fbpx

ମୁମ୍ବାଇ ରାଜରାସ୍ତାରେ ଓହ୍ଲାଇଲା ଚାନ୍ଦ

ମୁମ୍ବାଇ,୨୨ ।୧: ନିଜ ସହରରେ ବହୁତ ବଡ ଚାନ୍ଦକୁ ଦେଖି ମୁମ୍ବାଇ ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଆଲୁଅରେ ଚକଚକ୍ କରୁଥିବା ଚାନ୍ଦକୁ ଏତେ ପାଖରେ ଲୋକେ ଖୁସିରେ ପାଗଳ । ଲାଗୁଛି ଯେପରି ଚାନ୍ଦ ଦେଶର ଆର୍ଥିକ ରାଜଧାନୀକୁ ଓହ୍ଲାଇଆସିଛି ।

ତେବେ ମୁମ୍ବାଇର ନେହେରୁ ତାରାମଣ୍ଡଳ ଛାତ ଉପରେ ଚାନ୍ଦକୁ ଦେଖିବାକୁ ମିଳିଛି । କଥାର ସତ୍ୟତା ହେଉଛି କି, ତାରାମଣ୍ଡଳର ମୁଖ୍ୟ ଇମାରତର ଗମ୍ବୁଜକୁ ଚାନ୍ଦ ପରି ନିର୍ମାଣ କରାଯାଇଛି । ସେଥିରେ ଆଲୁକ ପଡିବା ମାତ୍ରେ ସେ ଠିକ୍ ଚାନ୍ଦ ପରି ସମସ୍ତଙ୍କୁ ଦୃଶ୍ୟ ହେଉଛି । ଚନ୍ଦ୍ରଯାନ ମିଶନ ପରେ ଭାରତୀୟ ବୈଜ୍ଞାନିକମାନଙ୍କୁ ଅଧିକ ଉତ୍ସାହିତ କରିବା ପାଇଁ ଏପରି କରାଯାଇଛି ବୋଲି ନେହରୁ ତାରାମଣ୍ଡଳର ନିର୍ଦ୍ଦେଶକ ଅରବିନ୍ଦ ପରାଞ୍ଜପେ କହିଛନ୍ତି ।

Get real time updates directly on you device, subscribe now.