରର ନେଟ୍ ରେନ ରେଟ୍ +୦.୨୯୪ ରହିଛି ।

କେମିତି ପ୍ଲେଅଫରେ ପହଞ୍ଚିବ ମୁମ୍ବାଇ

ମୁମ୍ବାଇ ଆଶା କରିବ ଯେ, କୋଲକାତା ନିଜର ପରବର୍ତ୍ତୀ ମ୍ୟାଚରେ ବଡ ବ୍ୟବଧାନରେ ପରାଜିତ ହେଉ । ଯଦି ଜିତୁ ତେବେ ଅଳ୍ପ ବ୍ୟବଧାନରେ ଜିତୁ । କୋଲକାତା ଯଦି ନିଜର ଶେଷ ମ୍ୟାଚ୍ ହାରିଯାଏ ଏବଂ ମୁମ୍ବାଇ ଜିତିଯାଏ ତେବେ ଡିଫେଣ୍ଡିଂ ଚାମ୍ପିଅନ ସହଜରେ ପ୍ଲେଅଫରେ ପ୍ରବେଶ କରିବ । କେକେଆର ଯଦିଓ ନିଜର ଶେଷ ମ୍ୟାଚ୍ ଜିତିବ ତେବେ ବିଜୟ ବ୍ୟବଧାନ ଅଧିକରୁ ଅଧିକ ୧୦ ରନ କିମ୍ବା ଗୋଟିଏ କି ଦୁଇ ୱିକେଟ୍ ରହିବା ଉଚିତ୍ । ଏମିତି ହେଲେ ଯାଇ ମୁମ୍ବାଇ ପ୍ଲେଅଫରେ ପହଞ୍ଚି ପାରିବ ।

 

ଏତିକି ରନ ବ୍ୟବଧାନରେ ମୁମ୍ବାଇକୁ ଜିତିବାକୁ ପଡିବ

ଅନ୍ୟପଟେ ମୁମ୍ବାଇ ଇଣ୍ଡିଆନ୍ସକୁ ହାଇଦ୍ରାବାଦ ବିପକ୍ଷ ଶେଷ ମୁକାବିଲାରେ ବଡ ବ୍ୟବଧାନରେ ବିଜୟ ହାସଲ କରିବାକୁ ପଡିବ । ଏମଆଇକୁ ହାଇଦ୍ରାବାଦ ବିରୋଧରେ ୪୮ କିମ୍ବା ଏଥିରୁ ଅଧିକ ରନ କିମ୍ବା ୬୬ କିମ୍ବା ଏଥିରୁ ଅଧକ ବଲ ବଳକା ଥାଇ ମ୍ୟାଚ୍ ଜିତିବାକୁ ପଡିବ । ଏମିତି ସ୍ଥିତିରେ କୋଲକାତା ଶେଷ ମ୍ୟାଚ୍ ଜିତିଲେ ମଧ୍ୟ ମୁମ୍ବାଇର ନେଟ୍ ରନ ରେଟ୍ ଉନ୍ନତ ରହିବ ଏବଂ ଦଳ ପ୍ଲେଅଫରେ ପହଞ୍ଚିଯିବ ।

ଏମିତି ପ୍ଲେଅଫରେ ପହଞ୍ଚି ପାରିବ କୋଲକାତା

ଯଦି କୋଲକାତା ଦଳ ଶେଷ ମ୍ୟାଚରେ ବଡ ବ୍ୟବଧାନରେ ଜିତେ ତେବେ ମୁମ୍ବାଇ ଜିତିଲେ ମଧ୍ୟ ଏଥିରେ କିଛି ଫରକ ପଡିବ ନାହିଁ । ଏମିତି ସ୍ଥିତିରେ କେକେଆରର ନେଟ୍ ରନ ରେଟ୍ ମୁମ୍ବାଇଠୁ ଉନ୍ନତ ରହିବ । ଅପରପକ୍ଷେ ପରାଜୟ ସହ ରାଜସ୍ଥାନ ରୟାଲ୍ସର ଆଇପିଏଲ ଅଭିଯାନ ପ୍ରାୟତଃ ଶେଷ ହୋଇ ସାରିଛି ।

Get real time updates directly on you device, subscribe now.