fbpx

ଉତ୍କଳ ବିଶ୍ୱବିଦ୍ୟାଳୟରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର ପାଇଁ ଚାଲିଛି ଜୋରଦାର ପ୍ରୟାସ

ଭୁବନେଶ୍ୱର,୨୨ ।୧୧(ଓଡିଶା ଭାସ୍କର): ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ମଧ୍ୟରେ ଜଣେ ଯୁବକଙ୍କ ହାଇଭୋଲଟେଜ ଡ୍ରାମା ଦେଖିବାକୁ ମିଳିଛି । ପରିଜା ଲାଇବ୍ରେରୀ ଛାତ ଉପରକୁ ଚଢି ଆତ୍ମହତ୍ୟାର ଧମକ ଦେଉଛନ୍ତି ଯୁବକ । ଉଦ୍ଧାର ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ଜୋରଦାର ପ୍ରୟାସ ଚାଲିଛି ।

ତେବେ ଯୁବକଙ୍କୁ ଯେତେବି ବୁଝାସୁଝା କଲେ ସେ ଶୁଣିବାକୁ ପ୍ରସ୍ତୁତ ନାହାନ୍ତି । ୨ ଘଣ୍ଟା ଧରି ଅଗ୍ନିଶମ ଅଧିକାରୀ ନାକେଦମ ହେଲେ ମଧ୍ୟ ଯୁବକ ଜଣକ ନିଜ ନିଷ୍ପତ୍ତିରେ ଅଟଳ ରହିଛନ୍ତି । ଯୁବକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନଥିବା ବେଳେ ସେ କଣ ପାଇଁ ଆତ୍ମହତ୍ୟା ପରିବାକୁ ଚାହୁଁଛନ୍ତି ତାହା ବି ଅସ୍ପଷ୍ଟ ହୋଇ ରହିଛି ।

Get real time updates directly on you device, subscribe now.