fbpx
BSKY
BJD MC SKY
BJD YOUTH SKY

ରିଲାଏନ୍ସ ଜିଓର ନେଟୱର୍କ ଡାଉନ, କଲ୍ କି ଇଣ୍ଟରନେଟ୍ ବ୍ୟବହାର କରି ପାରୁ ନାହାନ୍ତି ୟୁଜର୍ସ

ନୂଆଦିଲ୍ଲୀ : ଦେଶର ସବୁଠୁ ବଡ ଟେଲିକମ ଅପରେଟ କମ୍ପାନୀ ରିଲାଏନ୍ସ ଜିଓର ହଜାର ହଜାର ଗ୍ରାହକଙ୍କୁ ବୁଧବାର ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି । ଦେଶର ଅନେକ ଅଞ୍ଚଳରେ ଜିଓ ନେଟୱର୍କ ଡାଉନ ଥିବାର ଅଭିଯୋଗ ହୋଇଛି । ଏ ପର୍ଯ୍ୟନ୍ତ ଚାରି ହଜାରରୁ ଅଧିକ ଗ୍ରାହକ ନେଟୱର୍କ ଡାଉନ ଥିବାର ଅଭିଯୋଗ କରିଛନ୍ତି । ମାତ୍ର ଏହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ଯେ, ଦେଶର କେଉଁ କେଉଁ ଅଞ୍ଚଳରେ ଏହି ନେଟୱର୍କ ସମସ୍ୟା ରହିଛି । ଜିଓ ନେଟୱର୍କ ଡାଉନ ହେବା କାରଣରୁ ଗ୍ରାହକଙ୍କୁ କଲ୍ କରିବା ଏବଂ ଇଣ୍ଟରନେଟ୍ ବ୍ୟବହାର କରିବାରେ ସମସ୍ୟା ହେଉଛି ।

 

ଜିଓ ନେଟୱର୍କ ଡାଉନ ଥିବାର ଅଭିଯୋଗ ସର୍ବ ପ୍ରଥମେ ଆଜି ସକାଳ ପାଖାପାଖି ୯ଟା ୩୦ରେ ଆସିଥିଲା । ଏହା ପରେ ଧିରେ ଧିରେ ଅଭିଯୋଗକାରୀଙ୍କ ସଂଖ୍ୟା ବଢିବାରେ ଲାଗିଲା । ଜିଓ ନେଟୱର୍କରେ ଏହି ଗଡବଡ କାରଣରୁ ଅଳ୍ପ ସମୟରେ ଟ୍ୱିଟରରେ #JioDown  ଟ୍ରେଣ୍ଡ କରିବାରେ ଲାଗିଛି ।ଏହି ସମୟରେ ଅନେକ ୟୁଜର୍ସ ନେଟୱର୍କ ଡାଉନ ଥିବାର ଅଭିଯୋଗ କରିଛନ୍ତି । କିଛି ୟୁଜର୍ସ ଲେଖିଛନ୍ତି ଫେସବୁକ, ହ୍ୱାଟ୍ସଆପ୍ ଓ ଇନଷ୍ଟାଗ୍ରାମ ପରେ ଏବେ ଜିଓ ନେଟୱର୍କ ମଧ୍ୟ ଡାଉନ୍ ହୋଇ ଯାଇଛି ।

ରିଲାଏନ୍ସ ଜିଓର ଆନୁଷ୍ଟାନିକ କଷ୍ଟମର କେୟାର ହ୍ୟାଣ୍ଡେଲ  @JioCare ରେ ୟୁଜର୍ସଙ୍କ ଅଭିଯୋଗରେ ଭର୍ତ୍ତି ହୋଇ ଯାଇଛି ।  ଜିଓ କଷ୍ଟମର ଅଧିକାରୀ ଅଭିଯୋଗ ଉପରେ ଜବାବ ଦେଇ ଦୁଃଖ ପ୍ରକାଶ କରିଛନ୍ତି । ଏଥିସହ କିଛି ଘଣ୍ଟାରେ ସେବା ସ୍ୱାଭାବିକ କରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି ।

Get real time updates directly on you device, subscribe now.