fbpx

ଚେନ୍ନାଇକୁ ୧୫୬ ରନ୍ ର ବିଜୟ ଲକ୍ଷ୍ୟ ଦେଲା ମୁମ୍ବାଇ, ତିଳକ ବର୍ମାଙ୍କ ଲଢୁଆ ଅର୍ଦ୍ଧଶତକ

ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଆଇପିଏଲର ୩୩ତମ ମ୍ୟାଚ୍ ଜାରି ରହିଛି । ପ୍ରଥମେ ମୁମ୍ବାଇ ବ୍ୟାଟିଂ କରି ଚେନ୍ନାଇ ସାମ୍ନାରେ ୧୫୬ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଅଧିନାୟକ ରବିନ୍ଦ୍ର ଜାଡେଜା ଟସ୍ ଜିତି ମୁମ୍ବାଇକୁ ପ୍ରଥମେ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଥିଲେ ।

ପ୍ରାରମ୍ଭିକ ବିପର୍ଯ୍ୟୟର ସାମ୍ନା କରି ମୁମ୍ବାଇ ବିପଦରେ ପଡ଼ିଥିଲା । ମଧ୍ୟକ୍ରମର ବ୍ୟାଟ୍ସମ୍ୟାନ୍ ତିଳକ ବର୍ମାଙ୍କ ଅର୍ଦ୍ଦଶତକ ଏବଂ ସୁର୍ଯ୍ୟକୁମାର ଯାଦବଙ୍କ ଦ୍ରୁତ ୩୨ ରନ୍ ସାହାଯ୍ୟରେ ୧୫୫ ରନ୍ ସଂଗ୍ରହ କରିଥିଲା । ଦଳ ମୁକେଶ ଚୌଧୂରୀଙ୍କ ପ୍ରଥମ ଓଭରରେ ବିନା କୌଣସି ରନ୍ ରେ ରୋହିତ ଶର୍ମାଙ୍କ ୱିକେଟ୍ ଏବଂ ପଞ୍ଚମ ବଲରେ ଦୁଇ ରନ୍ ରେ ଇଶାନ କିସାନଙ୍କ ୱିକେଟ୍ ହରାଇଥିଲା ।

ଏହା ପରେ ଡେୱାଲଡ ବ୍ରେଭିସ ମଧ୍ୟ ମୁକେଶଙ୍କ ବଲରେ ୪ରନ କରି ପ୍ୟାଭିଲିୟନକୁ ଫେରି ଯାଇଥିଲେ । ତେବେ ଶେଷ ପର୍ଯ୍ୟନ୍ତ ଯୁବ ବ୍ୟାଟ୍ସମ୍ୟାନ୍ ତିଳକ ବର୍ମା ଚେନ୍ନାଇ ବୋଲରଙ୍କ ସାମ୍ନା କରି ୫୧ ରନ୍ ର ଗୁରୁତ୍ୱପୁର୍ଣ୍ଣ ପାଳି ଖେଳି ମୁମ୍ବାଇକୁ ଏକ ସମ୍ମାନ ଜନକ ସ୍କୋରରେ ପହଁଞ୍ଚାଇଥିଲେ ।

ଚେନ୍ନାଇ ପକ୍ଷରୁ ସଫଳ ବୋଲର ଭାବରେ ମୁକେଶ ଚୌଧୁରୀ ୩ ଓଭରରେ ୧୯ ରନ୍ ବ୍ୟୟ କରି ୩ ୱିକେଟ୍ ହାସଲ କରିଥିଲେ । ତାଙ୍କ ପଛକୁ ଡ୍ୱେନ୍ ବ୍ରାଭୋ ୪ ଓଭରରେ ୩୬ ରନ୍ ଦେଇ ୨ ୱିକେଟ୍ ପାଇଛନ୍ତି ।

Get real time updates directly on you device, subscribe now.